ଜାଲ୍‌ ଜାତି ପ୍ରମାଣପତ୍ରରେ ନାମାଙ୍କନ

ବାଲିକୁଦା(ସ୍ବ.ପ୍ର.)/ଭୁବନେଶ୍ୱର(ବ୍ୟୁରୋ),୨୫ା୧: ଜଗତ୍‌ସିଂହପୁର ଜିଲା ବାଲିକୁଦା ୨ନଂ. ଜୋନ୍‌ରେ ଜିଲା ପରିଷଦ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଜାଲ୍‌ ଜାତିଗତ ପ୍ରମାଣପତ୍ର ଦିଆଯାଇଛି। ଏଭଳି ଅଭିଯୋଗ ଆଣି ପ୍ରାର୍ଥୀ ଜଟାଧାରୀ ଦାସଙ୍କ ବିରୋଧରେ କଂଗ୍ରେସ ସୋମବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟିଛି। ଦଳର ଅଭିଯୋଗ ଅନୁଯାୟୀ, ଦାସ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ଏହି ଜୋନ୍‌ଟି ଅନୁସୂଚିତ ବର୍ଗର ଜାତି ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଦାସ ସାଧାରଣ ବର୍ଗର। ମାତ୍ର ସେ ମିଥ୍ୟା ଜାତିଗତ ପ୍ରମାଣପତ୍ର ଆଧାରରେ ଅନୁସୂଚିତ ଜାତିର ବୋଲି ଦର୍ଶାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାଛଡ଼ା ଦାସଙ୍କ ୨ଟି ସ୍ତ୍ରୀ ଥିବା ବେଳେ ସତ୍ୟପାଠରେ ଜଣେ ବୋଲି ଦର୍ଶାଯାଇଛି । ଏ ସମ୍ପର୍କରେ ରବିବାର ଜିଲା ରିଟର୍ନିଂ ଅଫିସରଙ୍କ ନିକଟରେ କଂଗ୍ରେସ ଫେରାଦ ହୋଇଥିଲା। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ କଂଗ୍ରେସ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ସମ୍ପୃକ୍ତ ଅଫିସର ବିରୋଧରେ ଅଭିଯୋଗ କରିଛନ୍ତି। ଏଥିସହ ଉପରୋକ୍ତ ଅଭିଯୋଗର ତଦନ୍ତ କରି ସମ୍ପୃକ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିବା ସହ ତାଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପ୍ରାର୍ଥୀ ଦାସ କହିଛନ୍ତି, ତାଙ୍କର ଜାତିଗତ ପ୍ରମାଣପତ୍ର ଠିକ୍‌ ରହିଛି। ସେ କୌଣସି ଭୁଲ୍‌ ଜାତି ପ୍ରମାଣପତ୍ର ସରକାରୀ ଅଫିସରୁ ବାହାର କରିନାହାନ୍ତି। ସେହିପରି ୨ ସ୍ତ୍ରୀ ଥିବା ସମ୍ପର୍କରେ ସେ କହିଛନ୍ତି, ପ୍ରଥମେ ସୁଲୋଚନା ସେନାପତିଙ୍କୁ ବିବାହ କରିଥିଲେ। ୨୦୧୨ରେ ତାଙ୍କ ମୃତ୍ୟୁ ପରେ ସେ ପ୍ରତିମା ବେହେରାଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ଅବସ୍ଥାରେ ୯ ପରିବାର

ଖଇରା,୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଶ୍ରୀରାମପୁର ଅଙ୍ଗନୱାଡି କେନ୍ଦ୍ର ଅଧୀନରେ ୯ ପରିବାର ଖାଦ୍ୟ ନ ପାଇ ଅସହାୟ ଅବସ୍ଥାରେ ରହିଛନ୍ତି।...

ଭିଜିଲାନ୍ସ ଜାଲରେ ସମବାୟ ଲ୍ୟାମ୍ପ୍ସ ଏମ୍‌ଡି

ସମ୍ବଲପୁର ଅଫିସ,୩ା୧୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଜମନକିରା ସମବାୟ ଲ୍ୟାମ୍ପସ୍‌ର ଏମ୍‌ଡି ଫଣିନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ...

‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି ତେଜିଲା: ଆର୍‌ଆଇ ଅଫିସ୍‌ ସମ୍ମୁଖରେ ଭାଜପାର ଆନ୍ଦୋଳନ

ରୂପ୍‌ସା, ୧୯।୧୧(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଆର୍‌ଆଇ ଅଫିସ ସମ୍ମୁଖରେ ଭାଜପା ପକ୍ଷରୁ ମଙ୍ଗଳବାର ଆନ୍ଦୋଳନ କରାଯାଇଛି। କସିପଦା, ରୂପ୍‌ସା, ଆଙ୍କୋ ପଞ୍ଚାୟତରେ ‘ବୁଲ୍‌ବୁଲ୍‌’...

ଗଞ୍ଜାମକୁ ବଳିଯିବ ଖୋର୍ଦ୍ଧା ସ୍ଥିତି: ଆଜି ଚିହ୍ନଟ ହେଲେ ସର୍ବାଧିକ ୪୮୮ ଆକ୍ରାନ୍ତ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଗୋଟିଏ ପଟେ ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବା ଦେଖାଯାଉଥିବା ବେଳେ ଚିନ୍ତା ବଢ଼ାଇଲାଣି ଖୋର୍ଦ୍ଧା। ରବିବାର ରାଜ୍ୟରେ ୨୯୨୪ କରୋନା ପଜିଟିଭ୍‌ ଚିହ୍ନଟ...

ଭୁବନେଶ୍ୱରରେ ପହଞ୍ଚିଲେ ୬୧୮ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର, ୩ା୬ (ବ୍ୟୁରୋ)- ବୁଧବାର ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଏୟାର ଏସିଆର ୩ଟି ବିମାନ ଅବତରଣ କରିଛି। ଏଥିରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀମାନେ...

ଆଶଙ୍କାରେ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା

ପୁରୁଣା ଭୁବନେଶ୍ୱର,୪ା୩(ଡି.ଏନ୍‌.ଏ.): ପ୍ରତିବର୍ଷ ମହାଶିବରାତ୍ରି ପରେ ଅମାବାସ୍ୟା ଯିବାର ପ୍ରଥମ ଶନିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥାଏ। କପିଳେଶ୍ୱର ମନ୍ଦିରରେ ଖୁଣ୍ଟିଆ ଓ...

୬ଷ୍ଠ ଦିନରେ ଭଦ୍ରକ କାଳୀପୂଜା: ସହର ଲୋକାରଣ୍ୟ

ଭଦ୍ରକ ଅଫିସ,୨।୧୧-ଐତିହାସିକ ଭଦ୍ରକ କାଳୀପୂଜା ଲାଗି ସାରା ସହର ଲୋକାରଣ୍ୟ ହୋଇପଡ଼ିଛି। ଶୁକ୍ରବାର କାଳୀପୂଜାର ୬ଷ୍ଠ ଦିନରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ନାହିଁ...

ବିଜେଡିରୁ ଇସ୍ତଫା ଦେଲେ ତେଜେଶ୍ବର ପରିଡା

ଭୁବନେଶ୍ବର,୩୦।୯(ବ୍ୟୁରୋ): ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ବର ପରିଡା ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ଟୁଇଟ୍‌...

Advertisement
Archives

Model This Week