ଅଜବ ଟେଷ୍ଟ ମ୍ୟାଚ୍‌, ମାତ୍ର ଦୁଇଟି ଇନିଂସରେ ନିର୍ଣ୍ଣୟ ହୋଇଥିଲା ବିଜେତା

ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୪ କିମ୍ବା ୩ଟି ଇନିଂସରେ ଫଳାଫଳ ନିର୍ଣ୍ଣୟ ହୋଇଥାଏ। କିନ୍ତୁ କ୍ରିକେଟ ଇତିହାସରେ ଏଭଳି ଏକ ଟେଷ୍ଟ ଖେଳାଯାଇଥିଲା, ଯେଉଁଥିରେ ମାତ୍ର ଦୁଇଟି ଇନିଂସରେ ନିର୍ଣ୍ଣୟ ହୋଇଥିଲା ବିଜେତା। ୨୦୦୦ ମସିହାର କଥା। ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌। ବର୍ଷା କାରଣରୁ ମ୍ୟାଚ୍‌ର ୩ ଦିନ ଧୋଇ ଯାଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଦିନ ଶେଷ ସୁଦ୍ଧା ୬ ଉଇକେଟ ହରାଇ ୧୫୫ ରନ୍‌ କରିଥିଲା। ଏହାପରେ ୩ ଦିନର ଖେଳକୁ ଧୋଇ ନେଇଥିଲା ବର୍ଷା। ମ୍ୟାଚ୍‌ରେ ଫଳାଫଳ ଆଉ ସମ୍ଭବ ନ ଥାଏ। ଏପରି କି ଇଂଲଣ୍ଡ ପେସର ଡାରେନ ଗଫ୍‌ ହାଙ୍ଗଓଭରରେ ଥାନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ଅଧିନାୟକ ହାନ୍ସି କ୍ରୋନିଏ ମ୍ୟାଚ୍‌ର ଫଳାଫଳ ବାହାର କରିବା ପାଇଁ ଇଂଲଣ୍ଡର ଅଧିନାୟକ ନାସିର ହୁସେନଙ୍କୁ ଏକ ଅଜବ ପ୍ରସ୍ତାବ ଦେଇଥିଲେ। ଯଦି ଉଭୟ ଦଳ ଗୋଟିଏ ଲେଖାଏ ଇନିଂସକୁ ଫରଫିଟେଡ୍‌ (ବାତିଲ) ଘୋଷଣା କରନ୍ତି, ତେବେ ଅନ୍ତିମ ଇନିଂସରେ ଫଳାଫଳ ବାହାରିପାରିବ। କ୍ରୋନିଏଙ୍କ ଏଭଳି ପ୍ରସ୍ତାବରେ ବହୁ ଚିନ୍ତା କଲା ପରେ ହଁ ଭରି ଥିଲେ ହୁସେନ। ଠିକ୍‌ ସେମିତି ହେଲା।

ପ୍ରଥମ ଇନିଂସରେ ୨୪୮/୮ ରନ୍‌ କରି ଇନିଂସ ଘୋଷଣା କଲା ଦକ୍ଷିଣ ଆଫ୍ରିକା। ଏହାପରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସ ଓ କ୍ରୋନିଏଙ୍କ ନେତୃତ୍ୱାଧୀନ ଦଳ ଦ୍ୱିତୀୟ ଇନିଂସ ବାତିଲ କରିଥିଲେ। ଫଳରେ ଇଂଲଣ୍ଡ ଆଗରେ ଧାର୍ଯ୍ୟ ହୋଇଥିଲା ୨୪୯ ରନ୍‌ର ବିଜୟ ଲକ୍ଷ୍ୟ। ମାଇକେଲ ଭନ ଓ ଆଲେକ ଷ୍ଟଓ୍ବୋର୍ଟଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଦୁଇ ଉଇକେଟରେ ମ୍ୟାଚ୍‌ ଜିତି ନେଇଥିଲା ଇଂଲଣ୍ଡ।

ଅବଶ୍ୟ କ୍ରୋନିଏଙ୍କ ପ୍ରସ୍ତାବ ଯୋଗୁ ଦକ୍ଷିଣ ଆଫ୍ରିକାକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା। ମାତ୍ର କ୍ରୋନିଏଙ୍କ ପଦକ୍ଷେପକୁ ସେତେବେଳେ ଖୁବ୍‌ ପ୍ରଶଂସା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri