Posted inଖେଳ

ମେକ୍‌ଟିକ-ପାଭିକ୍‌ଙ୍କୁ ଟାଇଟଲ

ଲଣ୍ଡନ,୧୧।୭: ଓ୍ବିମ୍ବେଲଡନ ପୁରୁଷ ଡବଲ୍ସ ଇଭେଣ୍ଟରେ କ୍ରୋଏସିଆ ଯୋଡି ନିକୋଲା ମେକ୍‌ଟିକ ଓ ମାଟେ ପାଭିକ୍‌ ଟାଇଟଲ ହାସଲ କରିଛନ୍ତି। ଟପ୍‌ ସିଡ୍‌ ମାନ୍ୟତା ପାଇଥିବା ଏହି ଯୋଡି ସ୍ପେନ୍‌ ଓ ଆର୍ଜେଣ୍ଟିନାର ମାର୍ସେଲ ଗ୍ରାନୋଲେର୍ସ ଓ ହୋରାସିକୋ ଜେବାଲେସ୍‌ଙ୍କୁ ଫାଇନାଲ ମୁକାବିଲାରେ ୬-୪, ୭-୬, ୨-୬, ୭-୫ ସେଟ୍‌ରେ ପରାସ୍ତ କରି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ସେଣ୍ଟର କୋର୍ଟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଚାମ୍ପିୟନ ଯୋଡ଼ିକୁ ସେତେଟା ସଂଘର୍ଷ କରିବାକୁ ପଡୁ ନ ଥିଲା। ଏଥିସହ ଚଳିତ ସେସନ୍‌ରେ ମେକ୍‌ଟିକ ଓ ପାଭିକ୍‌ ଅଷ୍ଟମ ଟାଇଟଲ ହାସଲ କରିଛନ୍ତି। ସାଥି ହେବାର ପ୍ରଥମ ବର୍ଷରେ ଏହି ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ପ୍ରଥମ ଯୋଡି ଭାବେ ଓ୍ବିମ୍ବେଲଡନ ଡବଲ୍ସ ଟାଇଟଲ ଜିତି ମେକ୍‌ଟିକ ଓ ପାଭିକ ବିରଳ ସଫଳତା ଅର୍ଜନ କରିଛନ୍ତି। ପୂର୍ବରୁ ୨୦ ବର୍ଷ ତଳେ କ୍ରୋଏସିଆର ଗୋରାନ ଇଭାନସେଭିକ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ। ପୂର୍ବରୁ ପାଭିକ ଭିନ୍ନ ପାର୍ଟନରଙ୍କ ସହ ୨୦୧୮ରେ ଅଷ୍ଟ୍ରେଲିଆ ଓପନ ଓ ଗତବର୍ଷ ୟୁଏସି ଓପନ୍‌ ଜିତିଥିଲେ। ମେକ୍‌ଟିକଙ୍କ ପାଇଁ ଏହା ପ୍ରଥମ ଗ୍ରାଣ୍ଡସ୍ଲାମ ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମାଛମାଂସ ଖାଆନ୍ତି ନାହିଁ ଏହି ୪ ଭାରତୀୟ କ୍ରିକେଟର, କିନ୍ତୁ ବ୍ୟାଟ୍‌ରୁ ବାହାରେ ଜବରଦସ୍ତ ସଟ୍‌

କ୍ରିକେଟରଙ୍କ ପାଇଁ ଫିଟ ରହିବା ଏକ ପ୍ରମୁଖ ଚ୍ୟାଲେଞ୍ଜ। ଏହି ଚ୍ୟାଲେଞ୍ଜକୁ ପୂରଣ ପାଇଁ ଖେଳାଳିମାନେ ଫିଟନେଟ ପ୍ରତି ବହୁତ ଧ୍ୟାନ ଦିଅନ୍ତି। ବିଶେଷକରି ଖାଦ୍ୟ...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କ୍ରୀଡ଼ା ମନ୍ତ୍ରଣାଳୟର ସ୍ବାଗତ

ନୂଆଦିଲ୍ଲୀ,୧୮ା୯(ପି.ଟି.)-କେନ୍ଦ୍ରକ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)କୁ ଆଶ୍ୱସ୍ତି ମିଳିଛି। ଏଣିକି ଦେଶର ବିଭିନ୍ନ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଗୁଡ଼ିକୁ ସ୍ବୀକୃତି ପ୍ରଦାନରେ ଆଗୁଆ...

ରାଗିଗଲେ ରୋହିତ ଶର୍ମା, କହିଦେଲେ ଏମିତି କଥା

ପୁଣେ,୭।୪: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠୁ ସଫଳ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ଆରପିଏଲ୍‌ ଭଲ ଚାଲିନାହିଁ। ଦଳ ପ୍ରଥମ ୩ଟି ମ୍ୟାଚ୍‌ରେ...

୭ମ ଥର ପାଇଁ ମହିଳା ଏସିଆ କପ ଜିତିଲା ଭାରତ…

ସିଲହଟ ,୧୫।୧୦ : ଭାରତୀୟ ମହିଳା କ୍ରିକେଟ ଦଳ ୭ମ ଥର ପାଇଁ ଏସିଆ କପର ବିଜେତା ହୋଇଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ...

ପ୍ରଥମ ମ୍ୟାଚ୍‌ ଶେଷ: ଆର୍ଜେଣ୍ଟିନା ବିଜୟୀ

ଭୁବନେଶ୍ୱର,୧୩।୧(ବ୍ୟୁରୋ): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚ୍‌ ଶେଷ ହୋଇଛି। ଏଥିରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ୧-୦ ଗୋଲରେ ପରାସ୍ତ...

ଆଗାମୀ ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନ ଦଳକୁ ସଜାଡି ଦେବି: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌

ଇସଲମାବାଦ୍‌, ୨୩।୭: ୨୦୧୯ ଆଇସିସି ବିଶ୍ୱକପର ସେମିଫାଇନାଲରେ ସ୍ଥାନ ପକ୍କା କରିବାରେ ପାକିସ୍ତାନ ବିଫଳ ରହିଥିଲା। ବିଶ୍ୱକପରୁ ବିଦା ହେବା ପରେ ଖେଳାଳିଙ୍କ ଫିଟ୍‌ନେସ୍‌କୁ ନେଇ...

କୋହଲିଙ୍କୁ ଏମିତି ଦେଖି ଇଶାନଙ୍କ ପାଟି ରହିଗଲା ଖୋଲା

ଦୁବାଇ,୨୯।୧୦: ଟି -୨୦ ବିଶ୍ୱକପ ୨୦୨୧ରେ ଭାରତୀୟ କ୍ରିକେଟ ଦଳର ଯାତ୍ରା ବିପର୍ଯ୍ୟୟରୁ ଆରମ୍ଭ ହୋଇଛି। ସୁପର -୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ...

ଗୋଟିଏ ଭୁଲ୍‌ ପାଇଁ ଆଫଗାନିସ୍ତାନର ସ୍ବପ୍ନ ଧୂଳିସାତ୍‌

ଆଣ୍ଟିଗୁଆ,୨।୨:ଇଂଲଣ୍ଡ ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ପ୍ରଥମ ସେମିଫାଇନାଲରେ ସେମାନେ ଡକ ଓ୍ବର୍ଥ-ଲୁଇସ ନିୟମ ଆଧାରରେ ଆଫଗାନିସ୍ତାନକୁ ୧୫ ରନ୍‌ରେ ପରାସ୍ତ କରିଥିଲେ। ଏହା...

Advertisement
Archives

Model This Week