ଫୁଲ୍‌ ଡ୍ରେସ୍‌ ପରେଡ୍‌ ଅଭ୍ୟାସ ନିରୀକ୍ଷଣ କଲେ ଡିଜିପି

ଭୁବନେଶ୍ୱର,୨୫।୧(ବ୍ୟୁରୋ): ମହାତ୍ମାଗାନ୍ଧୀ ମାର୍ଗରେ ବୁଧବାର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହେବ। ଏଥିପାଇଁ ଶନିବାରଠାରୁ ପରେଡ଼ ଅଭ୍ୟାସ କରାଯାଉଛି। ସୋମବାର ଫୁଲ୍‌ଡ୍ରେସ୍‌ ପରେଡ଼ ଅନୁଷ୍ଠିତ ହୋଇଥିଲା। ପୋଲିସ ଡିଜି ସୁନୀଲ ବଂଶଲ ଯୋଗଦେଇ ପରେଡ଼ ଅଭ୍ୟାସକୁ ନିରୀକ୍ଷଣ କରିଥିଲେ। ଏହି ଅବସରରେ ସେ କହିଛନ୍ତି, କୋଭିଡ୍‌ ପ୍ରୋଟୋକଲ ଅନୁଯାୟୀ ସମସ୍ତ ପ୍ରସ୍ତୁତି ସରିଛି। ସାଧାରଣତନ୍ତ୍ର ଦିବସରେ ମଧ୍ୟ ସମସ୍ତ କଟକଣାକୁ କଡ଼ାକଡି଼ ପାଳନ କରାଯିବ। ଯୁବ ଆଇପିଏସ୍‌ ରୋହିତ ବର୍ମା ପରେଡ୍‌କୁ କମାଣ୍ଡ କରିବେ ବୋଲି ଡିଜିପି କହିଛନ୍ତି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଲେ, ଡିଜିପି ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ସାଧାରଣତନ୍ତ୍ର ଦିବସ ପାଇଁ ୫-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ୨୫ପ୍ଲାଟୁନ୍‌ ପୋଲିସ ଫୋର୍ସ ଜଗିବେ। ୭୦ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ବୋଲି ସେ କହିଥିଲେ।
ଏଥର ପୋଲିସ କର୍ମଚାରୀଙ୍କୁ ନେଇ ପରେଡ଼ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ କୌଣସି ସ୍କୁଲ୍‌ କିମ୍ବା କଲେଜ୍‌ ଛାତ୍ରୀଛାତ୍ର ଯୋଗଦେବେ ନାହିଁ। କେବଳ ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ରହିବେ। ପ୍ରଥମଥର ଗାନ୍ଧୀମାର୍ଗରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନଙ୍କ ଚିତ୍ତାକର୍ଷକ ପରେଡ ଦେଖିବାକୁ ମିଳିବ। ଏଥିସହ ସିଆର୍‌ପିଏଫ୍‌, ଓଡିଶା ରାଜ୍ୟ ସଶସ୍ତ୍ର ପୋଲିସ (ସପ୍ତମ ବାଟାଲିଅନ୍‌), ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍‌ (ଏସ୍‌ଏସ୍‌ଜି), ସ୍ପେଶାଲ ଅପରେସନ ଗ୍ରୁପ୍‌(ଏସ୍‌ଓଜି), ଅଗ୍ନିଶମ ଓ ଓଡ୍ରାଫ୍‌ର ଗୋଟିଏ ଲେଖାଏ ଟ୍ରୁଫ୍‌ ପରେଡ୍‌ରେ ଭାଗ ନେବେ। ସେହିପରି ୩ଟି ବ୍ରାସ୍‌ ବ୍ୟାଣ୍ଡରୁ ରାଜ୍ୟ ପୋଲିସ ବିଭାଗର ୨ଟି ବ୍ରାସ୍‌ ବ୍ୟାଣ୍ଡ ଓ ଅନ୍ୟଟି ଅଗ୍ନିଶମ ବିଭାଗର ରହିବ। ଏହି ପରେଡ଼ ସମାରୋହରେ ଜଣେ ଡିସିପି, ୫ ଅତିରିକ୍ତ ଡିସିପି, ୧୩ ଏସିପି, ୧୮ ଇନ୍ସପେକ୍ଟର, ୬୫ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇ, ୧୦ଜଣ ହାବିଲଦାର, ୬୨ ଏପିଆର୍‌, ଟ୍ରାଫିକ ପୋଲିସର ୪ଜଣ ହାବିଲଦାର ଓ ୧୭ଜଣ କନ୍‌ଷ୍ଟେବଳ ରହିବେ। ଏଥିସହ ୧୪ଜଣ ପୋଲିସ ହାବିଲଦାର ଓ ୬୭ଜଣ କନ୍‌ଷ୍ଟେବଳ, ୫୦ଜଣ ହୋମ୍‌ଗାର୍ଡ଼, ୧୮ଜଣ ଡବ୍ଲ୍ୟୁସି ସାମିଲ ହେବେ। ଏହି ସମୟରେ ମହାତ୍ମାଗାନ୍ଧୀ ମାର୍ଗ ଏବଂ ଏହାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାଗୁଡ଼ିକୁ ସର୍ବସାଧାରଣଙ୍କ ଗମନାଗମନ ପାଇଁ ବନ୍ଦ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?