ସ୍କୁଲ ପାଇଁ ୪୦ଲକ୍ଷ ଦେଲେ ପୁରାତନ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ରାଜ୍ୟର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ୟୁନିଭର୍‌ସିଟି ହାଇସ୍କୁଲ ବାଣୀବିହାରର ପୁରାତନ ଛାତ୍ରୀଛାତ୍ର ‘ମୋ ସ୍କୁଲ୍‌ ଅଭିଯାନ’ରେ ସାମିଲ ହୋଇ ନିଜ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୪୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବିଦ୍ୟାଳୟ ପୁରାତନ ଛାତ୍ର ସଂଗଠନର ଏକ ପ୍ରତିନିଧି ଦଳ ସୋମବାର ‘ମୋ ସ୍କୁଲ୍‌’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀଙ୍କୁ ଭେଟି ଉକ୍ତ ଟଙ୍କାର ଚେକ୍‌ ଦେବା ସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ୪୦ ଲକ୍ଷ ଟଙ୍କାରେ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତା ରାଶିକୁ ମିଶାଇ ମୋଟ ୧ କୋଟି ୨୦ ଲକ୍ଷ ଟଙ୍କାରେ ଏକ ଅତ୍ୟାଧୁନିକ ମଲ୍ଟିପରପୋଜ୍‌ ହଲ୍‌ (ଷ୍ଟେଟ୍‌ ଅଫ୍‌ ଦି ଆର୍ଟ ସେଣ୍ଟର ଓ ଇନ୍‌ଡୋର ହଲ୍‌) ନିର୍ମାଣ କରାଯିବ। ଏଥିପାଇଁ ପ୍ରତିନିଧି ଦଳ ଏକ ସ୍ବତନ୍ତ୍ର ଡିଜାଇନ୍‌ ମଧ୍ୟ ପ୍ରଦାନ କରିଛି। ୨୦୨୨ରେ ହାଇସ୍କୁଲ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବାବେଳେ ଉକ୍ତ ଉତ୍ସବରେ ଏହା ଉଦ୍‌ଘାଟନ ହେବ। ଏଥିସହ ଶିକ୍ଷାନୁଷ୍ଠାନର ସ୍ବର୍ଣ୍ଣିମ ଇତିହାସକୁ ଆହୁରି ଗୌରବାନ୍ବିତ କରିବାକୁ ପୁରାତନ ଛାତ୍ର ସଙ୍ଗଠନ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେବେ ପ୍ରସ୍ତାବିତ ଏହି ବହୁମୁଖୀ ଗୃହରେ ଏକାସାଙ୍ଗରେ ୧ ହଜାର ଛାତ୍ରୀଛାତ୍ର ଏକତ୍ରିତ ହୋଇପାରିବେ ଏବଂ ଏହାକୁ ପ୍ରାର୍ଥନା ସଭା, ମଧ୍ୟାହ୍ନ ଭୋଜନ ହଲ୍‌, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ ପାଇଁ ବ୍ୟବହାର କରାଯାଇପାରିବ। ‘ମୋ ସ୍କୁଲ୍‌ ଅଭିଯାନ’ ଅଧୀନରେ ୟୁନିଭର୍ସିଟି ହାଇସ୍କୁଲ୍‌ରେ କମ୍ପ୍ୟୁଟର ଲ୍ୟାବ୍‌, ବିଜ୍ଞାନାଗାର, ପାଠାଗାର, ବାଇସାଇକେଲ ଷ୍ଟାଣ୍ଡ୍‌ ନିର୍ମାଣ କରାଯାଇଥିବାବେଳେ ଶ୍ରେଣୀଗୃହ ଓ ଶୌଚାଳୟର ମରାମତି, ପାନୀୟଜଳ ବ୍ୟବସ୍ଥା ସହ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶମୂଳକ କାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦୦୦ ଦେଇ ଭୁଆଁ ବୁଲାଉଛନ୍ତି ସରକାର: ଭାଜପା

ଭୁବନେଶ୍ୱର, ୮।୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ ଘର କରିବା ଲାଗି ୧ ଲକ୍ଷ ୭୦ ହଜାର ଟଙ୍କା ପଠାଉଛନ୍ତି। ଓଡ଼ିଶାରେ ଏହି ଟଙ୍କା...

ପରୀ ମାମଲା ଶୁଣାଣି ୨ ଦିନ ଘୁଞ୍ଚିଲା

ନୂଆଦିଲ୍ଲୀ,୧୪ା୭: ନୟାଗଡ଼ ଜିଲା ଯଦୁପୁର ଗ୍ରାମର ୫ବର୍ଷୀୟା ଶିଶୁ କନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ନିମନ୍ତେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର...

ପଜିଟିଭ୍‌ କଏଦୀଙ୍କୁ ଜେଲ ମନା

ଭୁବନେଶ୍ୱର,୯।୪(ବ୍ୟୁରୋ): ଏଣିକି ପଜିଟିଭ୍‌ କଏଦୀଙ୍କୁ ଜେଲ୍‌ ମନା। ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଏଦୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଜେଲ୍‌ ବିଭାଗ...

ଥାନା ହାଜତରେ ମୃତ୍ୟୁ ଘଟଣା: କେ.ରମେଶଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ୧୬ କ୍ଷତଚିହ୍ନ

ପୁରୀ ଅଫିସ,୬ା୧୨: ପୁରୀ ବାସେଳିସାହି ଥାନା ହାଜତରେ ନଭେମ୍ବର ୧୯ରେ କେ. ରମେଶ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ହେପାଜତରେ ଏହି ଘଟଣା...

ସଫେଇ ନାଁରେ ସରକାରୀ ଅଫିସ୍‌ ପରିସରରୁ ମୂଲ୍ୟବାନ ଗଛ ଚାଲାଣ

ବାଲେଶ୍ୱର ଅଫିସ, ୧୯।୭-ବାଲେଶ୍ୱର ଜଳସେଚନ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ନିମ୍ବ, ଆକାଶୀ, ଶାଗୁଆନ, କଦମ୍ବ, ଆମ୍ବ ଭଳି ୫୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ...

ଭିତରକନିକାକୁ ବିପଦ ଜଳଯୋଗାଣ ପ୍ରକଳ୍ପ

ଯାଜପୁର ଅଫିସ,୨୦।୭: ଯାଜପୁର ଓ କେନ୍ଦ୍ରାପଡା ଜିଲା ଦେଇ ପ୍ରବାହିତ ଖରସ୍ରୋତା ନଦୀ ପାଣିରେ ଭଦ୍ରକ ଜିଲାର ୯୧ଟି ଲବଣାକ୍ତ ପ୍ରଭାବିତ ପଞ୍ଚାୟତବାସୀଙ୍କ ପାଇଁ ଏକ...

ସବୁ ଦର ବଢ଼ିଲାଣି, ଆମ ଦରମା ବଢ଼ାଅ

ଭୁବନେଶ୍ୱର,୧୬ା୩(ବ୍ୟୁରୋ): ଦୀର୍ଘ ବର୍ଷ ହେବ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା କିମ୍ବା ଅନ୍ୟାନ୍ୟ ଭତ୍ତା ବଢ଼ିନାହିଁ। ପେଟ୍ରୋଲ, ଡିଜେଲ ଦର ବଢ଼ିଲାଣି। ଅନ୍ୟାନ୍ୟ ଆନୁଷଙ୍ଗିକ...

ପେଟ୍ରୋଲ ୨୫, ଡିଜେଲ ୨୮ ପଇସା ବଢ଼ିଲା

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନିୟନ୍ତ୍ରଣକୁ ଆସିପାରୁନାହିଁ। ବୁଧବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ି ୯୬.୩୦ ଟଙ୍କା ଛୁଇଁଛି। ସେହିଭଳି...

Advertisement
Archives

Model This Week