ରକ୍ତ ଦେଇ ନାବାଳକର ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ରକ୍ତ ଦେଇ ନାବାଳକର ଜୀବନ ବଞ୍ଚାଇଛନ୍ତି ଜଣେ ଆମ୍ବୁଲାନ୍ସ କର୍ମଚାରୀ। ଜଣେ ଅପରିଚିତ ରୋଗୀକୁ ରକ୍ତ ଦାନକରିଥିବା ମାନବିକତାର ପରିଚୟ ଦେଇଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସୁଜିତ୍‌ ସାହୁଙ୍କ ପାଖକୁ ଏବେ ପ୍ରଶଂସାର ସୁଅ ଛୁଟୁଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ଭରତପୁର ଗ୍ରାମ ପଞ୍ଚାୟତ ଅଧୀନ ରଙ୍ଗମାଟିଆ ଗ୍ରାମର ସୁଦର୍ଶନ ପ୍ରଧାନଙ୍କ ୧୩ ବର୍ଷର ପୁଅ ସଚିଦାନନ୍ଦ ଜ୍ୱରରେ ଆକ୍ରାନ୍ତ ହୋଇ ରେଢାଖୋଲ ସବ୍‌ଡ଼ିଭିଜିନାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ରକ୍ତ ଅଭାବ ଯୋଗୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା। ପୁଅ ପାଇଁ ତୁରନ୍ତ ରକ୍ତ ଯୋଗାଡ଼ କରିବାକୁ ଡ଼ାକ୍ତର କହିଥିଲେ ମଧ୍ୟ ସୁଦର୍ଶନ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ତାହାକୁ ଯୋଗାଡ଼ କରିବା ତାଙ୍କପକ୍ଷେ ସମ୍ଭବ ନ ଥିଲା। ବହୁ ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କୁ କେଉଁଠାରୁ ରକ୍ତ ମିଳି ନ ଥିଲା। ଏଭଳିସ୍ଥଳେ ସେଠାରେ ଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ବି-ପଜିଟିଭ୍‌ ଗ୍ରୁପ୍‌ର ରକ୍ତ ଯୋଗାଡ଼ କରିବାକୁ ସୁଦର୍ଶନ ଅନୁରୋଧ କରିଥିଲେ। ଆମ୍ବୁଲାନ୍ସ ଡ୍ରାଇଭର ସୁଜିତ ଏହା ଶୁଣି ରକ୍ତ ଦୋବକୁ ଆଗେଇ ଆସିଥିଲେ। ତାଙ୍କର ମଧ୍ୟ ବ୍ଲଡ଼ ଗ୍ରୁପ୍‌ ବି-ପଜିଟିଭ୍‌ ଥିଲା। ରକ୍ତ ନେବା ପରେ ଗୁରୁତର ଅସୁସ୍ଥ ଥିବା ସଚିଦାନନ୍ଦଙ୍କ ସ୍ବାସ୍ଥାବସ୍ଥାରେ ଉନ୍ନତି ଘଟୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରୁ ଆଉ ୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଛୁଇଁଲା

ପୁରୀ ଅଫିସ,୨।୬: ପୁରୀ ଜିଲାରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ବୈଠକରେ ସୀମିତ ସଡ଼କ ସୁରକ୍ଷା: ରାଜପଥ କଡ଼ ପାଲଟିଛି ପାର୍କିଂସ୍ଥଳୀ

ନୟାଗଡ଼ ଅଫିସ,୧୨।୯: ନୟାଗଡ଼ ସହରରେ ସଡ଼କ ସୁରକ୍ଷା ଯୋଜନା ପ୍ରହସନ ପାଲଟିଛି। ସହର ମଧ୍ୟ ଦେଇ ଜାତୀୟ ରାଜପଥ-୫୭ ଓ ରାଜ୍ୟ ରାଜପଥ-୨୧ ଯାଇଥିବା ବେଳେ...

ହଜିଯାଉଛି କୌଳିକ ବୃତ୍ତି

ପାଟଣା,୨।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୩ କି.ମି. ଦୂରରେ ଥିବା ଦୁର୍ଗାଦେଇପୁରର ବେହେରା ସାହି ଓ ଟାଇଁଶିରା ବେହେରା ସାହିର ଲୋକେ ଆଜି...

କରୋନା ମାଡ଼: ଖାତାଦେଖା, ପରୀକ୍ଷା, ନୂଆ ନାମଲେଖା ପାଇଁ ଚାପରେ ସରକାର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଲକ୍‌ଡାଉନ ଦେଶର ବିଭିନ୍ନ କ୍ଷେତ୍ର ଉପରେ ବ୍ୟାପକ ପ୍ରଭାବ ପକାଇଛି। ସମାନଭାବେ ଶିକ୍ଷା କ୍ଷେତ୍ର ଉପରେ ଏହା ବିଶେଷ ପ୍ରଭାବ ପକାଇଥିବା ଯୋଗୁ ଛାତ୍ରୀଛାତ୍ରମାନଙ୍କ...

ପୁରୀରେ ହେବ ଗ୍ରୀନଫିଲ୍ଡ ବିମାନ ବନ୍ଦର

ଝାରସୁଗୁଡ଼ା ଅଫିସ,୨୨ା୧୧: ପୁରୀରେ ଖୁବ୍‌ଶୀଘ୍ର ଗ୍ରୀନ୍‌ଫିଲ୍ଡ ବିମାନ ବନ୍ଦର ନିର୍ମାଣ ହେବ। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ରାଜ୍ୟ ସରକାରଙ୍କଠାରୁ...

ବିରୋଧୀଙ୍କ ଅନୁପସ୍ଥିତିରେ ଏସ୍‌ସି ଏସ୍‌ଟି ବିଭାଗ ଖର୍ଚ୍ଚ ଦାବି ଗୃହୀତ

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ବିଧାନସଭାରେ ସୋମବାର ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସିଏସ୍‌ଟି) ଉନ୍ନୟନ ବିଭାଗ ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଖର୍ଚ୍ଚ ଦାବି ଗୃହୀତ କରିଛନ୍ତି। ବାରମ୍ବାର...

ଟାଙ୍ଗୀ ଶାଳଗାଁ ନିକଟରେ ରେଳ ଦୁର୍ଘଟଣା

କଟକ ଅଫିସ୍‌,୧୬।୧: ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ସହିତ ମାଲଗାଡି ଧକ୍କା ହୋଇଛି। ଗୁରୁବାର ସକାଳ ୭ଟାରେ କଟକର ଟାଙ୍ଗୀ ଶାଳଗାଁ ନିକଟରେ ଏହି ଦୁର୍ଘଟଣା...

ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା ଅଫିସ,୧ା୧୧: ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ସୁରକ୍ଷା ପାଇଁ ବିଶ୍ୱ ପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ନଭେମ୍ବର ୧ ରବିବାରଠାରୁ କଟକଣା ଆରମ୍ଭ ହେଉଛି।...

Advertisement
Archives

Model This Week