Posted inଜାତୀୟ

ରାମଦେବଙ୍କ ଉପରେ ୧ ହଜାର କୋଟି ଟଙ୍କାର ମାନହାନୀ

ଡେରାଡୁନ, ୨୬।୫: ଏଲୋପାଥି ଔଷଧ ଓ ଏଲୋପାଥି ଡାକ୍ତରଙ୍କ ଉପରେ ଅପମାନଜନକ ମନ୍ତବ୍ୟ ପୁଣି ଥରେ ବାବା ରାମଦେବଙ୍କ ପାଇଁ ସୃଷ୍ଟି କରିଛି ଅଢ଼ୁଆ। ଏହି ମନ୍ତବ୍ୟ କାରଣରୁ ତାଙ୍କ ବିରୋଧରେ ମାନହାନୀ ନୋଟିସ ଜାରି କରିଛି ଭାରତୀୟ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ)। ୧୫ ଦିନ ମଧ୍ୟରେ ରାମଦେବଙ୍କଠାରୁ କ୍ଷମାପ୍ରାର୍ଥନା ପାଇଁ ଆସୋସିଏଶନ ପକ୍ଷରୁ ଦାବି କରାଯାଇଛି। ନହେଲେ ଯୋଗ ଗୁରୁଙ୍କୁ ୧ ହଜାର କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିବ ବୋଲି ନୋଟିସ ଉଲ୍ଲେଖ ରହିଛି।

୬ ପୃଷ୍ଠା ବିଶିଷ୍ଟ ନୋଟିସ ଆଇଏମ୍‌ଏ (ଉତ୍ତରାଖଣ୍ଡ) ସମ୍ପାଦକ ଅଜୟ ଖାନ୍ନାଙ୍କ ପକ୍ଷରୁ ଜାରି କରାଯାଇଛି। ତାଙ୍କ ଓକିଲ ନିରଜ ପାଣ୍ଡେ କହିଛନ୍ତି, ରାମଦେବଙ୍କ ମନ୍ତବ୍ୟ ଦ୍ୱାରା ଏଲୋପାଥି ଓ ଆସୋସିଏଶନ ସହ ଜଡ଼ିତ ୨ ହଜାର ଡାକ୍ତରଙ୍କ ସମ୍ମାନହାନୀ ହୋଇଛି। ଭାରତୀୟ ପିଙ୍ଗଳ କୋଡ୍‌ ୪୯୯ ଧାରା ଅନୁଯାୟୀ, ଯୋଗଗୁରୁଙ୍କ ମନ୍ତବ୍ୟ ଏକ ଆପରାଧିକ କାର୍ଯ୍ୟ। ନୋଟିସରେ ୧୫ ଦିନ ମଧ୍ୟରେ ଲିଖିତ କ୍ଷମାପ୍ରାର୍ଥନା କରିବାକୁ କୁହାଯାଇଛି। ଯଦି ସେ ଏଭଳି ନ କରନ୍ତି, ତେବେ ତାଙ୍କୁ ଆସୋସିଏଶନର ପ୍ରତ୍ୟେକ ସଦସ୍ୟ ପିଛା କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।

ନୋଟିସରେ ଯୋଗ ଗୁରୁଙ୍କୁ ସମସ୍ତ ପ୍ଲାଟଫର୍ମରୁ ‘କୋରୋନିଲ କିଟ୍‌’ ସମ୍ପର୍କୀତ ବିଜ୍ଞାପନକୁ ହଟାଇବାକୁ କୁହାଯାଇଛି। ନଚେତ ତାଙ୍କ ବିରୋଧରେ ମାମଲା ଦାୟର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

GDP ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୩୧।୮: ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅର୍ଥନୀତିରେ ସକାରାତ୍ମକ ଉନ୍ନତି ଦେଖାଯାଇଛି। ଜିଡିପି ଅଭିବୃଦ୍ଧି ୭.୮% ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ବର୍ଷାକୁ ନେଇ ବଡ଼ ସୂଚନା ଦେଲା ଆଇଏମ୍‌ଡି: ସେପ୍ଟେମ୍ବରରେ ହେବ…

ଭୁବନେଶ୍ୱର,୩୧।୮: ସେପ୍ଟେମ୍ବରରେ ବି ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ। ଏନେଇ ଆଇଏମ୍‌ଡି ଆକଳନରୁ ସ୍ପଷ୍ଟ ହୋଇଛି। ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠୁ କମ୍‌ ବର୍ଷା…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ମୋଦି ସରକାରର ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା: ପରସ୍ପର ଇସ୍ତଫା କଲେ ଦାବି: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୩୧।୮: ମୋଦି କ୍ୟାବିନେଟର ଦୁଇ ମନ୍ତ୍ରୀ ଜିତନ ରାମ ମାଞ୍ଝି ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ଝଗଡା ଚରମସୀମାରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ତିକ୍ତତା ଏପରି…

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri