ରାଜ୍ୟ

ରାଜଧାନୀର ମୁକୁଳା ଡ୍ରେନରେ ଭାସିଗଲେ ଛାତ୍ର

ଭୁବନେଶ୍ୱର,୧୯।୯(ବ୍ୟୁରୋ): ବର୍ଷାପାଣିରେ ଖୋଲା ଡ୍ରେନରେ ରବିବାର ଅପରାହ୍ନରେ ଜଣେ ୧୫ ବର୍ଷୀୟ ଛାତ୍ର ଭାସିଯାଇଛନ୍ତି। ସେହି ଛାତ୍ର ଜଣଙ୍କ ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀର ଛାତ୍ର ବୋଲି ଜଣାପଡିଛି। ସାଇକେଲରେ ଟ୍ୟୁସନ ଯିବା ସମୟରେ ଏଭଳି ଘଟିଥିବା ସୂଚନା ମିଳିଛି। ଭାସୁଥିବାର…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ, ବଡ଼ପୁଅ ଦେଲେ ମୁଖାଗ୍ନି

ଭୁବନେଶ୍ୱର,୧୯ା୯(ବ୍ୟୁରୋ): ସମାଜର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା, ବିଶିଷ୍ଟ ସମାଜସେବୀ ତଥା ସାହିତି୍ୟକା ମନୋରାମା ମହାପାତ୍ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ବର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶନିବାର ସନ୍ଧ୍ୟାରେ ମନୋରମାଙ୍କର କଟକରେ ବିୟୋଗ ହୋଇଥିଲା। ମନୋରମାଙ୍କ ଜ୍ୟେଷ୍ଠପୁତ୍ର ପ୍ରଦୀପ କୁମାର ମହାପାତ୍ର…

ଓଲଟିଲା ଡଙ୍ଗା, ୨ ନିଖୋଜ

ପାରାଦୀପ,୧୯ା୯(ସ୍ବ.ପ୍ର.): ପାରାଦୀପସ୍ଥିତ ନେହେରୁବଙ୍ଗଳା ମୁହାଣ ନିକଟରେ ରବିବାର ଏକ ମାଛଧରା ଡଙ୍ଗା ଓଲଟି ପଡ଼ିବାରୁ ୨ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାରେ ମୋଟ ୫ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ୨ ଜଣଙ୍କୁ…

ଇଣ୍ଡିଆନ ଅଏଲ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ,୧୯ା୯(ସ୍ବ.ପ୍ର.): ପାରାଦୀପସ୍ଥିତ ଇଣ୍ଡିଆନ ଅଏଲ ଡିପୋରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ ଷ୍ଟାର୍ଟ ହେବା ସମୟରେ ସ୍ପାର୍କିଂ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି ।   ସୂଚନାନୁଯାୟୀ, ଆଜି ଡିପୋରେ ଏକ ଟ୍ରେନରେ ତେଲ ଲୋଡିଂ ସରିବା ପରେ ଟ୍ରେନ୍‌…

ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୧୩୫କୁ ବୃଦ୍ଧି ପାଇଛି। ୭ ମୃତକଙ୍କ ମଧ୍ୟରୁ କଟକ, ଜଗତ୍‌ସିଂହପୁର, ଖୋର୍ଦ୍ଧାରୁ ୨ ଲେଖାଏ ଥିବା ବେଳେ ଯାଜପୁରରୁ ଜଣେ ଅଛନ୍ତି।

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୯୫ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ରାଜ୍ୟରେ ରବିବାର ୬୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ ୩୬୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୬୧ ଜଣ ଲୋକାଲ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଓଡ଼ିଆ ସାମ୍ବାଦିକତା ଓ ସାହିତ୍ୟ ସାରସ୍ବତ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସମାଜର ପୂର୍ବତନ ସମ୍ପାଦିକା ତଥା ସାହିତି୍ୟକା ମନୋରମା ମହାପାତ୍ରଙ୍କ ଶନିବାର ସନ୍ଧ୍ୟାରେ କଟକରେ ଦେହାନ୍ତ ହୋଇଥିଲା। ତେବେ ତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ…

କଲ୍ୟାଣ ମଣ୍ଡପରୁ ମୃତଦେହ ଜବତ

ଭୁବନେଶ୍ୱର,୧୯।୯(ବ୍ୟୁରୋ):  ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଏକ କଲ୍ୟାଣ ମଣ୍ଡପରୁ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ମୃତଦେହ ମିଳିଛି। ସେହେଲେ ଯାଜପୁର ଅଞ୍ଚଳର ପ୍ରକାଶ ବଳ। ପ୍ରକାଶ ଇଭେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ତେବେ ଟଙ୍କା ପାଇଁ ପ୍ରକାଶଙ୍କୁ…

ଜଟିଳ ଫୁସ୍‌ଫୁସ୍‌ ସଂକ୍ରମଣରୁ ସୁସ୍ଥ ହେଲେ ୨୨ ମାସର ଶିଶୁକନ୍ୟା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ଜଟିଳ ଫୁସ୍‌ଫୁସ୍‌ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଜଣେ ୨୨ ମାସର ଶିଶୁ କନ୍ୟା। ଚିକିତ୍ସା ବିଜ୍ଞାନର ଚମତ୍କାରିତା ସହ ଡାକ୍ତରଙ୍କ ନିରନ୍ତର ପରିଶ୍ରମରୁ ଏହି ସଫଳତା ମିଳିଛି। ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଢେଙ୍କାନାଳ…

ଗଜପତିଙ୍କ ଶାସନର ୬୪ଅଙ୍କ ଆରମ୍ଭ

ପୁରୀ ଅଫିସ, ୧୯।୯: ପବିତ୍ର ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀନହର ପରିସରରେ ସୁନିଆ ନୀତି ସମ୍ପନ୍ନ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ୬୩ଅଙ୍କ ଶେଷ ହୋଇଛି। ଶନିବାର ସୁନିଆ ଅବସରରେ ଗଜପତି ମହାରାଜ ଦିବ୍ୟସିଂହ…

‘ସିମ୍‌ ସ୍ବାଇପ୍‌’ ଅଭିଯୋଗରେ ୨ଗିରଫ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଟେଲିକମ୍‌ କମ୍ପାନୀର ଭିଆଇପି ନମ୍ବର ବିଶିଷ୍ଟ ସିମ୍‌କୁ ବେଆଇନ ଭାବେ ସ୍ବାଇପ୍‌ କରି ଅନ୍ୟ ଲୋକଙ୍କୁ ବିକ୍ରି କରିବା ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଇନ୍‌ଫୋସିଟି ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ…

ଅଣଧାନ ଫସଲ ଚାଷକୁ ପ୍ରୋତ୍ସାହନ ଦିଅ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ମିଠାମକା, ବାଜରା, ଚଣା, ହରଡ଼ ଆଦି ଲଘୁଶସ୍ୟ, ତୈଳବୀଜ, ଫଳଚାଷ, ବ୍ୟବସାୟଭିତ୍ତିକ ପନିପରିବା ଚାଷ ଆଦିକୁ ରେଙ୍ଗାଲି ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କ୍ଷେତ୍ରସ୍ତରୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri