ଦକ୍ଷିଣ, ଉତ୍ତରପୂର୍ବରେ ବଡ଼ ଚିନ୍ତା

ନୂଆଦିଲ୍ଲୀ,୨୭ା୫: ଭାରତରେ ମଙ୍ଗଳବାର ୨,୦୮,୯୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୧,୫୭,୭୯୫ରେ ପହଞ୍ଚତ୍ଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୪,୧୫୭ ଜଣଙ୍କ ଜୀବନ ଯିବା ପରେ ମୋଟ ମୃତ୍ୟୁସଂଖ୍ୟା ୩,୧୧,୩୮୮ ଡେଇଁଛି। ମୋଟାମୋଟି ଭାବେ ଦେଖିଲେ ଦେଶର ଦକ୍ଷିଣ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ପଜିଟିଭ୍‌ ହାର ଓ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛି। ଅନ୍ୟପକ୍ଷେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ପଜିଟିଭ୍‌ ହାର ୫% ତଳକୁ ରହିଲେ କୋଭିଡ୍‌-୧୯ ସଂକ୍ରମଣ ନିୟନ୍ତ୍ରଣରେ ରହିଛି ବୋଲି କୁହାଯାଇପାରିବ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସକାଳ ୮ଟାରେ ଅପ୍‌ଡେଟ୍‌ କରାଯାଇଥିବା ତଥ୍ୟାନୁସାରେ ମଙ୍ଗଳବାର ଗୋଟିଏ ଦିନରେ ୨୨,୧୭,୩୨୦ ଜଣଙ୍କ ସାମ୍ପୁଲ ଟେଷ୍ଟ କରାଯାଇଥିଲା। ଏହା ହେଉଛି ଅଦ୍ୟାବଧି ସର୍ବାଧିକ ନମୁନା ପରୀକ୍ଷା। ମଙ୍ଗଳବାରର ଟେଷ୍ଟକୁ ମିଶାଇଲେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩୩,୪୮,୧୧,୪୯୬ ଜଣଙ୍କ ନମୁନା ସଂଗ୍ରହ କରାଯାଇ ସାରିଲାଣି। ବର୍ତ୍ତମାନ ଦେଶରେ ପଜିଟିଭିଟ୍‌ ହାର ୯.୪୨% ରହିଛି। ଲଗାତର ଦ୍ୱିତୀୟ ଦିନ ଧରି ପଜିଟିଭ୍‌ ହାର ୧୦% ତଳେ ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପଜିଟିଭ୍‌ ହାର ଆନ୍ଧ୍ର ଓ କର୍ନାଟକରେ ୨୦% ଉପରେ ରହିଛି। କେରଳରେ ଏହା ୨୦% ତଳେ ଥିବାବେଳେ ତାମିଲନାଡୁରେ ପ୍ରାୟ ୨୦% ରହିଛି। କର୍ନାଟକରେ ୧୭% ଉପରେ ପଜିଟିଭ୍‌ ହାର ରହିଛି। ସେହିପରି ଗୋଆ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକିମ ଓ ପଶ୍ଚିମବଙ୍ଗରେ ମଧ୍ୟ ସ୍ଥିତି ଉଦ୍‌ବେଗଜନକ ରହିଛି।
ଅନ୍ୟପକ୍ଷରେ ସକ୍ରିୟ ମାମଲା ୨୪,୯୫,୫୯୧କୁ ଖସିଛି। ୨୪ ଘଣ୍ଟାରେ ୨,୯୫,୯୫୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏହାସହ ଦେଶରେ ମୋଟ ଭଲ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୨,୪୩,୫୦,୮୧୬ରେ ପହଞ୍ଚତ୍ଛି। ଜାତୀୟ ସ୍ତରରେ ରିକଭରି ରେଟ୍‌ ୮୯.୬୬% ରହିଥିବା ମନ୍ତ୍ରଣାଳୟ ଦର୍ଶାଇଛି। ଏହି ଅବଧି ମଧ୍ୟରେ ପ୍ରାଣ ହରାଇଥିବା ୪,୧୫୭ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରର ସର୍ବାଧିକ ୧,୧୩୭ ଜଣ ହୋଇଥିବାବେଳେ କର୍ନାଟକର ୫୮୮ ଜଣ ରହିଛନ୍ତି। ସେହିପରି ତାମିଲନାଡୁର ୪୬୮, କେରଳର ୧୭୭, ପଞ୍ଜାବର ୧୭୪ ଏବଂ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ୧୫୭ ଲେଖାଏ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ ୧୫୬ ଓ ହରିୟାଣା ୧୨୮, ଆନ୍ଧ୍ରପ୍ରଦେଶରେ ୧୦୬ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି। ଏହାସହ ମୋଟ ମୃତ୍ୟୁସଂଖ୍ୟା ୩,୧୧,୩୮୮ ଡେଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri