Posted inଖେଳ

ମାତ୍ର ୫୨ ବଲ୍‌ରେ ଧୂଆଁଧାର ଶତକ ହାସଲ କରି ଇତିହାସ ରଚିଲେ ଏହି ୨୦ ବର୍ଷୀୟ କ୍ରିକେଟର୍‌

ମୁମ୍ବାଇ,୨୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ଯୁବ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡିକାଲ୍‌ ଆଇପିଏଲ ୨୦୨୧ରେ ପ୍ରଥମ ଶତକ ହାସଲ କରିଛନ୍ତି। ୨୦ ବର୍ଷୀୟ ପଡିକାଲ୍‌ ୫୧ଟି ବଲରେ ୧୧ ଚୌକା ଓ ୬ଟି ଛକା ସହାୟତାରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଅପରାଜିତ ୧୦୧ ରନ କରିଥିଲେ। ଏହି ଇନିଂସ ଆଧାରରେ ଆରସିବି ରାଜସ୍ଥାନକୁ ୧୦ ଉଇକେଟରେ ପରାସ୍ତ କରିଛି। ଏହା ସହିତ ଦଳ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି। ଚଳିତ ସିଜିନରେ ଏହା ଦ୍ୱିତୀୟ ଶତକ। ଏହାପୂର୍ବରୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ପଞ୍ଜାବ ବିପକ୍ଷରେ ଏକ ଶତକ ହାସଲ କରିଥିଲେ। ସେ ହେଉଛନ୍ତି ଆଇପିଏଲରେ ଶତକ ହାସଲ କରିଥିବା ତୃତୀୟ ଯୁବ ବ୍ୟାଟ୍ସମ୍ୟାନ, କିନ୍ତୁ ଟାର୍ଗେଟକୁ ପିଛା କରିବା ବେଳେ ସେ ଏହା କରିବାରେ ସବୁଠାରୁ କନିଷ୍ଠ। କେବଳ ଏତିକି ନୁହେଁ, ସେ ଅନ୍ତର୍ଜାତୀୟ ଡେବ୍ୟୁ ପୂର୍ବରୁ ଆଇପିଏଲରେ ଶତକ ହାସଲ କରିଥିବା ଚତୁର୍ଥ ବ୍ୟାଟ୍ସମ୍ୟାନ ମଧ୍ୟ ହୋଇଥିଲେ।
ଦେବଦତ୍ତ ପଡିକାଲ୍‌ ରାଜସ୍ଥାନ ବିପକ୍ଷରେ ବିରାଟ କୋହଲିଙ୍କ ସହ ଅପରାଜିତ ୧୮୧ ରନ ଭାଗିଦାରୀ ବାଣ୍ଟିଥିଲେ। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ପଡିକାଲ୍‌ କରୋନା ପଜିଟିଭ ଚିହ୍ନଟ ହୋିଥିଲେ। ଏହି କାରଣରୁ ସେ ବିଳମ୍ବରେ ଦଳରେ ଯୋଗ ଦେଇଥିଲେ ଏବଂ ପ୍ରଥମ ମ୍ୟାଚ ଖେଳିପାରି ନ ଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ ଦେବଦତ୍ତ ପଡିକାଲ୍‌ଙ୍କ ଏହା ହେଉଛି ଦ୍ୱିତୀୟ ସିଜନ। ତାଙ୍କର ପ୍ରଥମ ସିଜନରେ ସେ ୟୁଏଇରେ ୪୭୩ ରନ ସ୍କୋର କରି ୫ଟି ଅର୍ଦ୍ଧଶତକ ସ୍କୋର କରିଥିଲେ। ଆଇପିଏଲ ରେକର୍ଡଗୁଡିକ ବିଷୟରେ କହିବାକୁ ଗଲେ ଦେବଦତ୍ତ ପଡିକାଲ ଶତକ ହାସଲ କରିଥିବା ୩୭ତମ ଖେଳାଳ। ଏପର୍ଯ୍ୟନ୍ତ ୧୮ ଜଣ ଭାରତୀୟ ଏବଂ ୧୯ ଜଣ ବିଦେଶୀ ଖେଳାଳି ଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri