ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡ଼ିଶା

ଭୁବନେଶ୍ୱର, ୨୫।୧(ବ୍ୟୁରୋ):  ବିଭିନ୍ନ ରାଜ୍ୟରୁ ମିଳିଥିବାରୁ ତଥ୍ୟ ଅନୁସାରେ ଦେଶରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ହୋଇଥିବା କେନ୍ଦ୍ର ସରକାର କହିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏ ନେଇ ପ୍ରତିକ୍ରିୟା ରଖିଛି। ସୋମବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ। କିନ୍ତୁ ଓଡ଼ିଶା ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇଛି। ଗୋଷ୍ଠୀ ସଂକ୍ରମଣର ଅର୍ଥ ସ୍ଥାନୀୟ ଅଞ୍ଚଳରେ ଓମିକ୍ରନ୍‌ ସଂଖ୍ୟା ବଢ଼ିବା। ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। କିଛିଦିନ ତଳେ ହୋଇଥିବା ଜିନୋମ ସିକ୍ୱେନ୍ସିଂ ଅନୁସାରେ ୬୦ ପ୍ରତିଶତ ଓମିକ୍ରନ ଥିଲା। ବାହାର ଦେଶକୁ ବିନା ଯାତ୍ରାରେ ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢୁଛି, ତାହାହେଲେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି ସେ କହିଛନ୍ତି।
ସେପଟେ ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ହାର ବଢ଼ିଛି। ଗତ ୨୪ ଘଣ୍ଟାରେ ୬୧,୯୬୯ ନମୁନା ପରୀକ୍ଷା କରାଯାଇଥିବାବେଳେ ୭,୨୯୧ଜଣ ପଜିଟିଭ୍‌ ବାହାରିଛନ୍ତି। ସଂକ୍ରମଣ ହାର ୧୧.୭୭%କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧,୭୦୫ଜଣ ଥିବାବେଳେ ସୁନ୍ଦରଗଡ଼ରୁ ୬୪୬, କଟକ ୫୬୧, ବାଲେଶ୍ୱର ୩୪୩, ମୟୂରଭଞ୍ଜ ୨୨୯, ନବରଙ୍ଗପୁର ୧୪୮, ନୟାଗଡ଼ ୧୯୨, ନୂଆପଡ଼ା ୧୬୦, ପୁରୀ ୧୧୬, ରାୟଗଡ଼ା ୨୯୫, ସମ୍ବଲପୁର ୧୭୬, ସୋନପୁର ୨୮୨, ବଲାଙ୍ଗୀର ୨୧୮, ଯାଜପୁର ୨୦୩, ଅନୁଗୋଳ ୧୮୩, ଜଗତ୍‌ସିଂହପୁର ୧୨୧, କଳାହାଣ୍ଡି ୧୭୩, କେନ୍ଦୁଝର ୧୩୨, ବରଗଡ଼ ୧୩୦, କୋରାପୁଟ ୧୧୧ ଓ କେନ୍ଦ୍ରାପଡ଼ାରୁ ୧୦୯ଜଣ ରହିଛନ୍ତି। ଫଳରେ ମୋଟ ସଂକ୍ରମଣ ୧୨,୧୧,୯୫୧କୁ ବୃଦ୍ଧି ପାଇଛି। ଅପରପକ୍ଷେ ରାଜ୍ୟରେ ଆଉ ୫ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସମସ୍ତେ ମହିଳା ହୋଇଥିବାବେଳେ ଭୁବନେଶ୍ୱରରୁ ଦୁଇଜଣ, କଟକ, କେନ୍ଦୁଝର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ରହିଛନ୍ତି। ତେବେ କଟକ ମୃତକ ଜଣକ ୧୩ ବର୍ଷର ନାବାଳିକା ବୋଲି ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି। ଏମାନଙ୍କୁ ମିଶାଇ କରୋନାଜନିତ ମୃତ୍ୟୁ ୮,୫୨୫ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଲରଙ୍କ ମାଡ଼ରେ ଚାଷୀ ଗୁରୁତର

ମହାକାଳପଡ଼ା,୧୮ା୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ସେବା ସମବାୟ ସମିତିରେ ଜଣେ ଚାଷୀ ଗୁରୁବାର ଧାନ ବିକ୍ରି କରିବାକୁ ଯାଇ ମିଲରଙ୍କ...

ରାଜ୍ୟ ସଂଗ୍ରହାଳୟ ଖୋଲିବା ବିଳମ୍ବିତ ହେବ, କ୍ଷୟକ୍ଷତି ଅନୁଧ୍ୟାନ କଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ)- ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶନିବାର ପୂର୍ବାହ୍ନରେ ବାତ୍ୟାରେ କ୍ଷତିଗ୍ରସ୍ତ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ...

ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲା, ୩୮ ଗୁରୁତର

ବ୍ରହ୍ମପୁର ଅଫିସ,୨୯।୧: ତପ୍ତପାଣି ଘାଟିରେ ବୁଧବାର ବଡି ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଥିବାବେଳେ ୩୮ଜଣ ଗୁରୁତର...

ଏସ୍‌ଆଇଙ୍କୁ ମହଙ୍ଗା ପଡିଲା ଥାର୍ଡ଼ ଡିଗ୍ରୀ

ରାଉରକେଲା ଅଫିସ,୧୭।୨: ଥାନା ଭିତରେ ଜଣେ ନାବାଳକଙ୍କୁ ଥାର୍ଡ଼ ଡିଗ୍ରୀ ଦେବା ଘଟଣା ସୁନ୍ଦରଗଡ଼ ଜିଲା ରାଉରକେଲା ଉଦିତନଗର ପୋଲିସ ଏସ୍‌ଆଇ ମାନସ ରଞ୍ଜନ ନାୟକଙ୍କୁ...

ହୁମ୍ମର ଗାଁ ରାସ୍ତା ନିର୍ମାଣ ନିମ୍ନମାନର: ପୁନଃ ନିର୍ମାଣ ନିର୍ଦ୍ଦେଶ ଦେଲେ ବିଡିଓ

ଛତ୍ରପୁର,୨୫ା୭(ଡି.ଏନ.ଏ)-ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତ ହୁମ୍ମର ଗାଁରେ ଅତି ନିମ୍ନମାନର କଂକ୍ରିଟ୍‌ ରାସ୍ତା ନିର୍ମାଣ ହେଉଥିବା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ...

ବିଧାୟିକା ଭାବେ ଶପଥ ନେଲେ ରୀତା, ଶପଥପାଠ କରାଇଲେ ବାଚସ୍ପତି

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ବୁଧବାର ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଅଧିବେଶନ। ପ୍ରଥମ ଦିବସରେ ବିଜେପୁର ବିଧାନସଭା ଆସନରୁ ନବ ନିର୍ବାଚିତ ରୀତା ସାହୁ ବିଧାୟିକା ଭାବେ...

ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୬।୫(ବ୍ୟୁରୋ): ବୁଧବାର ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ବାଲେଶ୍ୱର ଜିଲାର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ...

ନନ୍ଦନକାନନରୁ ଚନ୍ଦକା ଗଲେ ୭ ହରିଣ

ବାରଙ୍ଗ,୮ା୧୨(ଡି.ଏନ୍‌.ଏ) ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶନିବାର ୭ଟି ଚିତ୍ରାହରିଣ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଛି। ଚନ୍ଦକାରେ ଛଡ଼ାଯିବାର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ଇତି ମଧ୍ୟରେ ପ୍ରାୟ...

Advertisement
Archives

Model This Week