ଅଭିଯୁକ୍ତଙ୍କୁ ଖୋଜି ବୁଲୁଛି ପୋଲିସ

ପୁରୀ/କଟକ ଅଫିସ,୨୫।୧: ପୁରୀର ୫ବର୍ଷୀୟା ଶିଶୁକନ୍ୟା ବଳାତ୍କାର ମାମଲାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ମହେଶ୍ୱର ମହାନ୍ତିଙ୍କୁ ପୋଲିସ ଗିରଫ କରିପାରିନାହିଁ। ଅଭିଯୁକ୍ତ ଫେରାର ଥିବା ବେଳେ ତାଙ୍କୁ ଧରିବାକୁ ପୋଲିସର ୪ ଟିମ୍‌ ୮ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଖୋଜି ବୁଲୁଥିଲେ ମଧ୍ୟ କୌଣସି ସୂଚନା ପାଇପାରି ନାହିଁ। ଫଳରେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ ବଳାତ୍କାରର ଶିକାର ହୋଇ କଟକ ଏସ୍‌ସିବି ମେଡିକାଲ ଗାଇନିକ୍‌ ୱାର୍ଡରେ ଚିକିତ୍ସିତ ହେଉଥିବା ପୁରୀର ଶିଶୁକନ୍ୟାଙ୍କୁ ସୋମବାର ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍‌ସିପିସିଆର୍‌) ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଭେଟିଛନ୍ତି। ସେ ପୀଡ଼ିତାଙ୍କ ଶିଶୁର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଏବେ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ମେଡିକାଲରେ
ତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ଏ ନେଇ ପୁରୀ ଏସ୍‌ପି କନ୍‌ଓ୍ବର ବିଶାଲ ସିଂ କହିଛନ୍ତି, ଏହି ଘଟଣାରେ ଟାଉନ ଥାନା ପକ୍ଷରୁ ଆଇପିସି ଧାରା ୩୭୬(ଏ), (ବି) ଏବଂ ପୋକ୍ସୋ ଆକ୍ଟ ସେକ୍ସନ୍‌-୬ରେ କେସ୍‌ ନଂ. ୨୦/୨୦୨୨ ରୁଜୁ କରାଯାଇଛି। ଅଭିଯୁକ୍ତ ମହେଶ୍ୱର ନିଜ ଭଉଣୀ ଓ ଭାଣିଜୀ ସହ ସିଦ୍ଧବକୁଳ ମଠ ଲେନ୍‌ରେ ୬ମାସ ହେବ ନୂଆ ଘର କରି ରହୁଥିଲେ। ସେ ତାଙ୍କ ଭଉଣୀଙ୍କୁ ଅନେକ ଥର ମାର୍‌ପିଟ କରିଥିବା ସାହିପଡ଼ିଶା କହିଛନ୍ତି। ଅଭିଯୁକ୍ତଙ୍କ ପାଖରେ ମୋବାଇଲ ଫୋନ୍‌ ନ ଥିବାରୁ ତାଙ୍କୁ ଟ୍ରାକ୍‌ କରାଯାଇପାରୁନାହିଁ। ଫଳରେ ତାଙ୍କୁ ଧରିବା କଷ୍ଟକର ହେଉଛି। ତେବେ ସୋମବାର ୮ରୁ ଊର୍ଦ୍ଧ୍ୱ ସ୍ଥାନକୁ ଯାଇ ପୋଲିସ ଟିମ୍‌ ଖୋଜାଖୋଜି କରିଛି। ଅଭିଯୁକ୍ତଙ୍କର ୫ଜଣ ଭଉଣୀ ଥିବାବେଳେ ସମସ୍ତଙ୍କ ଘରେ ଖୋଜାଖୋଜି କରାଯାଇଛି। ପାରାଦୀପ, ଭୁବନେଶ୍ୱର, କଟକ, ବ୍ରହ୍ମଗିରି, ପିପିଲି, କୋଣାର୍କ, ଛଇତନା, ଜଗତ୍‌ସିଂହପୁରର ବିଭିନ୍ନ ସ୍ଥାନ ସମେତ ଅଭିଯୁକ୍ତ ମହେଶ୍ୱରଙ୍କ ପୈତୃକ ବାସସ୍ଥଳୀ ବାଲିକୁଦା ଥାନା ଅଞ୍ଚଳରେ ମଧ୍ୟ ଚଢାଉ କରାଯିବା ସହ ଖୋଜାଖୋଜି ଜାରି ରହିଛି ବୋଲି ଏସ୍‌ପି ସିଂ କହିଛନ୍ତି।
ସୂଚନାଯୋଗ୍ୟ, ପୁରୀ ଟାଉନ ଥାନା ଅଞ୍ଚଳରେ ପୀଡ଼ିତାଙ୍କ ପରିବାର ଏକ ଭଡ଼ାଘରେ ରହନ୍ତି। ରବିବାର ପୂର୍ବାହ୍ନ ୧୦ଟାରେ ୫ ବର୍ଷର ଶିଶୁକନ୍ୟା ଏକାକୀ ଖେଳୁଥିବା ବେଳେ ପାଖ ଘରେ ରହୁଥିବା ଅଭିଯୁକ୍ତ ମହେଶ୍ୱର ତାଙ୍କୁ ନିଜ ଘର ଛାତ ଉପରକୁ ଉଠାଇ ନେଇ ବଳାତ୍କାର କରିଥିଲେ। ବହୁ ସମୟ ଧରି ଝିଅକୁ ଦେଖିବାକୁ ନ ପାଇବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ଘରର ଏକ କୋଣରେ ଝିଅ ବସି କାନ୍ଦୁଥିବାର ଦେଖିବାକୁ ପାଇ ପଚାରିବାରୁ ସବୁ କଥା ଜାଣିବାକୁ ପାଇଥିଲେ। ସେମାନେ ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri