Posted inଖେଳ

କ୍ରିକେଟର ଏହି ବିରଳ ରେକର୍ଡ, ଯାହା ଆଜି ବି ରହିଛି ଅତୁଟ

କ୍ରିକେଟରେ ଅନେକ ବଡ ରେକର୍ଡ କରାଯାଇଥିଲା। କିନ୍ତୁ କିଛି ଖେଳାଳିଙ୍କ ଏମିତି ରେକର୍ଡ କରିଛନ୍ତି ଯାହା ଭାଙ୍ଗିବା କଷ୍ଟକର। ଇଂଲଣ୍ଡର ବାମହାତୀ ସ୍ପିନ ବୋଲର ହେଡଲି ଭେରିଟିଙ୍କ ରେକର୍ଡ ତାହା ମଧ୍ୟରୁ ଅନ୍ୟତମ। ୧୯୩୨ ମସିହାରେ କାଉଣ୍ଟି ଚାମ୍ପିଅନସିପରେ ଏକ ମ୍ୟାଚରେ ସେ ୧୦ ରନ ଦେଇ ୧୦ ଉଇକେଟ ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟର ଏହି ଚମତ୍କାର ରେକର୍ଡ ୮୯ ବର୍ଷ ପରେ ମଧ୍ୟ ଆଜିବି ଅତୁଟ ଅଛି। କେବଳ ଏତିକି ନୁହେଁ, ଭେରିଟି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନ ଟେଷ୍ଟରେ ସର୍ବାଧିକ ଥର ଆଉଟ୍‌ କରିଥିଲେ।
୧୮ ମେ ୧୯୦୫ରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିବା ହେଡଲି ୧୨ ଜୁଲାଇ ୧୯୩୨ରେ ୟର୍କସାୟାର ପାଇଁ ଖେଳିବାବେଳେ ନଟିଂହାମସାୟାର ବିପକ୍ଷରେ ୧୦ ରନ ଦେଇ ୧୦ ଉଇକେଟ ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟର ଏହା ହେଉଛି ସର୍ବୋତ୍ତମ ପ୍ରଦର୍ଶନ। ହେଡଲି ତାଙ୍କ କ୍ୟାରିୟରରେ ଦୁଇଥର ୧୦ ଉଇକେଟ ନେଇଥିଲେ। ଏହାପୂର୍ବରୁ ୧୯୩୧ମସିହାରେ ସେ ୱାର୍କକ୍ସାୟାର ବିପକ୍ଷରେ ୩୬ ରନ ଦେଇ ୧୦ ଉଇକେଟ ନେଇଥିଲେ। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୯୦୦ରୁ ଅଧିକ ଉଇକେଟ ନେଇଥିଲେ।

ଏହା ବ୍ୟତୀତ ହେଡଲି ଟେଷ୍ଟରେ ଗୋଟିଏ ଦିନରେ ୧୪ ଉଇକେଟ ନେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ୨୫ ଜୁନ ୧୯୩୪ରେ, ଲର୍ଡସରେ ଖେଳାଯାଇଥିବା ମ୍ୟାଚର ତୃତୀୟ ଦିନରେ ହେଡଲି ୧୪ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ପଠାଇଥିଲେ। ସେ ଏହି ମ୍ୟାଚରେ ମୋଟ ୧୫ ଉଇକେଟ ନେଇଥିଲେ। ଇଂଲଣ୍ଡ ଏହି ମ୍ୟାଚକୁ ଏକ ଇନିଂସ ଏବଂ ୩୮ ରନରେ ଜିତିଥିଲା। ତାଙ୍କର ସାମଗ୍ରିକ ଟେଷ୍ଟ କ୍ୟାରିୟରକୁ ଦେଖି ସେ ୪୦ଟି ମ୍ୟାଚରେ ୧୪୪ ଉଇକେଟ ନେଇଥିଲେ। ସେ ୫ ଥର ୫ ଉଇକେଟ ଏବଂ ୨ ଥର ୧୦ ଉଇକେଟ ନେଇ ଥିଲେ।
ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କୁ ଟେଷ୍ଟରେ ସର୍ବାଧିକ ଥର ହେଡଲି ତାଙ୍କୁ ଆଉଟ୍‌ କରିଛନ୍ତି। ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିଅରକୁ ଦେଖିଲେ ସେ ୩୭୮ ମ୍ୟାଚରେ ୧୯୫୬ ଉଇକେଟ ନେଇଥିଲେ। ସେ ୫ଟି ଉଇକେଟ ୧୬୪ଥର ଏବଂ ୧୦ଟି ଉଇକେଟ ୫୪ ଥର ନେବାର କାରନାମା କରିଛନ୍ତି। ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୬୦୩ ରନ ମଧ୍ୟ କରିଥିଲେ। ଗୋଟିଏ ଶତକ ଏବଂ ୧୩ ଅର୍ଦ୍ଧ ଶତକ ସ୍କୋର କରିଥିଲେ। ୧୦୧ ରନ ତାଙ୍କର ସବୁଠାରୁ ବଡ ସ୍କୋର ଥିଲା। ଏହି କିମ୍ବଦନ୍ତୀ ବୋଲର ମାତ୍ର ୩୮ ବର୍ଷ ବୟସରେ ପ୍ରାଣ ହରାଇଥିଲେ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେନାରେ ଯୋଗ ଦେଇଥିଲେ। ସେ ଏକ ଇଟାଲୀ ଜେଲରେ ଯୁଦ୍ଧ ବନ୍ଦୀ ଭାବରେ ରହୁଥିଲେ ଏବଂ ଆହତ କାରଣରୁ ସେଠାରେ ମୃତ୍ୟୁବରଣ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ ଏହି କ୍ରିକେଟରଙ୍କ ମା’, କ୍ରିକେଟ କିଟ୍‌ କିଣିବାକୁ ନ ଥିଲା ପଇସା; ଏଭଳି ବଦଳିଲା ଭାଗ୍ୟ

