ଜାତୀୟ ସିନିୟର ଭଲିବଲ୍ ଚାମ୍ପିୟନଶିପ୍: କେରଳ-ରେଲଓ୍ବେ ମହିଳା ଫାଇନାଲ
ଭୁବନେଶ୍ୱର,୧୧।୩ (କ୍ରୀଡ଼ା ପ୍ରତିନିଧି)- କିଟ୍ର ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର ଭଲିବଲ୍ ଚାମ୍ପିୟନଶିପ୍ର ମହିଳା ବିଭାଗ ଫାଇନାଲରେ କେରଳ ଓ ରେଲଓ୍ବେ ମଧ୍ୟରେ ମୁକାବିଲା ହେବ। ବୁଧବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ କେରଳ ୩-୦ ସେଟ୍ରେ…
ଜାତୀୟ ସବ୍ଜୁନିୟର ମହିଳା ହକି: ଓଡ଼ିଶାର ବୃହତ୍ ବିଜୟ
ଭୁବନେଶ୍ୱର, ୧୧।୩(କ୍ରୀଡ଼ା ପ୍ରତିନିଧି)- ଝାଡ଼ଖଣ୍ଡର ସିମ୍ଡେଗାରେ ବୁଧବାର ଆରମ୍ଭ ହୋଇଥିବା ହକି ଇଣ୍ଡିଆ ଜାତୀୟ ସବ୍ଜୁନିୟର ମହିଳା ହକି ଚାମ୍ପିୟନଶିପ୍ରେ ଓଡ଼ିଶା ବୃହତ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଓଡ଼ିଶା ୬-୧ ଗୋଲରେ ଛତିଶଗଡ଼କୁ ପରାସ୍ତ କରିଛି।…
ଆରସିବି ପାଇଁ ଖେଳିବେ ନାହିଁ ଏହି ବିଦେଶୀ ଖେଳାଳି
ବାଙ୍ଗାଲୋର, ୧୧।୩ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଷ୍ଟ୍ରେଲିଆର ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ଫିଲିପ୍ଙ୍କୁ ବାଦ୍ ଦେଇଛି। ଗତ ସଂସ୍କରଣରେ ଆରସିବି ପାଇଁ ଓପନିଂ କରିଥିବା ଏହି ବିଦେଶୀ ଖେଳାଳି ଚଳିତ ଥର ପୂରା ସିଜନ ଲାଗି ଉପଲବ୍ଧ ହେବେ…
ପୁଣି ଫିଟ୍ନେସ ଟେଷ୍ଟରେ ଫେଲ୍ ହେଲେ ଭାରତୀୟ ଖେଳାଳି
ଅହମ୍ମଦାବାଦ,୧୦।୩ : ପୁଣି ଥରେ ଫିଟ୍ନେସ୍ ଟେଷ୍ଟରେ ବିଫଳ ହୋଇଛନ୍ତି ମିଷ୍ଟ୍ରି ସ୍ପିନର ବୁରଣ ଚକ୍ରବର୍ତ୍ତୀ। ଏଥିଯୋଗୁ ଆଗାମୀ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍ରୁ ସେ ବାଦ୍ ପଡ଼ିବା ନିଶ୍ଚିତ। ଅନ୍ୟ ପଟେ ନୂଆ ପେସ ସେନସେଶନ ଟି. ନଟରାଜନ ଏପର୍ଯ୍ୟନ୍ତ…
ଇଂଲଣ୍ଡ ବିପକ୍ଷ ସିରିଜ୍ରୁ ମିଳିବ ଭାରତୀୟ ଟି୨୦ ବିଶ୍ୱକପ୍ ଦଳ
ଅହମ୍ମଦାବାଦ,୧୦।୩ : ଆସନ୍ତା ଶୁକ୍ରବାରଠାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍। ସମସ୍ତ ମ୍ୟାଚ୍ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜ୍ ଟିମ୍ ଇଣ୍ଡିଆ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ।…
୩୬ ବର୍ଷ ପୂର୍ବେ ଆଜିର ଦିନରେ ଏହି ଖେଳାଳିଙ୍କୁ ମିଳିଥିଲା ଅଡ୍ଡି କାର: ପାକିସ୍ତାନକୁ ୮ ଉଇକେଟରେ ହରାଇ ଜିତିଥିଲେ ମିନି ବିଶ୍ୱକପ୍
କ୍ରିକେଟ ଦୁନିଆରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି ହେଉଥିବା ବେଳେ ରେକର୍ଡ ଭାଙ୍ଗିଥାଏ ମଧ୍ୟ। ଠିକ୍ ସେହିପରି ମାର୍ଚ୍ଚ ୧୦ ଭାରତୀୟ କ୍ରିକେଟ ଇତିହାସରେ ସ୍ବର୍ଣ୍ଣ ଅକ୍ଷରରେ ଲେଖାଯାଇଛି। କାରଣ ଏହି ଦିନ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନୀଲ…
ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଡରାଇ ଦେଲେ ସଚିନ
ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବେ ରାୟପୁରରେ ସଡ଼କ ସୁରକ୍ଷା ବିଶ୍ୱ ସିରିଜ ଖେଳୁଛନ୍ତି। ସଚିନ ତେନ୍ଦୁଲକରଙ୍କ ସମେତ ସମସ୍ତ ଖେଳାଳି ପ୍ରତ୍ୟେକ ମ୍ୟାଚ ପୂର୍ବରୁ କରୋନା ଟେଷ୍ଟ କରୁଛନ୍ତି। ଏହି ପରୀକ୍ଷଣ ସମୟରେ ସଚିନ ତେନ୍ଦୁଲକର ଏପରି କିଛି…
ଅଶ୍ୱିନ ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ୍
ଦୁବାଇ, ୧୦ା୩ (ପି.ଟି.)- ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଭାରତର ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଙ୍ଗଳବାର ଆଇସିସି ପୁରୁଷ ପ୍ଲେୟର ଅଫ୍ ଦି ମନ୍ଥ୍ ବିବେଚିତ ହୋଇଛନ୍ତି। ଏହି ସିରିଜରେ…
ହକି ଓଡ଼ିଶା ଓ୍ବେବ୍ସାଇଟ ଉନ୍ମୋଚିତ: ୬ ଜିଲା ବରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ନୟାଗଡ଼, କେନ୍ଦୁଝର ଓ ରାୟଗଡ଼ା ନୂତନ ଭାବେ ଅନୁବନ୍ଧିତ
ଭୁବନେଶ୍ୱର, ୧୦।୩(କ୍ରୀଡ଼ା ପ୍ରତିନିଧି)- ସମଗ୍ର ବିଶ୍ୱରେ ଏବେ ଓଡ଼ିଶା ହକିକୁ ନେଇ ଚର୍ଚ୍ଚା। ୨୦୧୮ରେ ହକି ବିଶ୍ୱକପ୍କୁ ସଫଳତାର ସହ ଆୟୋଜନ ପରେ ୨୦୨୩ ବିଶ୍ୱକପ୍ ଆୟୋଜନ ଅଧିକାର ମିଳିଛି। ବିଶ୍ୱଶ୍ରେଣୀୟ ଭିତ୍ତିଭୂମି ଉପଲବ୍ଧ ଯୋଗୁ ଏଠାରେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା…
ନେଟ୍ସରେ ହାର୍ଦ୍ଦିକଙ୍କ ଜୋରଦାର ଅଭ୍ୟାସ
ଅହମଦାବାଦ,୧୦।୩(ପି.ଟି.): ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ପୂର୍ବରୁ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନେଟ୍ସରେ ବେଶ୍ ଝାଳ ବୁହାଇଛନ୍ତି। ନେଟ୍ସରେ ସାମାନ୍ୟ ଆକ୍ସନରେ ସୁଧାର ଆଣି ବୋଲିଂ କରିଥିଲେ। ହାର୍ଦ୍ଦିକ…
ଇଣ୍ଡିଆନ ସୁପର ଲିଗ୍: ମୁମ୍ବାଇ- ଏଟିକେ ଫାଇନାଲ
ମାର୍ଗାଓ,୧୦।୩: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ଚଳିତ ସପ୍ତମ ସଂସ୍କରଣ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲରେ ମୁମ୍ବାଇ ସିଟି ଏଫ୍ସି ଓ ଏଟିକେ ମୋହନ ବାଗାନ (ଏଟିକେଏମ୍ବି) ୧୩ ତାରିଖ ଶନିବାର ପାଟୋର୍ଡା ଷ୍ଟାଡିୟମରେ ପରସ୍ପରକୁ ଭେଟିବେ।…
ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ଖେଳାଳି ଓଜନ ହରାଇଥିଲେ: ଷ୍ଟୋକ୍ସ
ଅହମଦାବାଦ,୧୦।୩ (ପି.ଟି.): ଭାରତ ବିପକ୍ଷରେ ଚତୁର୍ଥ ଟେଷ୍ଟ ଖେଳିବା ଅବସରରେ ଇଂଲଣ୍ଡ ଖେଳାଳିମାନେ ଓଜନ ହରାଇଥିଲେ ବୋଲି ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ କହିଛନ୍ତି। ମ୍ୟାଚ୍ ପୂର୍ବରୁ ଆମ ଖେଳାଳିମାନଙ୍କ ପାକସ୍ଥଳୀରେ ସମସ୍ୟା ଦେଖାଦେଇଥିଲା ବୋଲି ସେ କହିଛନ୍ତି। ଏହି ୪ ମ୍ୟାଚ୍…

