ଜାତୀୟ

୧ କୋଟି ପ୍ରଭାବିତ, ୩ ଲକ୍ଷ ଘର ଭାଙ୍ଗିଲା

କୋଲକାତା,୨୭ା୫: ବଙ୍ଗୋପସାଗରରୁ ମାଡ଼ିଆସିଥିବା ସାମୁଦ୍ରିକ ଝଡ଼ ୟାସ୍‌ ଉତ୍ତର ଓଡ଼ିଶାର ଧାମରା ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁଛି। କିନ୍ତୁ ଏହାର ଦୌରାମତ୍‌ୟ ପଡ଼ୋଶୀ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି। ଏଥିରେ ଅନୂ୍ୟନ ୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ଓ…

୫୩ ଦେଶରେ ଭାରତ ଭାରିଆଣ୍ଟ

ନୂଆଦିଲ୍ଲୀ,୨୭ା୫: ଭାରତୀୟ ଭାରିଆଣ୍ଟ କୁହାଯାଉଥିବା କୋଭିଡ୍‌-୧୯ର ବି.୧.୬୧୭ ରୂପ ୫୩ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଏହାସହ ଅନ୍ୟ ୭ ଦେଶରେ ମଧ୍ୟ ଏହି ଭାରିଆଣ୍ଟ ଦେଖାଯାଇଥିବା ନେଇ ବେସରକାରୀ ଭାବେ ସୂଚନା ହସ୍ତଗତ ହୋଇଥିବା ନେଇ…

ଦ୍ୱିତୀୟ ଲହରରେ ୫୭୭ ଶିଶୁ ଅନାଥ

ନୂଆଦିଲ୍ଲୀ,୨୭ା୫: କୋଭିଡ୍‌-୧୯ର ଦ୍ୱିତୀୟ ଲହର ପ୍ରଥମଠାରୁ ଅଧିକ ଘାତକ ହୋଇଛି। ଏହି ଲହର ଆସିବା ପରେ ଦେଶର ବିଭିନ୍ନ ଭାଗରେ ୫୭୭ ଶିଶୁ ସେମାନଙ୍କ ମା’ବାପାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ଏହା ସରକାରୀ ତଥ୍ୟଠାରୁ ପ୍ରକୃତ ସଂଖ୍ୟା ଅଧିକ ହୋଇପାରେ ବୋଲି…

ଦକ୍ଷିଣ, ଉତ୍ତରପୂର୍ବରେ ବଡ଼ ଚିନ୍ତା

ନୂଆଦିଲ୍ଲୀ,୨୭ା୫: ଭାରତରେ ମଙ୍ଗଳବାର ୨,୦୮,୯୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୧,୫୭,୭୯୫ରେ ପହଞ୍ଚତ୍ଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୪,୧୫୭ ଜଣଙ୍କ ଜୀବନ ଯିବା ପରେ ମୋଟ ମୃତ୍ୟୁସଂଖ୍ୟା ୩,୧୧,୩୮୮ ଡେଇଁଛି। ମୋଟାମୋଟି…

ଦେଶଦ୍ରୋହ ମାମଲା ପାଇଁ ମୋଦିଙ୍କୁ ଆଇଏମ୍‌ଏର ଚିଠି

ନୂଆଦିଲ୍ଲୀ, ୨୭।୫: କୋଭିଡ୍‌ ଟିକାକରଣ ବିରୋଧରେ ବାବା ରାମଦେବ ଚଳାଇଥିବା ଅପପ୍ରଚାର ରୋକିବା ଲାଗି ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅନୁରୋଧ କରିଛି। ଏଥିସହିତ ଦେଶଦ୍ରୋହ ଆଇନ ଅନୁଯାୟୀ ଯୋଗଗୁରୁଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ…

ଜେଇଇ ଆଡଭାନ୍ସଡ୍‌ ସ୍ଥଗିତ

ନୂଆଦିଲ୍ଲୀ, ୨୭।୫: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜୁଲାଇ ୩ରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ବର୍ଷର ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ୍‌କୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ସମ୍ପର୍କରେ ପରେ ଜଣାଇ ଦିଆଯିବ ବୋଲି ବୁଧବାର…

ସ୍ଥିତିରେ ହେଉନି ପରିବର୍ତ୍ତନ: ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ମଙ୍ଗଳବାର କରୋନାରେ ୩,୫୧୧ ଜଣଙ୍କ ମୃତ୍ୟୁ…

କୃଷକ ଆନ୍ଦୋଳନକୁ ପୂରିଲା ୬ ମାସ: କଳା ଦିବସ ପାଳିଲେ ଚାଷୀ

ନୂଆଦିଲ୍ଲୀ/ଚଣ୍ଡିଗଡ଼, ୨୬।୫: ବିବାଦୀୟ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ସଂଗଠନ ଚଳାଇଥିବା ଆନ୍ଦୋଳନକୁ ବୁଧବାର ୬ ମାସ ପୂରିଛି। ଏହି ଅବସରରେ କୃଷକ ସଂଗଠନ ପକ୍ଷରୁ ଦେଶରେ କଳାଦିବସ ପାଳନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚାଷୀମାନେ କଳାପତାକା ଧରି…

ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ସ୍ତ୍ରୀ ଗୁରୁତର

ଚଣ୍ଡିଗଡ଼,୨୬।୫: କିମ୍ବଦନ୍ତୀ ଆଥ୍‌ଲେଟ ମିଲ୍‌ଖା ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଆଇସିୟୁରୁ ବାହାରକୁ ନିଆଯାଇଛି। ସେ କୋଭିଡ୍‌ ନିମୋନିଆ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ୮୨ ବର୍ଷୀୟା ସ୍ତ୍ରୀ ନିର୍ମଲ କୌର କୋଭିଡ୍‌ ନିମୋନିଆ ପୀଡ଼ିତ…

ନିଶ ମୋଡ଼ିବାରୁ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼

ଅହମ୍ମଦାବାଦ,୨୬।୫: ନିଶ ମୋଡ଼ିବା କାରଣରୁ ୨୨ ବର୍ଷୀୟ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଅହମ୍ମଦାବାଦ ଗ୍ରାମୀଣ ଅଞ୍ଚଳ ବିରାମଗାମ ତାଲୁକାର କରାକଠାଲ ଗାଁରେ ଘଟିଛି ଏଭଳି ଘଟଣା। ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।…

ଆମ୍ବୁଲାନ୍ସରେ ମହିଳାଙ୍କୁ ଗଣବଳାତ୍କାର

ଜୟପୁର,୨୬।୫: ଖାଦ୍ୟ ଦେବାକୁ କହି ୨୨ ବର୍ଷୀୟା ମହିଳାଙ୍କୁ ଆମ୍ବୁଲାନ୍ସରେ ଗଣବଳାତ୍କାର କରାଯାଇଛି। ରାଜସ୍ଥାନର ଜୟପୁରରୁ ଆସିଛି ଏଭଳି ଏକ ଅଭିଯୋଗ। ଘଟଣାଟି ୨୪ ତାରିଖରେ ଘଟିଥିବା ପୋଲିସ ପକ୍ଷରୁ ବୁଧବାର କୁହାଯାଇଛି। ଜଣେ ବିବାହିତ ମହିଳାଙ୍କୁ ଖାଦ୍ୟ ପ୍ରଲୋଭନ ଦେଖାଇ…

ରାମଦେବଙ୍କ ଉପରେ ୧ ହଜାର କୋଟି ଟଙ୍କାର ମାନହାନୀ

ଡେରାଡୁନ, ୨୬।୫: ଏଲୋପାଥି ଔଷଧ ଓ ଏଲୋପାଥି ଡାକ୍ତରଙ୍କ ଉପରେ ଅପମାନଜନକ ମନ୍ତବ୍ୟ ପୁଣି ଥରେ ବାବା ରାମଦେବଙ୍କ ପାଇଁ ସୃଷ୍ଟି କରିଛି ଅଢ଼ୁଆ। ଏହି ମନ୍ତବ୍ୟ କାରଣରୁ ତାଙ୍କ ବିରୋଧରେ ମାନହାନୀ ନୋଟିସ ଜାରି କରିଛି ଭାରତୀୟ ମେଡିକାଲ ଆସୋସିଏଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?