‘କୋଭିଡ୍‌ ପଜିଟିଭ୍‌ ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ’

ଭୁବନେଶ୍ୱର, ୨୫।୧ (ବ୍ୟୁରୋ): ରିପୋର୍ଟ କୋଭିଡ୍‌ ପଜିଟିଭ୍‌ ଆସିଲେ ହଠାତ୍‌ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଏଥିପାଇଁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଟୋଲ୍‌ ଫ୍ରି ନମ୍ବର ୧୯୨୯ ଏବଂ ୧୦୪ କୁ ଫୋନ୍‌ କରି ନିଜର ସ୍ଥିତି, ଯନତ୍ ସମ୍ପର୍କରେ ପଚାରି ବୁଝନ୍ତୁ। ପରାମର୍ଶ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରବାସୀଙ୍କୁ ସଚେତନ କରାଯାଇଛି। ବର୍ତ୍ତମାନ ସହରରେ ସଂକ୍ରମଣ ହାର ବୃଦ୍ଧି ପାଉଛି। ଭୟଭୀତ ନ ହୋଇ ସାମାନ୍ୟ ଲକ୍ଷଣ ଥିଲେ ଗୃହ ସଙ୍ଗରୋଧରେ ରହି ସରକାରଙ୍କ କରୋନା ନିୟମକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ସୋମବାର ବିଏମ୍‌ସିର ନିଜସ୍ବ ପ୍ରଚାର ଗାଡ଼ିରେ କୋଭିଡ୍‌ଜନିତ ଗୃହ ସଙ୍ଗରୋଧ ଓ ଆବଶ୍ୟକ ଯତ୍ନ ବାବଦରେ ସ୍ବତନ୍ତ୍ର ପରାମର୍ଶ ବାର୍ତ୍ତା ପ୍ରସାର କରାଯାଇଛି। ନିୟମ ଅନୁସାରେ, ପଜିଟିଭ୍‌ ବ୍ୟକ୍ତି ଯେଉଁମାନଙ୍କର ପ୍ରାୟତଃ ଲକ୍ଷଣ ନ ଥାଏ ବା ସ୍ବଳ୍ପ ଲକ୍ଷଣ ଥାଏ ସେମାନେ ଗୃହ ପୃଥକବାସରେ ରହି ଏହାର ମୁକାବିଲା କରିପାରିବେ। ସଂକ୍ରମିତ ବ୍ୟକ୍ତିଙ୍କ ରହିବା ସ୍ଥାନଟି ବାୟୁ ଚଳାଚଳଯୁକ୍ତ ହୋଇଥିବା ଦରକାର। ଏଥିସହ ପାଇଖାନା ପୃଥକ୍‌ ରହିବା, ନିଜେ ଓ ଯତ୍ନ ନେଉଥିବା ସଦସ୍ୟ ବା ପାଖ ବ୍ୟକ୍ତି ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା, ସମ୍ପୃକ୍ତ ବ୍ୟକ୍ତିଙ୍କ ବାସନକୁଶନ, ଲୁଗାପଟା ଇତ୍ୟାଦି ଭଲ ଭାବରେ ସାବୁନ୍‌ ପାଣିରେ ଧୋଇବା, ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ମାସ୍କ, ଟିସୁପେପର ଇତ୍ୟାଦିକୁ ଏକ ପ୍ରତିଶତ ବ୍ଲିଚିଂ ଘୋଳରେ ଅଧ ଘଣ୍ଟା ପକାଇବା ପରେ ଏହାକୁ ନଷ୍ଟ କରିଦେବା, ସହାୟକ ସାମାଜିକ ଦୂରତା ରକ୍ଷା କରିବା, ଲକ୍ଷଣ ବିହୀନ ବା ସ୍ବଳ୍ପ ଲକ୍ଷଣ ଅବସ୍ଥା ସ୍ବାଭାବିକ ଥିଲେ ଅତି କମ୍‌ରେ ୭ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବା ନିତାନ୍ତ ଆବଶ୍ୟକ।
ପଜିଟିଭ୍‌ ବ୍ୟକ୍ତି କଡ଼ ଲେଉଟାଇ କିମ୍ବା ପେଟ ମାଡ଼ି ଶୋଇଲେ ଶ୍ୱାସକ୍ରିୟାରେ ଉନ୍ନତି ଆସିଥାଏ। ଏତଦ୍‌ବ୍ୟତୀତ ଜ୍ୱର ଅଧିକ ହେବା, ନ ଛାଡ଼ିବା, ଅକ୍ସିଜେନ୍‌ ସାଚୁରେଶନ୍‌ ୯୩ ତଳକୁ ଖସିବା, ମାନସିକ ସ୍ଥିତି ଠିକ୍‌ ନ ରହିବା ଇତ୍ୟାଦି ଦେଖାଦେଲେ ଟୋଲ୍‌ ଫ୍ରି ନମ୍ବରରେ ଫୋନ୍‌ କରି ପଦକ୍ଷେପ ନେବାକୁ ସୂଚନା ଦିଆଯାଇଛି। ବର୍ତ୍ତମାନ କୋଭିଡ଼୍‌ ସଂକ୍ରମିତ ପ୍ରାୟ ୧୧ହଜାର ଜଣଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଗୃହ ପୃଥକ୍‌ ବାସରେ ରହୁଥିବା ଜଣାପଡ଼ିଛି। ବ୍ୟବସ୍ଥା ଅନୁସାରେ ବିଏମ୍‌ସିର ୩ଟି ପ୍ରଶାସନିକ ଜୋନ୍‌ରେ ୧୨ଟି ଲେଖାଏ ଆର୍‌ଆର୍‌ଟି ଟିମ୍‌ ରହିଛନ୍ତି ଓ ସଂକ୍ରମିତ ବ୍ୟକ୍ତିଙ୍କ ସୂଚନା ଅନୁସାରେ ସେମାନଙ୍କୁ ଯୋଗାଯୋଗ କରି ସ୍ଥିତି ନିରୀକ୍ଷଣ କରୁଛନ୍ତି। ମଙ୍ଗଳବାରଠାରୁ ପ୍ରତ୍ୟେକ ୱାର୍ଡର ସଫେଇ ଗାଡିରେ ଏହି ସଚେତନତା କରାଯିବ। ଏହି ବାର୍ତ୍ତାକୁ ନାଗରିକମାନେ ପରସ୍ପରକୁ ଜଣାଇଲେ ସଂକ୍ରମଣ ଜନିତ ଭୟ ଓ ଦ୍ୱନ୍ଦ୍ୱ ଦୂର କରିବା ସହଜ ହେବ ବୋଲି ବିଏମ୍‌ସି ଡେପୁଟି କମିଶନର (କୋଭିଡ୍‌ ସେଲ୍‌) ଶୁଭେନ୍ଦୁ କୁମାର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

ଉଜ୍ଜୈନରୁ ଅହମଦାବାଦ, ବଙ୍ଗଳାରୁ ଓଡ଼ିଶା ପର୍ଯ୍ୟନ୍ତ ଝଲସିଲା ସାରା ଦେଶ; ମୋଦିଙ୍କ ଜନ୍ମଦିନରେ ଜଳିଲା କୋଟି କୋଟି ଦୀପ

ନୂଆଦିଲ୍ଲୀ,୧୭।୯: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସାରା ଦେଶରେ ‘ସେବା-ସଂକଳ୍ପ ଅଭିଯାନ’…

NHAI ଉପରେ ସୁପ୍ରିମକୋର୍ଟଙ୍କ ପ୍ରଭାବ: ପ୍ରତି ୧୦୦ କିଲୋମିଟରରେ ଗୋଟିଏ ‘ପଶୁ ଆଶ୍ରୟସ୍ଥଳ’ ନିର୍ମାଣ କରାଯିବ

ନୂଆଦିଲ୍ଲୀ,୧୭।୯: ଜାତୀୟ ରାଜପଥରେ ବୁଲୁଥିବା ବୁଲା ପଶୁଙ୍କ ସମସ୍ୟା ଦେଶର ଅନେକ ରାଜ୍ୟକୁ ପ୍ରଭାବିତ କରୁଛି। ଏହି ପଶୁମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ବତଃପ୍ରବୃତ୍ତ ଭାବେ…

ପାଣିରେ ବୁଡ଼ି ଚାଲିଗଲା ଯୁବତୀଙ୍କ ଜୀବନ

ଲାଞ୍ଜିଗଡ଼, ୧୭ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳର ଏକ ନାଳପାଣିରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଧରାପଡ଼ିଲେ ଅଭିଯୁକ୍ତ

ବଞ୍ଚୋ,୧୭।୯(ପ୍ରଦୋଷ ବିଶ୍ୱାଳ ): ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରିଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା; ଦ୍ରୁତତମ ଶତକର ରେକର୍ଡ ସ୍ଥାପନ କଲେ

ନୂଆଦିଲ୍ଲୀ,୧୭।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଭିଷେକ ଶର୍ମା ମାତ୍ର ୩୦ଟି ବଲରେ ଶତକ ହାସଲ କରିଛନ୍ତି। ଏହି ସଫଳତା ସହିତ ସେ ଭାରତ…

ହସ୍ପିଟାଲରୁ ମହିଳାଙ୍କ ମୃତଦେହ ଜବତ, ବିଷକ୍ରିୟା ସନ୍ଦେହ…

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୁରୁବାର ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ପ୍ରହଲ୍ଲାଦ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ ସେଠୀ(୪୫)ଙ୍କ ମୃତଦେହ ବ୍ରହ୍ମପୁର ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?