ଦୁଇ ଭାଇଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୮।୪ (ବ୍ୟୁରୋ): ଚାଷୀଙ୍କୁ କୃଷି ଉପକରଣ ବିକ୍ରି କରିଥିବା ଦର୍ଶାଇ ୬.୮୧ କୋଟି ସବ୍‌ସିଡି ଟଙ୍କା ହଡ଼ପ ମାମଲାରେ ସମ୍ପୃକ୍ତ ୨ ଭାଇଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ଏମ୍‌/ଏସ୍‌ ଶୀତଲ ଏଗ୍ରୋ ଇନ୍‌ପୁଟ୍ସ ପ୍ରାଇଭେଟ୍‌ ଲିଃର ନିର୍ଦ୍ଦେଶକ ମାନସ ରଞ୍ଜନ ଦାସ ଓ ଏମ୍‌/ଏସ୍‌ ମିଶିତା ଏଣ୍ଟର୍‌ପ୍ରାଇଜେସ୍‌ କମ୍ପାନୀର ପ୍ରୋପ୍ରାଇଟର୍‌ ତାପସ କୁମାର ଦାସ। ଉଭୟଙ୍କୁ ବୁଧବାର ଗିରଫ କରାଯିବା ପରେ ଗୁରୁବାର ଜଗତ୍‌ସିଂପୁର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ଅଭିଯୁକ୍ତଦ୍ୱୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଇଓଡବ୍ଲ୍ୟୁ ଅଭିଯୁକ୍ତଙ୍କଠାରୁ ଚାଷୀଙ୍କ ଦସ୍ତାବିଜ୍‌, ଜାଲ୍‌ କାଗଜପତ୍ର, ମନି ରିସିପ୍ଟ ଓ ଗୋଟିଏ ହାର୍ଡ ଡିସ୍କକୁ ଜବତ କରିଛି। ଏହି ମାମଲାରେ ଏକାଧିକ ଡିଲର୍‌ଙ୍କ ସମ୍ପୃକ୍ତି ଥିବାରୁ ସେମାନଙ୍କୁ ଗିରଫ କରିବାକୁ ଇଓଡବ୍ଲ୍ୟୁ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଏମ୍‌/ଏସ୍‌ ଶୀତଲ ଏଗ୍ରୋ ଇନ୍‌ପୁଟ୍ସ ପ୍ରାଇଭେଟ୍‌ ଲିଃର ଅଫିସ୍‌ ଜଗତ୍‌ସିଂହପୁର ଜିଲା ତରଡ଼ାପଡ଼ାସ୍ଥିତ ପୁରୋହିତପୁରରେ ରହିଛି। ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଡିବିଟି (ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର) ସ୍କିମ୍‌ ଜରିଆରେ ବିଭିନ୍ନ କୃଷି ଉପକରଣ ବିକ୍ରି କରିବାକୁ ଉକ୍ତ କମ୍ପାନୀ ପଞ୍ଜୀକୃତ ରହିଛି। ତେବେ ଅଭିଯୁକ୍ତ ମାନସ ୨୦୧୮-୨୦୧୯ ଓ ୨୦୧୯-୨୦୨୦ ଆର୍ଥିକ ବର୍ଷରେ ଏମ୍‌/ଏସ୍‌ ମିଶିତା ଏଣ୍ଟର୍‌ପ୍ରାଇଜେସ୍‌ କମ୍ପାନୀ ସମେତ ୮ ଡିଲରଙ୍କ ଦ୍ୱାରା ୫୦୮ ଧାନରୁଆ ଯନ୍ତ୍ର ବିକ୍ରି କରିଥିବା ନେଇ ବିଭିନ୍ନ ଚାଷୀଙ୍କ ଜାଲ କାଗଜପତ୍ର ୱେବ୍‌ସାଇଟ୍‌ ଜରିଆରେ ଅପଲୋଡ୍‌ କରିଥିଲେ। ଅଭିଯୁକ୍ତମାନେ ଜଗତ୍‌ସିଂହପୁର, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, କଳାହାଣ୍ଡି ଓ ସମ୍ବଲପୁର ଆଦି ୧୯ଟି ଜିଲାର ଚାଷୀଙ୍କୁ ଧାନରୁଆ ଯନ୍ତ୍ର ବିକ୍ରି କରିଥିବା ଦର୍ଶାଇ ୬ କୋଟି ୮୧ ଲକ୍ଷ ୫୩ ହଜାର ୪୮ ଟଙ୍କାର ସବ୍‌ସିଡି ଅର୍ଥ ହଡ଼ପ କରିଥିଲେ। ତେବେ ଏହି ସବ୍‌ସିଡି ଅର୍ଥ ବିଭିନ୍ନ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବା ପରେ ମାନସ ଓ ତାଙ୍କ ଭାଇ ତାପସ ଏବଂ ଡିଲରମାନେ ଚାଷୀଙ୍କୁ ଅଳ୍ପ ପରିମାଣର ଅର୍ଥ ଦେଇ ବାକି ଟଙ୍କା ନେଇଯାଇଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ଡିଲର୍‌ ଏମ୍‌/ଏସ୍‌ ମିଶିତା ଏଣ୍ଟର୍‌ପ୍ରାଇଜେସ୍‌ର ପ୍ରୋପ୍ରାଇଟର୍‌ ତାପସ ୨୦୧୮-୨୦୧୯ ଆର୍ଥିକ ବର୍ଷରେ ୫୦୪ ଧାନରୁଆ ଯନ୍ତ୍ରରୁ ୩୩୭ଟି ବିକ୍ରି କରିଛନ୍ତି। ଦୁଇ ଭାଇ ମାନସ ଓ ତାପସ ଡିବିଟି ପୋର୍ଟାଲରେ ଫେକ୍‌ କାଗଜପତ୍ର ଦେଇ ସବ୍‌ସିଡି ଅର୍ଥ ହଡ଼ପ କରିଥିଲେ। ତେବେ ୨୦୨୧ରେ ରୁଜୁ ହୋଇଥିବା ଏକ ମାମଲା (ନଂ୭)ର ତଦନ୍ତ କରୁଥିବାବେଳେ ଇଓଡବ୍ଲ୍ୟୁର ଅତିରିକ୍ତ ଏସ୍‌ପି ଏ.କେ. ମିଶ୍ର ଏହି ଠକେଇ ସମ୍ପର୍କରେ ଜାଣିବାକୁ ପାଇଥିଲେ। ତାଙ୍କ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁରେ ୨୦୨୨ ଏପ୍ରିଲ୍‌ ୨ରେ ମାମଲା (ନଂ.୮) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri