Posted inଖେଳ

ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌: ଭାରତୀୟ ମହିଳା ବକ୍ସର ଜିତିଲେ ୭ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ,୨୩ା୪ (ପି.ଟି.)-ପୋଲାଣ୍ଡର କିଲ୍‌ସିଠାରେ ଚାଲିଥିବା ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ବକ୍ସରମାନେ ପ୍ରଧାନ୍ୟ ବିସ୍ତାର କରି ଗୁରୁବାର ୭ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେମାନେ ହେଲେ ଗୀତିକା (୪୮କେଜି), ବେବିରୋଜିସାନା ଚାନୁ(୫୧କେଜି), ପୁନମ (୫୭କେଜି), ଭିନ୍‌କା (୬୦କେଜି), ଅରୁନ୍ଧତି ଚୌଧାରୀ (୬୯କେଜି), ଅଲଫିୟା ପଠାନ (୮୧+କେଜି) ଓ ଥୋଖୋମ୍‌ ସାନାମାଚୁ ଚାନୁ (୭୫କେଜି)। ପୋଲାଣ୍ଡର ନାତାଲିଆ କୁଜେସ୍କାଙ୍କ ବିପକ୍ଷରେ ଗୀତିକା ୫-୦ରେ ବିଜୟ ହାସଲ କରିଥିଲେ। ବେବିରୋଜିସାନାଙ୍କ ପ୍ରଥମ ରାଉଣ୍ଡ ମୁକାବିଲାରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ହେଲେ ରୁଷିଆର ଭାଲେରିଆ ଲିଙ୍କୋଭାଙ୍କ ବିପକ୍ଷରେ ସେ ସମାନ ବ୍ୟବଧାନରେ ବିଜୟୀ ହୋଇଥିଲେ। ପରେ ପୁନମ ଓ ଭିନିକା ଆଉ ଦୁଇଟି ସ୍ବର୍ଣ୍ଣ ଜିତିଥିଲେ। ପୁନମ ଫ୍ରାନ୍ସର ସ୍ଥେଲିନ୍‌ ଗ୍ରସ୍‌ଜିଙ୍କୁ ୫-୦ରେ ହରାଇ ଦେଇଥିବାବେଳେ ଭିନିକାଙ୍କ ଜବରଦସ୍ତ ପଞ୍ଚ୍‌ ଆଗରେ ତିଷ୍ଠି ନ ପାରି କାଜାଖସ୍ତାନର ଝୁଲ୍‌ଡିଜ ସାୟାଖମେତୋଭା ପରାସ୍ତ ହୋଇଯାଇଥିଲେ। ଅରୁନ୍ଧତି ସ୍ଥାନୀୟ ଫେଭରାଇଟ୍‌ ବାରବାରା ମାର୍ସିନକୋସ୍କାଙ୍କ ବିପକ୍ଷରେ ୫-୦ରେ ସହଜ ବିଜୟ ହାସଲ କରିଥିଲେ। ଚାନୁଙ୍କୁ କିନ୍ତୁ ସ୍ବର୍ଣ୍ଣ ଜିତିବା ଲାଗି କାଜାଖସ୍ତାନର ଦାନା ଦିଦେଙ୍କ ସହତ କଡ଼ା ମୁକାବିଲା କରିବାକୁ ପଡ଼ିଥିଲା। ଜଜ୍‌ଙ୍କ ବିଭାଜିତ ନିଷ୍ପତ୍ତିରେ ସେ ବିଜୟିନୀ ହୋଇଥିଲେ। ପଠାନ ମୋଲେଡୋଭାର ଡାରିୟା କୋଜୋରୋଜଙ୍କୁ ୫-୦ରେ ହରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?