ନୂଆଦିଲ୍ଲୀ,୨୮।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଭଲ ପ୍ରଦର୍ଶନ କରିଥିଲେ ବାମହାତୀ ପେସର ଟି ନଟରାଜନ। ଏବେ ନବଦୀପ ସଇନୀ ସମ୍ପୂର୍ଣ୍ଣ ଫିଟ୍‌ ନ ଥିବାରୁ ୨୯...

‘କେହି ଭାରତ ଯିବାକୁ ମନା କରିପାରିବେ ନାହିଁ’

ମେଲବୋର୍ନ,୨୩।୯: କୌଣସି ଦଳ ଭାରତକୁ ଗସ୍ତ କରିବାକୁ ମନା କରିବେ ନାହିଁ। କିନ୍ତୁ ପାକିସ୍ତାନ ଓ ବାଂଲାଦେଶ  ଗସ୍ତକୁ ବାତିଲ କରିବା ଖେଳାଳି ଓ ସଂଗଠନଙ୍କ...

ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା

ଇସଲାମାବାଦ,୧୭।୯: ପାକିସ୍ତାନ କ୍ରିକେଟ ବୋର୍ଡର ନୂତନ ଚେୟାରମ୍ୟାନ ରମିଜ ରାଜା ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ ଇମ୍ରାନ ଖାନଙ୍କ ଭଳି କ୍ୟାପଟେନଙ୍କ...

ପୁଣି ବିବାଦରେ ଫଶିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ଓ୍ବାନ୍‌ ୮ କମ୍ୟୁନି (One8 commune) ବିବାଦରେ ଛନ୍ଦି ହୋଇପଡିଛି। କୋହଲିଙ୍କ ରେଷ୍ଟୁରାଣ୍ଟ ବିରୋଧରେ ଅଭିଯୋଗ...

୧୦୦ତମ ଟେଷ୍ଟରେ ଶତକ ମାରନ୍ତୁ ବୋଲି ପ୍ରାର୍ଥନା

ନୂଆଦିଲ୍ଲୀ,୧।୩: ଶ୍ରୀଲଙ୍କା ବିପକ୍ଷରେ ମୋହାଲିରେ ମାର୍ଚ୍ଚ ୪ରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଏହା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ।...

ଟିମ୍‌ ପେନ୍‌ଙ୍କ ପର୍ସ ଚୋରି

ମେଲବୋର୍ନ,୩୧।୩(ପି.ଟି.)-ଅଷ୍ଟ୍ରେଲୀୟ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ଙ୍କ ମନିପର୍ସ ଚୋରି ହୋଇଛି। ଖବର ଅନୁସାରେ ହୋବାର୍ଟସ୍ଥିତ ନିଜ ବାସଭବନ ଆଗରେ ସେ ତାଙ୍କ କାର୍‌ଟିକୁ ପାର୍କ କରିଥିଲେ।...

କୋପା ଆମେରିକା ଫୁଟ୍‌ବଲ: ନକ୍‌ଆଉଟ୍‌ରେ ଉରୁଗୁଏ, ପାରାଗୁଏ

ସାଓ ପାଉଲୋ,୨୬।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଉରୁଗୁଏ ଓ ପାରାଗୁଏ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ଏ’ରେ ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ଏହି...

ସାଇନାଙ୍କୁ ପ୍ରଥମ ମହିଳା ଆଇଏମ୍‌ ନର୍ମ

ଭୁବନେଶ୍ୱର, ୨୬।୬(ସ୍ପୋଟର୍‌ସ ବ୍ୟୁରୋ)- ଉଦୀୟମାନ ଓଡ଼ିଆ ଚେସ୍‌ ତାରକା ତଥା ମହିଳା ଫିଡେ ମାଷ୍ଟର ସାଇନା ସାଲୋନିକା କ୍ୟାରିୟରର ପ୍ରଥମ ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ୍‌) ନର୍ମ...

Advertisement
Archives

Model This Week