ରାଜ୍ୟ

ବିଦ୍ୟୁତ୍‌ ବିଭାଗର ଚିଠିକୁ ତହସିଲର ଅଣଦେଖା

ନାଉଗାଁ,୧୯ା୧୨(ସ୍ବ.ପ୍ର.): ନାଉଗାଁ ବ୍ଲକରେ ଉପଭୋକ୍ତାଙ୍କୁ ସୁବିଧାରେ ବିଦ୍ୟୁତ୍‌ ଯୋଗାଇବାକୁ ୩ଟି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ନିର୍ମାଣ କରାଯାଇଛି। ବ୍ଲକ୍‌ର ଥାନା ଛକ, ଅଲଣାହାଟର ଭାତପଡ଼ା ଓ ଡେରିକିଠାରେ ଷ୍ଟ୍ରକ୍‌ଚର ରହିଛି। ଡେରିକିଠାରେ ଥିବା ୩୩ କେଭି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ଏପ୍ରିଲ ୨୦୨୧ରେ କାର୍ଯ୍ୟକ୍ଷମ…

ସ୍ବଦେଶ ଦର୍ଶନ ଯୋଜନାରେ ଓଡ଼ିଶାକୁ ଅଣଦେଖା

ଯାଜପୁର ଅଫିସ,୧୯ା୧୨: ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ଆସିଲେ କେନ୍ଦ୍ର ସରକାର ମଧ୍ୟ ବିିଭିନ୍ନ ବାଟରେ ଆର୍ଥିକ ଲାଭବାନ୍‌ ହେଉଛନ୍ତି। କିନ୍ତୁ ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ଆଖିବୁଜି ଦେଉଛନ୍ତି। ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନାକୁ ଉଦାହରଣ ନିଆଯାଇପାରେ,…

ଆଜି ରାଜ୍ୟରୁ ୧୯୩ ପଜିଟିଭ୍‌ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୩୪ ଶିଶୁ

ଭୁବନେଶ୍ୱର,୧୯ା୧୨(ବ୍ୟୁରୋ): ରବିବାର ରାଜ୍ୟରୁ ୧୯୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୨,୮୩୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧୨ ଜଣ ଚିହ୍ନଟ ହୋଇଥିବା…

ପ୍ରାଣୀ ଚିକିତ୍ସକ ସୁରେନ୍ଦ୍ର ରାୟଙ୍କ ପରଲୋକ

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ବିଶିଷ୍ଟ ପ୍ରାଣୀ ଚିକିତ୍ସକ ଡା. ସୁରେନ୍ଦ୍ର କୁମାର ରାୟଙ୍କ ଶନିବାର ସକାଳ ପ୍ରାୟ ସାଢ଼େ ୮ଟାରେ ପରଲୋକ ଘଟିଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଭାଇ ଆର୍‌. କେ. ରାୟ…

ଯୁକ୍ତ ୩ ପିଲା ପଢ଼ିବେ ନୈତିକତା ପାଠ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଯୁକ୍ତ୩ ପାଠ୍ୟ ଖସଡ଼ାରେ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ (Ethics and Values)’ ଶିକ୍ଷାର ଏକ ନୂଆ ପାଠ୍ୟକ୍ରମ ସାମିଲ ହୋଇଛି। ଏହାକୁ ବାଧ୍ୟତାମୂଳକ ବିଷୟ ଭାବେ ରଖାଯାଇଛି। ସମ୍ପୂର୍ଣ୍ଣ ସିଲାବସ୍‌କୁ ୬ଟି ୟୁନିଟ୍‌ରେ ବିଭକ୍ତ କରାଯାଇଛି। ସମସ୍ତ ବିଜ୍ଞାନ, କଳା…

ଷ୍ଟାର୍ଟଅପ୍‌ ଚିଠାନୀତି ଖୁବ୍‌ଶୀଘ୍ର

ଭୁବନେଶ୍ୱର,୧୯ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଚନ୍ଦ୍ରଶେଖରପୁରଠାରେ ଓ-ହବ୍‌ ଷ୍ଟାର୍ଟଅପ୍‌ ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୁବ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଛନ୍ତି। ଓ-ହବ୍‌ ଷ୍ଟାର୍ଟଅପ୍‌ ଓଡ଼ିଶା ଇନ୍‌କ୍ୟୁବେଶନ୍‌ ସେଣ୍ଟର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ…

ବେଦିକ କଲେଜରେ ବଢୁଛି ସଂକ୍ରମଣ

ସମ୍ବଲପୁର,୧୮ା୧୨(ବ୍ୟୁରୋ): ସମ୍ବଲପୁର ଶାସନସ୍ଥିତ ବେଦିକ କଲେଜରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ଶନିବାର ୯ରେ ପହଞ୍ଚିଛି। ସମସ୍ତ ଛାତ୍ର ଗୋଟିଏ ହଷ୍ଟେଲରେ ରହୁଥିବା ଜଣାପଡିଛି। ଖବର ପ୍ରଚାର ହେବା ପରେ କଲେଜ ପରିସରରେ ଭୟର ବାତାବରଣ ଖେଳିଯାଇଛି। ଏଡିଏମ୍‌ଓ ଆଶୋକ…

‘ଓଡ଼ିଶାରେ ଦୈନିକ ଚିହ୍ନଟ ହେବେ ୩୦ରୁ ୫୦ ହଜାର’

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ): ପୁଣି ଡରାଇଲାଣି କରୋନା। ବାହାର ଦେଶରେ ସଂକ୍ରମଣ ବଢୁଥିବା ବେଳେ ଦେଶରେ ମଧ୍ୟ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ପ୍ରଥମ ସପ୍ତାହରେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ଜାନୁୟାରୀ ତୃତୀୟ ସପ୍ତାହ ସୁଦ୍ଧା…

ଖସୁଛି ତାପମାତ୍ରା, ବଢୁଛି ଶୀତ

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ରାଜ୍ୟରେ ତାପମାତ୍ରା କମୁଥିବା ବେଳେ ବଢ଼ି ଚାଲିଛି ଶୀତ। ପ୍ରବଳ ଶୀତରେ ଥରୁଛି ରାଜ୍ୟ। ଏପରିକି ରାଜ୍ୟର ୧୨ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। କ୍ରମାଗତ ଭାବରେ ଉତ୍ତର ଦିଗରୁ ଓଡ଼ିଶା ମଧ୍ୟକୁ ଥଣ୍ଡା ଏବଂ ଶୁଷ୍କ…

ମିଳିଲା ଜାମିନ, ହେଲେ ଜେଲ୍‌ରେ ମୁକୁଳି ପାରିବେନି

କଟକ ଅଫିସ,୧୮।୧୨ : ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ସହିତ ଅନ୍ୟ ଦୁଇଟି ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦୀପଙ୍କ ତିନୋଟି ପୃଥକ…

ଆସନ୍ତା ୪ରୁ ଚିଲିକାରେ ପକ୍ଷୀ ଗଣନା

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ): ଆସନ୍ତା ଜାନୁଆରୀ ୪ ତାରିଖରୁ ଚିଲିକାରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥିଲାଗି ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯିବ । ଗଣନା କାର୍ଯ୍ୟରେ ମୋଟ…

୭ କୋଟିର ସାଇବର ଠକେଇ

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ବର୍ଷକ ମଧ୍ୟରେ ସାଇବର ଲୁଟେରା ପ୍ରାୟ ୭ କୋଟି ଟଙ୍କା ଲୁଟିଛନ୍ତି। ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ମଧ୍ୟରୁ ଗୋଲଡେନ୍‌ ପିରିୟଡ଼ ବ୍ଲକ ହୋଇ ଫେରି ପାରିଛି ୧ କୋଟି ୪୮ ଲକ୍ଷ ୧୧…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri