Posted inଖେଳ

ବିରାଟ ଭଳି ହେବାକୁ ଚାହୁଁଥିଲେ, ଏବେ ତାଙ୍କ ସହ ଖେଳିଲେ ମ୍ୟାଚ୍‌ ବିଜୟୀ ଇନିଂସ; ଜାଣନ୍ତୁ କିଏ ସେହି ୨୦ ବର୍ଷୀୟ ପଡ଼ିକାଲ

ନୂଆଦିଲ୍ଲୀ,୨୩।୪: ଆଇପିଏଲ୍‌ ଆରମ୍ଭ ହେବା ସମୟରେ ଏହା କେବଳ ଟଙ୍କା କମାଇବାର ଏକ ରୋମାଞ୍ଚକ ଲିଗ୍‌ ଥିଲା। ହେଲେ ବିଗତ କିଛି ବର୍ଷ ମଧ୍ୟରେ ବଦଳିଛି ଏହାର ପରିଭାଷା। କାରଣ ଏଠାରେ ଅନେକ ଖେଳାଳିଙ୍କ କ୍ୟାରିୟର ନିର୍ମାଣ ହେଉଛି। ଟୁର୍ନାମେଣ୍ଟ ଖେଳାଳିଙ୍କୁ ଭିନ୍ନ ପରିଚୟ ଦେଉଛି। ସେଭଳି ଭାବେ ଗୁରୁବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଜଣେ ବ୍ୟାଟ୍ସମ୍ୟାନ୍‌ ଉଲ୍ଲେଖନୀୟ ବ୍ୟାଟିଂ କରି ବାହାବା ସାଉଁଟିଛନ୍ତି। ଗତବର୍ଷ ଏହି ଟୁର୍ନାମେଣ୍ଟ ଯୋଗୁ ହିଁ ସେ ଚର୍ଚ୍ଚାକୁ ଆସିଥିଲେ। ଆମେ କଥା ହେଉଛୁ ଦେବଦତ୍ତ ପଡ଼ିକାଲଙ୍କ କଥା। ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଦେବଦତ୍ତ ସ୍ମରଣୀୟ ଇଂନିସ ଖେଳି ଚଳିତ ଆଇପିଏଲ୍‌ରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି।

ରାଜସ୍ଥାନ ଟିମ୍‌ ୨୦ ଓଭରରେ ୯ ଉଇକେଟ ହରାଇ ୧୭୭ରନ୍‌ କରିଥିଲା। ଜବାବରେ ବିରାଟ କୋହଲିଙ୍କ ଦଳ କୌଣସି ଉଇକେଟ ନ ହରାଇ ୧୬.୩ ଓଭରରେ ୧୮୧ରନ୍‌ ସଂଗ୍ରହ କରିନେଇଛି। ୨୧ ବଲ୍‌ ବାକିଥାଇ ୧୦ ଉଇକେଟରେ ବିଜୟ ସହ ଆର୍‌ସିବି ପଏଣ୍ଟ ଟେବୁଲର ଶୀର୍ଷକୁ ପୁଣି ଫେରିଛି। ଏହି ବିଜୟରେ ଦୁଇ ଓପନର୍ସ କୋହଲି-ପଡ଼ିକାଲଙ୍କ ଯୋଗଦାନ ଥିଲା। ସେ ନିଜର କ୍ୟାରିୟରର ପ୍ରଥମ ଶତକ ମାରିଥିଲେ।

ଗତ ସିଜିନରେ ପଡିକାଲ ବାଙ୍ଗାଲୋର ଟିମ୍‌ରେ କର୍ନାଟକରୁ ଖେଳୁଥିବା ଏକମାତ୍ର ଖେଳାଳି ଥିଲେ। ଏହି ୨୦ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌ ୨୦୦୦ ଜୁଲାଇ ୭ରେ ଜନ୍ମଗ୍ରହଣ କରିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ୍‌ ପଡ଼ିକାଲ ପ୍ରଥମରୁ କ୍ରିକେଟ ପ୍ରତି ଆକର୍ଷିତ ଥିଲେ। ତାଙ୍କୁ ୧୧ ବର୍ଷ ହୋଇଥିବା ବେଳେ ପରିବାରଲୋକେ ବାଙ୍ଗାଲୋର ଚାଲିଯାଇଥିଲେ। ସେଠାରେ ସେ ପ୍ରଥମେ କ୍ରିକେଟ ଏକାଡେମୀ ଖୋଜିଥିଲେ। ସେତେବେଳ ସମୟରୁ ସେ ଅଧିନାୟକ ବିରାଟଙ୍କ ବଡ଼ ପ୍ରଶଂସକ ଥିଲେ।

୨୦୧୯ ଆଇପିଏଲ୍‌ ନିଲାମରେ ବାଙ୍ଗାଲୋର ଏହି ଯୁବ ବ୍ୟାଟ୍ସମ୍ୟାନ୍‌ଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ହେଲେ ଏହି ସିଜିନ୍‌ରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳି ନ ଥିଲା। ପରେ ଦେବଦତ୍ତ ପୁଣି ଥରେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ। ଫଳରେ ତାଙ୍କୁ ବାଙ୍ଗାଲୋର ଟିମ୍‌ ଅପରିବର୍ତ୍ତିତ ରଖିଥିଲା। ୨୦୨୦ରେ ସେ ଆଇପିଏଲ୍‌ର ୧୫ ମ୍ୟାଚ୍‌ ଖେଳିଥିଲେ। ସେଥିରେ ସେ ୪୭୩ ରନ୍‌ କରିଥିଲେ। ଏଥିରେ ୫ ଅର୍ଦ୍ଧଶତକ ଥିଲା।

ଚଳିତ ଆଇପିଏଲ୍‌ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ପଡ଼ିକାଲ କରୋନା ସଂକ୍ରମିତ ହୋଇଥିଲେ। ସେ ପୁନର୍ବାର ଫିଟ୍‌ ହେବା ପରେ ଗୁରୁବାର ସିଜିନ୍‌ର ପ୍ରଥମ ମ୍ୟାଚ୍‌ ଖେଳି ଶତକ ମାରିଥିଲେ। ମ୍ୟାଚ୍‌ ବିଜୟୀ ଇନିଂସ ପାଇଁ ସେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?