ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ରାଜନୀତି, ଦଳର ମୁଖିଆମାନଙ୍କୁ ଭେଟୁଛନ୍ତି…

ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ନିଜ ନିଜ ଦଳର ବିଜୟୀ ଛାତ୍ର ନେତାମାନେ ସେମାନଙ୍କ ଦଳର ମୁଖିଆମାନଙ୍କୁ ଆସି ସାକ୍ଷାତ କରିବାରେ ଲାଗିଛନ୍ତି। ସେହିକ୍ରମରେ କେତେଗୁଡ଼ିଏ କଲେଜର ଛାତ୍ର ନେତାମାନେ ଶନିବାର ନବୀନ ନିବାସ ଆସି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି, ସମ୍ପ୍ରତି ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ୬୦ ପ୍ରତିଶତରୁ ଅଧିକ କଲେଜରେ ଓ ୫୦ ପ୍ରତିଶତ ବିଶ୍ୱବିଦ୍ୟାଳୟରେ ବିଜୟ ଲାଭ କରିଛି। ରାଜ୍ୟ ଭାଜପା ସରକାରଙ୍କ ଅର୍ଥବଳ, ବାହୁବଳ ଓ ପ୍ରବଳ ସରକାରୀ ଚାପ ସତ୍ତ୍ୱେ ପିଲାମାନେ ବିଜେଡି ଆଦର୍ଶରେ ବିଶ୍ୱାସ ରଖି ବିପୁଳ ବିଜୟ ଆଣିଛନ୍ତି। ବିଜେଡି ପକ୍ଷରୁ ଦାବି କରାଯାଇଛି, ୩୮୪ କଲେଜରେ ନିର୍ବାଚନ ହେବା ଲାଗି ଘୋଷଣା କରାଯାଇଥିଲେ ମଧ୍ୟ ୨୮୬ଟିରେ ଫଳ ପ୍ରକାଶ ପାଇଛି। ଏହା ମଧ୍ୟରୁ ୧୭୩ଟି କଲେଜରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ନିର୍ବାଚନ ବାତିଲ ହୋଇଥିଲା। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ସ୍ବାଧୀନ ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ବିଜୁ ଛାତ୍ର ଜନତା ଦଳର ସମର୍ଥିତ ପ୍ରାର୍ଥୀମାନେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ନର୍ଥ ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ବିସିଜେଡି ବିଜୟ ଲାଭ କରିଛି।

ନବୀନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଓଡ଼ିଶାରେ ଦୁଇ ଦିନ ତଳେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି, ଯାହା ଗତ ୮ ବର୍ଷ ହେଲା ହୋଇପାରୁ ନ ଥିଲା। ଛାତ୍ର ସଂସଦ ନିର୍ବାଚନକୁ ଓଡ଼ିଶାରେ ବନ୍ଦ କରିବାରେ ନବୀନବାବୁ ଓ ତାଙ୍କ ପ୍ରରୋଚକମାନଙ୍କ ଭୂମିକାକୁ ବର୍ତ୍ତମାନ ମଧ୍ୟ ଓଡ଼ିଶାର ଛାତ୍ର ଓ ଯୁବ ସମାଜ ଏକ କଳଙ୍କିତ ଅଧ୍ୟାୟର ଆଖ୍ୟା ଦେଇଛନ୍ତି। ନବୀନ ବାବୁ ତାଙ୍କ ଦଳକୁ ବଞ୍ଚାଇବା ଲାଗି ଏବଂ ବିଜେଡିର ନୂଆ ମୁଖିଆଙ୍କ ଗ୍ରହଣୀୟତାକୁ ସୁରକ୍ଷା ଦେବାକୁ ଯାଇ ଛାତ୍ର ସଂସଦ ନିର୍ବାଚନ ନେଇ ଅସତ୍ୟ ତଥ୍ୟ ରଖିଛନ୍ତି। ତାଙ୍କ ପାଖରେ ଥିବା ଲୋକମାନେ ନବୀନବାବୁଙ୍କ ଭଳି ଜଣେ ଅନୁଭବୀ ନେତୃତ୍ୱଙ୍କ ମୁହଁରୁ ଛାତ୍ର ନିର୍ବାଚନ ସମ୍ପର୍କରେ ଅମୂଳକ ଉଚ୍ଚାରଣ କରାଇ ତାଙ୍କ ଛବିକୁ ଆହୁରି ମଳିନ କରୁଛନ୍ତି। ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନ ଯେଉଁ ବାର୍ତ୍ତା ଦେଉଛି, ତାହା ଓଡ଼ିଶାର ଛାତ୍ର ଓ ଯୁବ ସମାଜ ଭଲ ଭାବେ ଜାଣିପାରିଛନ୍ତି। କେଉଁ ଦଳ କୋଉ ସଙ୍ଗଠନର ସମର୍ଥନରେ କେତେଜଣ ଛାତ୍ର ନେତା ନିର୍ବାଚିତ ହୋଇଛନ୍ତି, ତାହା ରାଜ୍ୟବାସୀ ଜାଣିଛନ୍ତି। ବାରମ୍ବାର ମିଛ କହି ତାହାକୁ ସତ୍ୟରେ ପରିଣତ କରିବା ପାଇଁ ଚେଷ୍ଟାକରିବା ନବୀନବାବୁଙ୍କ ଭଳି ବ୍ୟକ୍ତିଙ୍କ ପକ୍ଷେ କଦାପି ଶୋଭନୀୟ ନୁହେଁ। ଏହି ସମୟରେ ନବୀନ ଛାତ୍ର ସମାଜକୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ, ତାହା ଅଧିକ ଭଲ ହୋଇଥାଆନ୍ତା। ଓଡ଼ିଶାର ଛାତ୍ର ଓ ଯୁବ ସମାଜକୁ ଭ୍ରମ ଏବଂ ଭ୍ରାନ୍ତିଠାରୁ ଦୂରରେ ରଖି ରାଷ୍ଟ୍ର ନିର୍ମାଣରେ ସେମାନଙ୍କୁ ପ୍ରେରିତ କରିବା ଦରକାର ଥିଲା ବୋଲି ସୂର୍ଯ୍ୟବଂଶୀ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?