ଅଜବ ଟେଷ୍ଟ ମ୍ୟାଚ୍‌, ମାତ୍ର ଦୁଇଟି ଇନିଂସରେ ନିର୍ଣ୍ଣୟ ହୋଇଥିଲା ବିଜେତା

ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୪ କିମ୍ବା ୩ଟି ଇନିଂସରେ ଫଳାଫଳ ନିର୍ଣ୍ଣୟ ହୋଇଥାଏ। କିନ୍ତୁ କ୍ରିକେଟ ଇତିହାସରେ ଏଭଳି ଏକ ଟେଷ୍ଟ ଖେଳାଯାଇଥିଲା, ଯେଉଁଥିରେ ମାତ୍ର ଦୁଇଟି ଇନିଂସରେ ନିର୍ଣ୍ଣୟ ହୋଇଥିଲା ବିଜେତା। ୨୦୦୦ ମସିହାର କଥା। ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌। ବର୍ଷା କାରଣରୁ ମ୍ୟାଚ୍‌ର ୩ ଦିନ ଧୋଇ ଯାଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଦିନ ଶେଷ ସୁଦ୍ଧା ୬ ଉଇକେଟ ହରାଇ ୧୫୫ ରନ୍‌ କରିଥିଲା। ଏହାପରେ ୩ ଦିନର ଖେଳକୁ ଧୋଇ ନେଇଥିଲା ବର୍ଷା। ମ୍ୟାଚ୍‌ରେ ଫଳାଫଳ ଆଉ ସମ୍ଭବ ନ ଥାଏ। ଏପରି କି ଇଂଲଣ୍ଡ ପେସର ଡାରେନ ଗଫ୍‌ ହାଙ୍ଗଓଭରରେ ଥାନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ଅଧିନାୟକ ହାନ୍ସି କ୍ରୋନିଏ ମ୍ୟାଚ୍‌ର ଫଳାଫଳ ବାହାର କରିବା ପାଇଁ ଇଂଲଣ୍ଡର ଅଧିନାୟକ ନାସିର ହୁସେନଙ୍କୁ ଏକ ଅଜବ ପ୍ରସ୍ତାବ ଦେଇଥିଲେ। ଯଦି ଉଭୟ ଦଳ ଗୋଟିଏ ଲେଖାଏ ଇନିଂସକୁ ଫରଫିଟେଡ୍‌ (ବାତିଲ) ଘୋଷଣା କରନ୍ତି, ତେବେ ଅନ୍ତିମ ଇନିଂସରେ ଫଳାଫଳ ବାହାରିପାରିବ। କ୍ରୋନିଏଙ୍କ ଏଭଳି ପ୍ରସ୍ତାବରେ ବହୁ ଚିନ୍ତା କଲା ପରେ ହଁ ଭରି ଥିଲେ ହୁସେନ। ଠିକ୍‌ ସେମିତି ହେଲା।

ପ୍ରଥମ ଇନିଂସରେ ୨୪୮/୮ ରନ୍‌ କରି ଇନିଂସ ଘୋଷଣା କଲା ଦକ୍ଷିଣ ଆଫ୍ରିକା। ଏହାପରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସ ଓ କ୍ରୋନିଏଙ୍କ ନେତୃତ୍ୱାଧୀନ ଦଳ ଦ୍ୱିତୀୟ ଇନିଂସ ବାତିଲ କରିଥିଲେ। ଫଳରେ ଇଂଲଣ୍ଡ ଆଗରେ ଧାର୍ଯ୍ୟ ହୋଇଥିଲା ୨୪୯ ରନ୍‌ର ବିଜୟ ଲକ୍ଷ୍ୟ। ମାଇକେଲ ଭନ ଓ ଆଲେକ ଷ୍ଟଓ୍ବୋର୍ଟଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଦୁଇ ଉଇକେଟରେ ମ୍ୟାଚ୍‌ ଜିତି ନେଇଥିଲା ଇଂଲଣ୍ଡ।

ଅବଶ୍ୟ କ୍ରୋନିଏଙ୍କ ପ୍ରସ୍ତାବ ଯୋଗୁ ଦକ୍ଷିଣ ଆଫ୍ରିକାକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା। ମାତ୍ର କ୍ରୋନିଏଙ୍କ ପଦକ୍ଷେପକୁ ସେତେବେଳେ ଖୁବ୍‌ ପ୍ରଶଂସା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ ଶତାଧିକ ମହିଳା, ଯୁବକ

ଝାରସୁଗୁଡ଼ା, ୧୬ା୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରା ଏବଂ ନିକ୍ତିମାଲ…

ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି…

ଏସ୍‌ଆଇଆର୍‌ରେ ୨୭ ଲକ୍ଷ ଭୋଟରଙ୍କ ନାମ କଟିଛି: ବିଜେଡି

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଥିରେ ନୂତନ ଭୋଟର…

ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ହେବା ନେଇ ପୁରୀକୁ ହାଇ ଆଲର୍ଟ

ଭୁବନେଶ୍ୱର, ୧୬ା୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବର୍ଷର ଦ୍ୱିତୀୟ ଲଘୁଚାପ। ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର…

ସିଏମ୍‌ଓରୁ ୨ ଫାଇଲ ହଜିବା ଘଟଣା: ମନୋଜ ମିଶ୍ର, ରାଜେଶ ବର୍ମାଙ୍କୁ ସମନ

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରରେ କାର୍ଯ୍ୟରତ ଥିବା ପୂର୍ୱତନ ଆଇଟି ସଚିବ ମନୋଜ ମିଶ୍ର ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ବର୍ତ୍ତମାନ କମିଶନ ଫର୍‌ ଏୟାର…

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri