‘କୋଭିଡ୍‌ ପଜିଟିଭ୍‌ ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ’

ଭୁବନେଶ୍ୱର, ୨୫।୧ (ବ୍ୟୁରୋ): ରିପୋର୍ଟ କୋଭିଡ୍‌ ପଜିଟିଭ୍‌ ଆସିଲେ ହଠାତ୍‌ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଏଥିପାଇଁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଟୋଲ୍‌ ଫ୍ରି ନମ୍ବର ୧୯୨୯ ଏବଂ ୧୦୪ କୁ ଫୋନ୍‌ କରି ନିଜର ସ୍ଥିତି, ଯନତ୍ ସମ୍ପର୍କରେ ପଚାରି ବୁଝନ୍ତୁ। ପରାମର୍ଶ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରବାସୀଙ୍କୁ ସଚେତନ କରାଯାଇଛି। ବର୍ତ୍ତମାନ ସହରରେ ସଂକ୍ରମଣ ହାର ବୃଦ୍ଧି ପାଉଛି। ଭୟଭୀତ ନ ହୋଇ ସାମାନ୍ୟ ଲକ୍ଷଣ ଥିଲେ ଗୃହ ସଙ୍ଗରୋଧରେ ରହି ସରକାରଙ୍କ କରୋନା ନିୟମକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ସୋମବାର ବିଏମ୍‌ସିର ନିଜସ୍ବ ପ୍ରଚାର ଗାଡ଼ିରେ କୋଭିଡ୍‌ଜନିତ ଗୃହ ସଙ୍ଗରୋଧ ଓ ଆବଶ୍ୟକ ଯତ୍ନ ବାବଦରେ ସ୍ବତନ୍ତ୍ର ପରାମର୍ଶ ବାର୍ତ୍ତା ପ୍ରସାର କରାଯାଇଛି। ନିୟମ ଅନୁସାରେ, ପଜିଟିଭ୍‌ ବ୍ୟକ୍ତି ଯେଉଁମାନଙ୍କର ପ୍ରାୟତଃ ଲକ୍ଷଣ ନ ଥାଏ ବା ସ୍ବଳ୍ପ ଲକ୍ଷଣ ଥାଏ ସେମାନେ ଗୃହ ପୃଥକବାସରେ ରହି ଏହାର ମୁକାବିଲା କରିପାରିବେ। ସଂକ୍ରମିତ ବ୍ୟକ୍ତିଙ୍କ ରହିବା ସ୍ଥାନଟି ବାୟୁ ଚଳାଚଳଯୁକ୍ତ ହୋଇଥିବା ଦରକାର। ଏଥିସହ ପାଇଖାନା ପୃଥକ୍‌ ରହିବା, ନିଜେ ଓ ଯତ୍ନ ନେଉଥିବା ସଦସ୍ୟ ବା ପାଖ ବ୍ୟକ୍ତି ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା, ସମ୍ପୃକ୍ତ ବ୍ୟକ୍ତିଙ୍କ ବାସନକୁଶନ, ଲୁଗାପଟା ଇତ୍ୟାଦି ଭଲ ଭାବରେ ସାବୁନ୍‌ ପାଣିରେ ଧୋଇବା, ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ମାସ୍କ, ଟିସୁପେପର ଇତ୍ୟାଦିକୁ ଏକ ପ୍ରତିଶତ ବ୍ଲିଚିଂ ଘୋଳରେ ଅଧ ଘଣ୍ଟା ପକାଇବା ପରେ ଏହାକୁ ନଷ୍ଟ କରିଦେବା, ସହାୟକ ସାମାଜିକ ଦୂରତା ରକ୍ଷା କରିବା, ଲକ୍ଷଣ ବିହୀନ ବା ସ୍ବଳ୍ପ ଲକ୍ଷଣ ଅବସ୍ଥା ସ୍ବାଭାବିକ ଥିଲେ ଅତି କମ୍‌ରେ ୭ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବା ନିତାନ୍ତ ଆବଶ୍ୟକ।
ପଜିଟିଭ୍‌ ବ୍ୟକ୍ତି କଡ଼ ଲେଉଟାଇ କିମ୍ବା ପେଟ ମାଡ଼ି ଶୋଇଲେ ଶ୍ୱାସକ୍ରିୟାରେ ଉନ୍ନତି ଆସିଥାଏ। ଏତଦ୍‌ବ୍ୟତୀତ ଜ୍ୱର ଅଧିକ ହେବା, ନ ଛାଡ଼ିବା, ଅକ୍ସିଜେନ୍‌ ସାଚୁରେଶନ୍‌ ୯୩ ତଳକୁ ଖସିବା, ମାନସିକ ସ୍ଥିତି ଠିକ୍‌ ନ ରହିବା ଇତ୍ୟାଦି ଦେଖାଦେଲେ ଟୋଲ୍‌ ଫ୍ରି ନମ୍ବରରେ ଫୋନ୍‌ କରି ପଦକ୍ଷେପ ନେବାକୁ ସୂଚନା ଦିଆଯାଇଛି। ବର୍ତ୍ତମାନ କୋଭିଡ଼୍‌ ସଂକ୍ରମିତ ପ୍ରାୟ ୧୧ହଜାର ଜଣଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଗୃହ ପୃଥକ୍‌ ବାସରେ ରହୁଥିବା ଜଣାପଡ଼ିଛି। ବ୍ୟବସ୍ଥା ଅନୁସାରେ ବିଏମ୍‌ସିର ୩ଟି ପ୍ରଶାସନିକ ଜୋନ୍‌ରେ ୧୨ଟି ଲେଖାଏ ଆର୍‌ଆର୍‌ଟି ଟିମ୍‌ ରହିଛନ୍ତି ଓ ସଂକ୍ରମିତ ବ୍ୟକ୍ତିଙ୍କ ସୂଚନା ଅନୁସାରେ ସେମାନଙ୍କୁ ଯୋଗାଯୋଗ କରି ସ୍ଥିତି ନିରୀକ୍ଷଣ କରୁଛନ୍ତି। ମଙ୍ଗଳବାରଠାରୁ ପ୍ରତ୍ୟେକ ୱାର୍ଡର ସଫେଇ ଗାଡିରେ ଏହି ସଚେତନତା କରାଯିବ। ଏହି ବାର୍ତ୍ତାକୁ ନାଗରିକମାନେ ପରସ୍ପରକୁ ଜଣାଇଲେ ସଂକ୍ରମଣ ଜନିତ ଭୟ ଓ ଦ୍ୱନ୍ଦ୍ୱ ଦୂର କରିବା ସହଜ ହେବ ବୋଲି ବିଏମ୍‌ସି ଡେପୁଟି କମିଶନର (କୋଭିଡ୍‌ ସେଲ୍‌) ଶୁଭେନ୍ଦୁ କୁମାର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଳଦୀରେ ଅପମିଶ୍ରଣ: ମିଲ୍‌ରେ ପୋଲିସର ଚଢ଼ାଉ

ବଲାଙ୍ଗୀର ଅଫିସ, ୨୧।୧୦: ବଲାଙ୍ଗୀର ସହର ଲିଟେରାରୀ କ୍ଲବ ନିକଟରେ ଥିବା ଏକ ମିଲ୍‌ରେ ହଳଦୀରେ ଅପମିଶ୍ରଣ କରାଯାଉଥିବା ସୂଚନା ପାଇ ଟାଉନ ଥାନା ପୋଲିସ...

ବ୍ୟବସାୟୀଙ୍କ ଘରୁ ଡକାୟତି: ଜବତ ହେଲା ଚୋରି ୩୧ ଲକ୍ଷ ଟଙ୍କା

ଭବାନୀପାଟଣା/ଧର୍ମଗଡ଼,୯।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ସହରରେ ଗତ ୩୦ ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାରେ କଳାହାଣ୍ଡି ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ଟିଟିଲାଗଡ଼...

ଭିମ୍‌ସାର ଗବେଷଣା ରିପୋର୍ଟକୁ ମିଳିଲା ଡବ୍ଲ୍ୟୁଏଚ୍‌ଓ ମାନ୍ୟତା

ସମ୍ବଲପୁର,୩ା୧(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରର ଏକ ଡାକ୍ତରୀ ଟିମ୍‌ ଟିକା ନେବା ପରେ ସଂକ୍ରମଣ ଏବଂ ଏକ ନିର୍ଦ୍ଦିଷ୍ଟ ବ୍ଲଡ୍‌ ଗ୍ରୁପ୍‌ରେ ସଂକ୍ରମଣ ବୃଦ୍ଧିକୁ ନେଇ...

ରାଜ୍ୟରେ ୧୮,୨୬୮ଜଣଙ୍କୁ ମିଳିଛି ବନ୍ଧୁକ ଲାଇସେନ୍ସ

ଭୁବନେଶ୍ୱର,୨୮ା୩(ବ୍ୟୁରୋ):ରାଜ୍ୟରେ ୧୮,୨୬୮ଜଣଙ୍କୁ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଛି। ବ୍ୟକ୍ତିଗତ ସୁରକ୍ଷା, ବ୍ୟାଙ୍କ ସମ୍ପତ୍ତି ସୁରକ୍ଷା, କ୍ରୀଡ଼ା ଓ ଟାର୍ଗେଟ ଅଭ୍ୟାସ ନିମନ୍ତେ ଜିଲା ଏସ୍‌ପିଙ୍କ ରିପୋର୍ଟ...

ବାପାଙ୍କ ମନପ୍ରାଣ ବିଜୁବାବୁ; ଭାଜପାରେ ମିଶିବା ଭୁଲ ନିଷ୍ପତ୍ତି ଥିଲା: ସମ୍ବିତ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ ଆଉ ଏବେ ଏବେ ଭାଜପାରୁ ବୁଧବାର ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଡା. ଦାମୋଦର...

କାମରେ ଆସୁନି ସୌର ପ୍ରକଳ୍ପ

ଜଗତ୍‌ସିଂହପୁର ଅଫିସ,୧ା୮: ବିଦ୍ୟୁତ୍‌ ଆବଶ୍ୟକତାକୁ ଦେଖି ଉତ୍ପାଦନ ସନ୍ତୋଷଜନକ ନୁହେଁ। ତେଣୁ ଏହାର ବିକଳ୍ପ ଭାବେ ସୌରଶକ୍ତିର ବିନିଯୋଗ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର...

ନିଶା କାରବାର ଲିଙ୍କରେ ୨ ମହିଳା ଏଜେଣ୍ଟ: ଏସ୍‌ଟିଏଫ୍‌ ଲିଷ୍ଟରେ ସଞ୍ଜୁ, ପାକୁ ଓ କାକା

ଖୋର୍ଦ୍ଧା ଅଫିସ,୧୮ା୭: କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟାର୍ଗେଟରେ ଏବେ ନିଶା ମାଫିଆ। ବ୍ରାଉନ୍‌ସୁଗାର କାରବାରର ମାଷ୍ଟରମାଇଣ୍ଡ୍‌ ତଥା ଖୋର୍ଦ୍ଧା ପଥରଖଣି ଉପତ୍ୟକାରେ ରାଜ୍‌ କରୁଥିବା ସୁଧାଂଶୁ ପରିଡ଼ା...

୨୭ ଗାଁ ପାଣି ଘେରରେ, ବନ୍ଦହେଲା ୩୨ ସ୍କୁଲ

ନୟାଗଡ଼ ଅଫିସ,୧୬।୮: ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଦେଖାଦେଇଛି। ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ଫଳରେ ନୟାଗଡ଼ ଜିଲା ଗଣିଆ ବ୍ଲକର ୨୭...

Advertisement
Archives

Model This Week