Posted inଖେଳ

କ୍ରିକେଟର ଏହି ବିରଳ ରେକର୍ଡ, ଯାହା ଆଜି ବି ରହିଛି ଅତୁଟ

କ୍ରିକେଟରେ ଅନେକ ବଡ ରେକର୍ଡ କରାଯାଇଥିଲା। କିନ୍ତୁ କିଛି ଖେଳାଳିଙ୍କ ଏମିତି ରେକର୍ଡ କରିଛନ୍ତି ଯାହା ଭାଙ୍ଗିବା କଷ୍ଟକର। ଇଂଲଣ୍ଡର ବାମହାତୀ ସ୍ପିନ ବୋଲର ହେଡଲି ଭେରିଟିଙ୍କ ରେକର୍ଡ ତାହା ମଧ୍ୟରୁ ଅନ୍ୟତମ। ୧୯୩୨ ମସିହାରେ କାଉଣ୍ଟି ଚାମ୍ପିଅନସିପରେ ଏକ ମ୍ୟାଚରେ ସେ ୧୦ ରନ ଦେଇ ୧୦ ଉଇକେଟ ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟର ଏହି ଚମତ୍କାର ରେକର୍ଡ ୮୯ ବର୍ଷ ପରେ ମଧ୍ୟ ଆଜିବି ଅତୁଟ ଅଛି। କେବଳ ଏତିକି ନୁହେଁ, ଭେରିଟି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନ ଟେଷ୍ଟରେ ସର୍ବାଧିକ ଥର ଆଉଟ୍‌ କରିଥିଲେ।
୧୮ ମେ ୧୯୦୫ରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିବା ହେଡଲି ୧୨ ଜୁଲାଇ ୧୯୩୨ରେ ୟର୍କସାୟାର ପାଇଁ ଖେଳିବାବେଳେ ନଟିଂହାମସାୟାର ବିପକ୍ଷରେ ୧୦ ରନ ଦେଇ ୧୦ ଉଇକେଟ ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟର ଏହା ହେଉଛି ସର୍ବୋତ୍ତମ ପ୍ରଦର୍ଶନ। ହେଡଲି ତାଙ୍କ କ୍ୟାରିୟରରେ ଦୁଇଥର ୧୦ ଉଇକେଟ ନେଇଥିଲେ। ଏହାପୂର୍ବରୁ ୧୯୩୧ମସିହାରେ ସେ ୱାର୍କକ୍ସାୟାର ବିପକ୍ଷରେ ୩୬ ରନ ଦେଇ ୧୦ ଉଇକେଟ ନେଇଥିଲେ। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୯୦୦ରୁ ଅଧିକ ଉଇକେଟ ନେଇଥିଲେ।

ଏହା ବ୍ୟତୀତ ହେଡଲି ଟେଷ୍ଟରେ ଗୋଟିଏ ଦିନରେ ୧୪ ଉଇକେଟ ନେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ୨୫ ଜୁନ ୧୯୩୪ରେ, ଲର୍ଡସରେ ଖେଳାଯାଇଥିବା ମ୍ୟାଚର ତୃତୀୟ ଦିନରେ ହେଡଲି ୧୪ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ପଠାଇଥିଲେ। ସେ ଏହି ମ୍ୟାଚରେ ମୋଟ ୧୫ ଉଇକେଟ ନେଇଥିଲେ। ଇଂଲଣ୍ଡ ଏହି ମ୍ୟାଚକୁ ଏକ ଇନିଂସ ଏବଂ ୩୮ ରନରେ ଜିତିଥିଲା। ତାଙ୍କର ସାମଗ୍ରିକ ଟେଷ୍ଟ କ୍ୟାରିୟରକୁ ଦେଖି ସେ ୪୦ଟି ମ୍ୟାଚରେ ୧୪୪ ଉଇକେଟ ନେଇଥିଲେ। ସେ ୫ ଥର ୫ ଉଇକେଟ ଏବଂ ୨ ଥର ୧୦ ଉଇକେଟ ନେଇ ଥିଲେ।
ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କୁ ଟେଷ୍ଟରେ ସର୍ବାଧିକ ଥର ହେଡଲି ତାଙ୍କୁ ଆଉଟ୍‌ କରିଛନ୍ତି। ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିଅରକୁ ଦେଖିଲେ ସେ ୩୭୮ ମ୍ୟାଚରେ ୧୯୫୬ ଉଇକେଟ ନେଇଥିଲେ। ସେ ୫ଟି ଉଇକେଟ ୧୬୪ଥର ଏବଂ ୧୦ଟି ଉଇକେଟ ୫୪ ଥର ନେବାର କାରନାମା କରିଛନ୍ତି। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୬୦୩ ରନ ମଧ୍ୟ କରିଥିଲେ। ଗୋଟିଏ ଶତକ ଏବଂ ୧୩ ଅର୍ଦ୍ଧ ଶତକ ସ୍କୋର କରିଥିଲେ। ୧୦୧ ରନ ତାଙ୍କର ସବୁଠାରୁ ବଡ ସ୍କୋର ଥିଲା। ଏହି କିମ୍ବଦନ୍ତୀ ବୋଲର ମାତ୍ର ୩୮ ବର୍ଷ ବୟସରେ ପ୍ରାଣ ହରାଇଥିଲେ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେନାରେ ଯୋଗ ଦେଇଥିଲେ। ସେ ଏକ ଇଟାଲୀ ଜେଲରେ ଯୁଦ୍ଧ ବନ୍ଦୀ ଭାବରେ ରହୁଥିଲେ ଏବଂ ଆହତ କାରଣରୁ ସେଠାରେ ମୃତ୍ୟୁବରଣ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?