ଅବହେଳାରୁ ଅଟିକିଛି ‘ସିଟିଜ୍‌ ପ୍ରକଳ୍ପ’

ଭୁବନେଶ୍ୱର, ୮।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ପୂର୍ଣ୍ଣାଙ୍ଗ ସ୍ମାର୍ଟସିଟିରେ ପରିଣତ କରିବାକୁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଆରମ୍ଭ ହେଉଛି। ବିଡିଏ, ବିଏମ୍‌ସି ଓ ସ୍ମାର୍ଟସିଟି ପକ୍ଷରୁ ମାଳ ମାଳ ଯୋଜନା ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ସମୟ ସହିତ ଅଧିକାଂଶ ନାଲି ଫିତା ତଳେ ଚାପି ହୋଇ ଯାଉଛି। ବହୁ ପ୍ରକଳ୍ପ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବାବେଳେ ‘ସିଟିଜ୍‌ ପ୍ରକଳ୍ପ’କୁ ନେଇ ସେମିତି କିଛି ଆଶଙ୍କା ଦେଖାଦେଇଛି। ସ୍ମାର୍ଟସିଟି ମିଶନ୍‌ରେ ସହରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏହି ପ୍ରକଳ୍ପରେ ସହରର ବିଭିନ୍ନ ସ୍ଥାନର ବିକାଶ କରାଯିବାର ଯୋଜନା ରହିଛି। ଭୁବନେଶ୍ବରରେ ‘ସିଟିଜ୍‌ ପ୍ରକଳ୍ପ’ କାର୍ଯ୍ୟକାରୀ କରିବା ପାଇଁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ, ରାଜ୍ୟ ସରକାର ଓ ସ୍ମାର୍ଟସିଟି ମଧ୍ୟରେ ୨୦୧୯ ମାର୍ଚ୍ଚ ୫ରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଏହି ପ୍ରକଳ୍ପରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ସହିତ ଫ୍ରାନ୍ସ ଉନ୍ନୟନ ସଂସ୍ଥା (ଏଏଫ୍‌ଡି), ୟୁରୋପିଆନ ୟୁନିୟନ (ଇୟୁ) ଓ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଅର୍ବାନ ଆଫାୟାର୍ସ (ଏନ୍‌ଆଇୟୁଏ) ଭୁବନେଶ୍ୱରକୁ ସହଯୋଗ କରୁଛି। ତେବେ ୩ ବର୍ଷ ପରେ ମଧ୍ୟ ପ୍ରକଳ୍ପ ଆରମ୍ଭ ହେବାର ନାଁ ଧରୁନି। ପ୍ରକଳ୍ପ ଅଧୀନରେ ସହରର ୨ହଜାର ୪୭୦ ଏକର ଖୋଲା ସ୍ଥାନର ବିକାଶ କରାଯିବାର ଥିଲା। ସହରବାସୀଙ୍କୁ ଉନ୍ନତ ସେବା ସହିତ ରାଜଧାନୀର ଐତିହ୍ୟ ଓ କୀର୍ତ୍ତିରାଜି ସୁରକ୍ଷା ଦିଗରେ କାର୍ଯ୍ୟ କରାଯାଇଥାନ୍ତା। ରାସ୍ତା, କଳ, ପାର୍କ, ଖୋଲା ସ୍ଥାନ, କ୍ରୀଡ଼ା ଓ ଖେଳ ପଡ଼ିଆ ସମେତ ଔଷଧୀୟ ଉଦ୍ୟାନ ଆଦି କରାଯିବାର ବ୍ୟବସ୍ଥା ରହିଥିଲା। ଏଥିପାଇଁ ମୋଟ୍‌ ୧୮୯୬୯ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିଲା। ତେବେ ପ୍ରୋତ୍ସାହନ ଓ ଅଧିକାରୀଙ୍କ ଖାମଖିଆଲ ତଥା ଅବହେଳା କାରଣରୁ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ ହୋଇ ପାରୁନାହିଁ। ଅପରପକ୍ଷେ ଏହି ପ୍ରକଳ୍ପ ଅଧୀନରେ ଥିବା ଏକାଧିକ ଯୋଜନା ଏବେ ବାଦ୍‌ ପଡିଛି।
ଏ ସମ୍ପର୍କରେ ସ୍ମାର୍ଟସିଟି ଜେନେରାଲ ମ୍ୟାନେଜର (ସିଟି ପ୍ରୋଜେକ୍ଟ) ଦିପ୍ତୀରାଣୀ ସାହୁ କହିଛନ୍ତି, ପ୍ରକଳ୍ପ ଟେଣ୍ଡର ପ୍ରୋସେସିଂ ଷ୍ଟେଜ୍‌ରେ ଅଛି। ଟେଣ୍ଡର ପ୍ରକ୍ରିୟା ସରିଲେ ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। ଏହି ପ୍ରକଳ୍ପ କେବଳ ସ୍ମାର୍ଟସିଟିର ନୁହେଁ, ଏହା ବିଡିଏ, ବିଏମ୍‌ସି, କ୍ରୀଡା ବିଭାଗର ମିଳିତ ସହଯୋଗରେ କରାଯାଉଛି। ପୂର୍ବରୁ ଧାର୍ଯ୍ୟ ହୋଇଥିବା ପ୍ରକଳ୍ପରେ କିଛିଟା ପରିବର୍ତ୍ତନ କରାଯାଇଛି। ସଂଶୋଧିତ ପ୍ରକଳ୍ପ ଅନୁଯାୟୀ ସହରର ମୁଖ୍ୟ ଡ୍ରେନ୍‌ ନଂ. ୭ ଓ ୧୦ର ସୌନ୍ଦର୍ଯ୍ୟକରଣ କରାଯିବ। ଏହି ନାଳରେ ଯାଉଥିବା ପାଣି ଯେମିତି ଅପରିଷ୍କାର ନ ରହିବ, ତାହା ଉପରେ ଗୁରୁତ୍ୱ ଦିଆଯିବ। ବିଏମ୍‌ସି ସହିତ ମିଶି ଏହାର ଆଖପାଖକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ସହିତ ଆକର୍ଷଣୀୟ କରାଯିବ। ସେହିପରି ବିଡିଏ ସହିତ ଅନୁବନ୍ଧିତ ହୋଇ ପାର୍କ ଅନ୍‌ ଡିମାଣ୍ଡ (ପିଓଡ଼ି) କରାଯିବ। ପାର୍କଗୁଡିକର ଉନ୍ନତିକରଣ ସହିତ ଏଠାରେ ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ରହିବ। ନିକୋ ପାର୍କଠାରେ ହେବାକୁ ଥିବା ଔଷଧୀୟ ଉଦ୍ୟାନ ଏହାର ପାଇଲଟ୍‌ ପ୍ରକଳ୍ପ ହୋଇଥିବାରୁ ଏହା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଉଛି। ଏହାର ନିର୍ମାଣ କାର୍ଯ୍ୟ ଓ ବିଦ୍ୟୁତ୍‌ କାମ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ତେବେ ସଂଶୋଧିତ ବଜେଟ ସଂକ୍ରାନ୍ତରେ ସେ ସୂଚନା ଦେବାକୁ ମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

ଭାଜପା ପ୍ରାର୍ଥୀ ତାଲିକା: ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

କରିଛି। ରାଉଲକେଲାରୁ ଭାଜପା ଦିଲ୍ଲୀପ ରାୟଙ୍କୁ ଟିକେଟ୍‌ ଦେଇଛି। ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି।...

ଘୋଷଣା ହେଲା ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍‌

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଉଲକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ। ସେହିପରି ପାଟଣାରୁ ଅଖିଲ ଚନ୍ଦ୍ର...

ଯାଜପୁର ବସ୍‌ ଦୁର୍ଘଟଣାର କାରଣ ଜଣାପଡିଲା: ଏମିତି ହୋଇଥିଲା ଦୁର୍ଘଟଣା

ଭୁବନେଶ୍ୱର,୧୫ା୪: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟ ଓଭରବ୍ରିଜ୍‌ରୁ ‘କାଳିଆନନା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌...

ମରୀଚି କୁଣ୍ଡ ପାଣି ନିଲାମ: ଏତିକି ଟଙ୍କା ଦେଇ ପ୍ରଥମ ଗରାପାଣି କିଣିଲେ ଏହି ମହିଳା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ସୋମବାର ବିଳମ୍ବିତ ରାତିରେ ଏହି...

ସିଝୁଛି ସାରା ଓଡ଼ିଶା: ସକାଳ ୮ ସୁଦ୍ଧା ତାପମାତ୍ରା ୩୪ ପାର୍‌

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ...

ପ୍ରାର୍ଥୀଙ୍କୁ ଅଡୁଆ ପ୍ରଚଣ୍ଡ ଖରା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର):ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାସେରୁ କମ୍‌ ସମୟ ରହିଲା। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri