ଅବହେଳାରୁ ଅଟିକିଛି ‘ସିଟିଜ୍‌ ପ୍ରକଳ୍ପ’

ଭୁବନେଶ୍ୱର, ୮।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ପୂର୍ଣ୍ଣାଙ୍ଗ ସ୍ମାର୍ଟସିଟିରେ ପରିଣତ କରିବାକୁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଆରମ୍ଭ ହେଉଛି। ବିଡିଏ, ବିଏମ୍‌ସି ଓ ସ୍ମାର୍ଟସିଟି ପକ୍ଷରୁ ମାଳ ମାଳ ଯୋଜନା ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ସମୟ ସହିତ ଅଧିକାଂଶ ନାଲି ଫିତା ତଳେ ଚାପି ହୋଇ ଯାଉଛି। ବହୁ ପ୍ରକଳ୍ପ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବାବେଳେ ‘ସିଟିଜ୍‌ ପ୍ରକଳ୍ପ’କୁ ନେଇ ସେମିତି କିଛି ଆଶଙ୍କା ଦେଖାଦେଇଛି। ସ୍ମାର୍ଟସିଟି ମିଶନ୍‌ରେ ସହରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏହି ପ୍ରକଳ୍ପରେ ସହରର ବିଭିନ୍ନ ସ୍ଥାନର ବିକାଶ କରାଯିବାର ଯୋଜନା ରହିଛି। ଭୁବନେଶ୍ବରରେ ‘ସିଟିଜ୍‌ ପ୍ରକଳ୍ପ’ କାର୍ଯ୍ୟକାରୀ କରିବା ପାଇଁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ, ରାଜ୍ୟ ସରକାର ଓ ସ୍ମାର୍ଟସିଟି ମଧ୍ୟରେ ୨୦୧୯ ମାର୍ଚ୍ଚ ୫ରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଏହି ପ୍ରକଳ୍ପରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ସହିତ ଫ୍ରାନ୍ସ ଉନ୍ନୟନ ସଂସ୍ଥା (ଏଏଫ୍‌ଡି), ୟୁରୋପିଆନ ୟୁନିୟନ (ଇୟୁ) ଓ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଅର୍ବାନ ଆଫାୟାର୍ସ (ଏନ୍‌ଆଇୟୁଏ) ଭୁବନେଶ୍ୱରକୁ ସହଯୋଗ କରୁଛି। ତେବେ ୩ ବର୍ଷ ପରେ ମଧ୍ୟ ପ୍ରକଳ୍ପ ଆରମ୍ଭ ହେବାର ନାଁ ଧରୁନି। ପ୍ରକଳ୍ପ ଅଧୀନରେ ସହରର ୨ହଜାର ୪୭୦ ଏକର ଖୋଲା ସ୍ଥାନର ବିକାଶ କରାଯିବାର ଥିଲା। ସହରବାସୀଙ୍କୁ ଉନ୍ନତ ସେବା ସହିତ ରାଜଧାନୀର ଐତିହ୍ୟ ଓ କୀର୍ତ୍ତିରାଜି ସୁରକ୍ଷା ଦିଗରେ କାର୍ଯ୍ୟ କରାଯାଇଥାନ୍ତା। ରାସ୍ତା, କଳ, ପାର୍କ, ଖୋଲା ସ୍ଥାନ, କ୍ରୀଡ଼ା ଓ ଖେଳ ପଡ଼ିଆ ସମେତ ଔଷଧୀୟ ଉଦ୍ୟାନ ଆଦି କରାଯିବାର ବ୍ୟବସ୍ଥା ରହିଥିଲା। ଏଥିପାଇଁ ମୋଟ୍‌ ୧୮୯୬୯ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିଲା। ତେବେ ପ୍ରୋତ୍ସାହନ ଓ ଅଧିକାରୀଙ୍କ ଖାମଖିଆଲ ତଥା ଅବହେଳା କାରଣରୁ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ ହୋଇ ପାରୁନାହିଁ। ଅପରପକ୍ଷେ ଏହି ପ୍ରକଳ୍ପ ଅଧୀନରେ ଥିବା ଏକାଧିକ ଯୋଜନା ଏବେ ବାଦ୍‌ ପଡିଛି।
ଏ ସମ୍ପର୍କରେ ସ୍ମାର୍ଟସିଟି ଜେନେରାଲ ମ୍ୟାନେଜର (ସିଟି ପ୍ରୋଜେକ୍ଟ) ଦିପ୍ତୀରାଣୀ ସାହୁ କହିଛନ୍ତି, ପ୍ରକଳ୍ପ ଟେଣ୍ଡର ପ୍ରୋସେସିଂ ଷ୍ଟେଜ୍‌ରେ ଅଛି। ଟେଣ୍ଡର ପ୍ରକ୍ରିୟା ସରିଲେ ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। ଏହି ପ୍ରକଳ୍ପ କେବଳ ସ୍ମାର୍ଟସିଟିର ନୁହେଁ, ଏହା ବିଡିଏ, ବିଏମ୍‌ସି, କ୍ରୀଡା ବିଭାଗର ମିଳିତ ସହଯୋଗରେ କରାଯାଉଛି। ପୂର୍ବରୁ ଧାର୍ଯ୍ୟ ହୋଇଥିବା ପ୍ରକଳ୍ପରେ କିଛିଟା ପରିବର୍ତ୍ତନ କରାଯାଇଛି। ସଂଶୋଧିତ ପ୍ରକଳ୍ପ ଅନୁଯାୟୀ ସହରର ମୁଖ୍ୟ ଡ୍ରେନ୍‌ ନଂ. ୭ ଓ ୧୦ର ସୌନ୍ଦର୍ଯ୍ୟକରଣ କରାଯିବ। ଏହି ନାଳରେ ଯାଉଥିବା ପାଣି ଯେମିତି ଅପରିଷ୍କାର ନ ରହିବ, ତାହା ଉପରେ ଗୁରୁତ୍ୱ ଦିଆଯିବ। ବିଏମ୍‌ସି ସହିତ ମିଶି ଏହାର ଆଖପାଖକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ସହିତ ଆକର୍ଷଣୀୟ କରାଯିବ। ସେହିପରି ବିଡିଏ ସହିତ ଅନୁବନ୍ଧିତ ହୋଇ ପାର୍କ ଅନ୍‌ ଡିମାଣ୍ଡ (ପିଓଡ଼ି) କରାଯିବ। ପାର୍କଗୁଡିକର ଉନ୍ନତିକରଣ ସହିତ ଏଠାରେ ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ରହିବ। ନିକୋ ପାର୍କଠାରେ ହେବାକୁ ଥିବା ଔଷଧୀୟ ଉଦ୍ୟାନ ଏହାର ପାଇଲଟ୍‌ ପ୍ରକଳ୍ପ ହୋଇଥିବାରୁ ଏହା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଉଛି। ଏହାର ନିର୍ମାଣ କାର୍ଯ୍ୟ ଓ ବିଦ୍ୟୁତ୍‌ କାମ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ତେବେ ସଂଶୋଧିତ ବଜେଟ ସଂକ୍ରାନ୍ତରେ ସେ ସୂଚନା ଦେବାକୁ ମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri