ଧରାପଡ଼ିଲେ ଅନ୍ତର୍ଦ୍ଦେଶୀୟ ଲୁଟେରା ଗ୍ୟାଙ୍ଗ୍‌

ବଲାଙ୍ଗୀର ଅଫିସ,୨୫ା୧: ନେପାଳ ସୀମାକୁ ଲାଗିଥିବା ବିହାରରୁ ୩୦ଲକ୍ଷ ଟଙ୍କାର ଚୋରି ମୋବାଇଲ ଜବତ କରିବା ସହ ଏକ ଅନ୍ତର୍ଦ୍ଦେଶୀୟ ଲୁଟେରା ଗ୍ୟାଙ୍ଗ୍‌ର ୩ ଲୁଟେରାଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ। ଏ ସଂକ୍ରାନ୍ତରେ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ସୋମବାର ଜିଲା ପୋଲିସ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି ସବିଶେଷ ସୂଚନା ଦେଇଛନ୍ତି। ପୋଲିସ ଟିମ୍‌ ୧୧୩ଟି ଚୋରି ମୋବାଇଲ ଜବତ କରିବା ସହ ବିହାର ରୋହତକ ଜିଲା ଦେହରୀ ଥାନା ଅନ୍ତର୍ଗତ ରୁଦ୍ରପରା ଗ୍ରାମର କହ୍ନେୟା କୁମାର (୫୦), ପୂର୍ବ ଚମ୍ପାରଣ ଜିଲା ଘୋଡାସାହାନ ଥାନା ଆଠମୁହାନ୍‌ ଗ୍ରାମର ମେରାଜ୍‌ ଅନ୍‌ସାରୀ (୫୦) ଓ କୌସାର ଆଲମ୍‌ (୨୦)ଙ୍କୁୁ ଗିରଫ କରିଛି।
ଗତ ୧୪ ତାରିଖ ରାତିରେ ବଲାଙ୍ଗୀର ରମାଇ ଟକିଜ୍‌ ନିକଟ ମୋବାଇଲ ଷ୍ଟୋର୍‌ରୁ ଲୁଟେରାମାନେ ଅଭିନବ ଢଙ୍ଗରେ ପ୍ରାୟ ୫୦ଲକ୍ଷ ଟଙ୍କାର ମୋବାଇଲ ଚୋରିକରି ନେଇଥିଲେ। ଲୁଟେରାମାନେ ପ୍ରଥମେ ଏହି ଅଞ୍ଚଳର ସିସିଟିଭି କ୍ୟାମେରା ଭାଙ୍ଗିଥିଲେ। ଏହାପରେ ଉକ୍ତ ଷ୍ଟୋର୍‌ ଭିତରେ ପଶି ଲୁଟେରାମାନେ ପ୍ୟାକେଟ୍‌ ଚିରି ପ୍ରାୟ ୧୮୦ଟି ଦାମୀ ମୋବାଇଲ ନେଇଥିଲେ। ୧୫ ତାରିଖ ସକାଳେ ଦୋକାନ ମାଲିକ ଶୋଭାକର ମେହେର ଷ୍ଟଲ ଖୋଲିବାକୁ ଆସିବା ପରେ ଚୋରି ହୋଇଥିବା ସନ୍ଦେହ କରି ଟାଉନ୍‌ ଥାନା ପୋଲିସକୁ ଖବର କରିଥିଲେ। ପୋଲିସ ଉପସ୍ଥିତିିରେ ଉକ୍ତ ଷ୍ଟଲର ତାଲା ଭଙ୍ଗାଯିବା ପରେ ଉକ୍ତ ଦୋକାନରୁ ୧୮୦ଟି ଦାମୀ ମୋବାଇଲ ଚୋରି ହୋଇଥିବା ଜଣାପଡିଥିଲା। ଚୋରି ମୋବାଇଲର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଥିଲା। ମେହେରଙ୍କ ଅଭିଯୋଗ ପରେ ଟାଉନ୍‌ ଥାନାରେ ଏକ ମାମଲା (୨୭/୨୨) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଏସ୍‌ପି କୁଶଲକର ସଦର ଏସ୍‌ଡିପିଓ ତୋଫାନ୍‌ ବାଗ, ଟାଉନ୍‌ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ, ସବ୍‌ଇନ୍ସପେକ୍ଟର କିରନ୍‌ କୁମାର ଜାନୀ ପ୍ରମୁଖଙ୍କୁ ନେଇ ଏକ ଟିମ୍‌ ଗଠନ କରିଥିଲେ। ଟାୱାର ଡମ୍ପିଂ, ସାଇଣ୍ଟିଫିକ୍‌ ଇନ୍‌ପୁଟ ସହାୟତାରେ ତଦନ୍ତ ଆଗେଇଥିଲା। ଲୁଟେରାମାନେ ଲୁଟ୍‌ କରିବା ପରେ ବିହାରର ନେପାଳ ସୀମାକୁ ଯାଇଥିବା ଜଣାପଡ଼ିବା ପରେ ତଦନ୍ତକାରୀ ଟିମ୍‌ ଘୋଡାସାହାନ୍‌ରେ ପହଞ୍ଚତ୍ ତଦନ୍ତ କରିଥିଲେ। ନେପାଳ ସୀମାକୁ ଚୋରା ମୋବାଇଲ ଚାଲାଣ ହେବାର କିଛି ସମୟ ପୂର୍ବରୁ ଏହି ଟିମ୍‌ ଘୋଡାସାହାନ୍‌ ମୋବାଇଲ ଲୁଟେରା ଗ୍ୟାଙ୍ଗ୍‌ର ତିନି ସଦସ୍ୟଙ୍କୁ ଗିରଫ କରିଥିଲେ। ସେଠାକାର କୋର୍ଟରେ ହାଜର କରିବା ପରେ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଗିରଫ ଅଭିଯୁକ୍ତଙ୍କୁ ପୋଲିସ ବଲାଙ୍ଗୀର ଆଣିଥିଲା। ସେମାନଙ୍କଠାରୁ ୧୧୩ ମୋବାଇଲ ଉଦ୍ଧାର ହୋଇଥିଲା। ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଇଛି। ଅଭିଯୁକ୍ତଙ୍କୁ ଜେରା ପରେ ଏଥିରେ ସଂଶ୍ଳିଷ୍ଟ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କୁଶଲକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

ତାରାତାରିଣୀଙ୍କ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: ଓଡିଶାବାସୀଙ୍କ କଲେ ମଙ୍ଗଳକାମନା,ମନ୍ଦିରର ପୂର୍ଣ୍ଣାଙ୍ଗ ବିକାଶ ପାଇଁ…

ପୁରୁଷୋତ୍ତମପୁର, ୨୮।୭(ସବିତା ମିଶ୍ର): ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ଅବସରରେ ମଙ୍ଗଳବାର ରାତ୍ରିରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଆରାଧ୍ୟାଦେବୀ ମା’…

ରେମାଳ ନଦୀର ପ୍ରଖର ସୁଅରେ ଭାସିଗଲେ ଯୁବତୀ: ମିଳୁନି ପତ୍ତା, କେଶଦୁରାପାଳ ଗାଁରେ ଶୋକାକୂଳ…

ଆନନ୍ଦପୁର, ୨୮।୭(ସୁଶାନ୍ତ କୁମାର ସାହୁ): ଲଗାଣ ବର୍ଷା ଯୋଗୁ ଫୁଲିଉଠିଥିବା ରେମାଳ ନଦୀରେ ଭାସିଯାଇ ଜଣେ ୨୫ ବର୍ଷୀୟା ଯୁବତୀ ନିଖୋଜ ହୋଇଯାଇଛନ୍ତି। ଘସିପୁରା ବ୍ଲକ୍ ଅନ୍ତର୍ଗତ…

ଲଗାଣ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଲା ମାଟି କାନ୍ଥ, ଚାଲିଗଲା ୩ ବର୍ଷର ଶିଶୁପୁତ୍ର ଜୀବନ,ଶୋକାକୂଳ…

ରିଆମାଳ, ୨୮।୭(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ କଂସର ଫାଣ୍ଡି ଦୁଧିଆନାଳି ଗ୍ରାମପଞ୍ଚାୟତର ବେଲମୁଣ୍ଡା ଗ୍ରାମରେ ଲଗାଣ ବର୍ଷା ଯୋଗୁ ଘରର କାନ୍ଥ ପଡ଼ି…

ଲଗାଣ ବର୍ଷାରେ ଭାଙ୍ଗିଲା ଫାଫୁଡ଼ିଆ ନାଳ ପୋଲ, ଶାଳପଡ଼ା–ସରେଇଁ ଯାତାୟାତ ଠପ୍,…..

ଆନନ୍ଦପୁର/ବଞ୍ଚୋ ,୨୮।୭(ସୁଶାନ୍ତ କୁମାର ସାହୁ/ପ୍ରଦୋଷ ବିଶ୍ୱାଳ): ଗତ ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ବନ୍ୟା ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri