ବିଷାକ୍ତ ହେଉଛି ଭୂତଳ ଜଳ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ମାତ୍ରାଧିକ ରାସାୟନିକ ସାର ପ୍ରୟୋଗ, କ୍ଷତିକାରକ ଦ୍ରାବକ, ଶିଳ୍ପାଞ୍ଚଳ ଓ ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟ ଜଳ ଯୋଗୁ ରାଜ୍ୟର ଭୂତଳ ଜଳ ବିଷାକ୍ତ ହେବାରେ ଲାଗିଛି। ପାଣିରେ ମନୁଷ୍ୟ ଶରୀର ପାଇଁ କ୍ଷତିକାରକ ଫ୍ଲୋରାଇଡ୍‌, ଇଲେକ୍ଟ୍ରିକାଲ କଣ୍ଡକ୍ଟିଭିଟି, ଜିଙ୍କ, ଟୋଟାଲ କଲିଫର୍ମ, ଆଇରନ, ନାଇଟ୍ରେଟ ଆଦିର ପରିମାଣ ବଢ଼ିବାରେ ଲାଗିଛି। ଏହି କାରଣରୁ ଏକଦା ମିଠା ଲାଗୁଥିବା ପାଣି ଏବେ କ୍ଷାର ଏବଂ ଲବଣାକ୍ତ ହୋଇଛି। ଫଳରେ ୨୭ ସହରାଞ୍ଚଳରେ ଭୂତଳ ଜଳ ଅବସ୍ଥା ସଙ୍ଗିନ ହେଲାଣି। ସେହି ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ, ତାଳଚେର, ବରଗଡ଼, ପଦମ୍‌ପୁର, ବରପାଲି, ଟିଟିଲାଗଡ଼, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ଝାରସୁଗୁଡ଼ା, ଯୋଡ଼ା, ବାରିପଦା, ନବରଙ୍ଗପୁର, ନୟାଗଡ଼, ଢେଙ୍କାନାଳ, ତରଭା, ସୋନପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା ଏବଂ ପଟ୍ଟାମୁଣ୍ଡାଇ। ବିଶେଷକରି ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାରେ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ଏହା ଆଗାମୀ ଦିନରେ ଭୟଙ୍କର ସମସ୍ୟା ସୃଷ୍ଟି କରିବ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି, ଖଡ଼ଗପୁର (ଆଇଆଇଟି-ଖଡ଼ଗପୁର), ମୁମ୍ବାଇସ୍ଥିତ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର (ବିଏଆର୍‌ସି) ଏବଂ ହୋମି ଭାବା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟର ଏକ ଟିମ୍‌ ଦ୍ୱାରା କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ବିଶେଷଜ୍ଞମାନେ କୂପ, ନଳକୂପର ୨୨ ସ୍ଥାନ ସମେତ ବର୍ଷାଜଳ, ନଦୀ ଏବଂ ଝରଣାରୁ ନମୁନା ସଂଗ୍ରହ କରିଥିଲେ। ପରୀକ୍ଷଣରୁ ଏସବୁ ଜଳ ନମୁନାରେ ମନୁଷ୍ୟ ଶରୀରକୁ କ୍ଷତି ପହଞ୍ଚାଇବା ଭଳି ମାତ୍ରାଧିକ ଫ୍ଲୋରାଇଡ୍‌ ଏବଂ ନାଇଟ୍ରେଟ୍‌ ରହୁଥିବା ଜଣାପଡ଼ିଛି। ବର୍ଷାଜଳରେ ଏସିଡ୍‌ ପରିମାଣ କମ୍‌ ରହିଥିବା ବେଳେ ଭୂଗର୍ଭ ଜଳରେ ଫ୍ଳୋରାଡ, ଇଲେକ୍ଟ୍ରିକାଲ କଣ୍ଡକ୍ଟିଭିଟି ପରିମାଣ ବେଶି ଥିବା ଏହି ଗବେଷଣାରୁ ଜଣାପଡ଼ିଛି।
ଜଳନମୁନା ସଂଗ୍ରହ କରାଯାଇଥିବା ସ୍ଥାନଗୁଡ଼ିକରେ ଭୂଗର୍ଭ ଜଳରେ ୪୦%ରୁ ଅଧିକ ଫ୍ଲୋରାଇଡ୍‌ ରହୁଛି। ଏପରିକି କେତେକ ନମୁନାରୁ ଲିଟର ପିଛା ୩.୫ ମିଲିଗ୍ରାମ୍‌ ଯାଏ ଫ୍ଲୋରାଇଡ୍‌ ଠାବ କରାଯାଇଛି। ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ (ବିଆଇଏସ୍‌) ମାନକ ଅନୁଯାୟୀ, ୧ ଲିଟର ଜଳରେ ୧ ମିଲିଗ୍ରାମ୍‌ରୁ ଅଧିକ ଫ୍ଲୋରାଇଡ ରହିଲେ ତାହା ଶରୀର ପାଇଁ କ୍ଷତିକାରକ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ୧୧ଟି ସହର ଯଥା ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ପାରାଦୀପ, ସୁକିନ୍ଦା, ଝାରସୁଗୁଡ଼ା, ପୁରୀ, ସମ୍ବଲପୁର ଏବଂ ତାଳଚେରର ୪୮ଟି ସ୍ଥାନରେ ଭୂତଳ ଜଳର ଗୁଣାତ୍ମକମାନକୁ ଏପ୍ରିଲ ଓ ଅକ୍ଟୋବରରେ ନିୟମିତ ଭାବେ ପରୀକ୍ଷା କରାଯାଉଛି। ସେଥିରୁ ୬ଟି ସ୍ଥାନରେ ଅମ୍ଳ, ଗୋଟିଏ ସ୍ଥାନରେ ନାଇଟ୍ରେଟ, ୧୦ଟି ସ୍ଥାନରେ ଲୌହ ଏବଂ ୨୯ଟି ସ୍ଥାନରେ ଟୋଟାଲ କଲିଫର୍ମ ପରିମାଣ ନିର୍ଦ୍ଧାରିତ ମାନକଠାରୁ ଊର୍ଦ୍ଧ୍ୱରେ ରହୁଛି। ପାଣିର ମାନ ଦିନକୁ ଦିନ ବିଗୁଡୁଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମ୍ପୃକ୍ତ ପୌରାଞ୍ଚଳର ଅଧିକାରୀ, ଜିଲା ପ୍ରଶାସନ ଓ ଜନସ୍ବାସ୍ଥ୍ୟ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିବା ବୋର୍ଡର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି।
ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୫ଟିରେ ଭୂତଳ ଜଳ ସମସ୍ୟା ଦେଖାଦେଲାଣି। ସମ୍ପୃକ୍ତ ବ୍ଲକଗୁଡ଼ିକ ହେଲା ବାଲେଶ୍ୱର ଜିଲାର ବାହାନଗା, ବାଲିଆପାଳ, ଯାଜପୁରର କୋରେଇ, କେନ୍ଦ୍ରାପଡ଼ାର ଗରଦପୁର ଏବଂ ଖୋର୍ଦ୍ଧାର ବୋଲଗଡ଼। ଏହିସବୁ ବ୍ଲକରେ ୭୦ରୁ ୯୦ ଭାଗ ଭୂତଳ ଜଳ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ, ୪୪ ବ୍ଲକରେ ଜଳ ସମସ୍ୟା ଉତ୍କଟ ହେବାକୁ ଯାଉଥିବା ନେଇ ସତର୍କ କରାଯାଇଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକର କେତେକ ସ୍ଥାନରେ ଜଳ ଲବଣାକ୍ତ ରହୁଥିବା ଗବେଷଣାରୁ ଜଣାପଡ଼ିଛି।
ସହରାଞ୍ଚଳଗୁଡ଼ିକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ମଧ୍ୟରୁ ୪୦ ପ୍ରତିଶତ ଭୂତଳ ଜଳ। ଏହାଛଡ଼ା ସହରାଞ୍ଚଳରେ ଅନେକ ଲୋକ ନିଜସ୍ବ ବୋର୍‌ୱେଲ ଜରିଆରେ ପାଣି ଉଠାଉଛନ୍ତି। କେବଳ ସହର ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ଭୂତଳ ଜଳ ବ୍ୟବହାର ପରିମାଣ ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ଜଳର ମାନ ପରୀକ୍ଷା କରି ବ୍ୟବହାର ଉପଯୋଗୀ କରା ନ ଗଲେ ଆଗକୁ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?