ସ୍ଥିତିରେ ହେଉନି ପରିବର୍ତ୍ତନ: ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ମଙ୍ଗଳବାର କରୋନାରେ ୩,୫୧୧ ଜଣଙ୍କ ମୃତ୍ୟୁ ଘଟିଥିଲା, ସେହିପରି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜାର ୪୨୭ ଥିଲା। ତେବେ ଏହା ବୁଧବାର ପୁଣି ବଢ଼ି ୨ ଲକ୍ଷ ୮ ହଜାର ୯୨୧ରେ ପହଞ୍ଚିଥିଲା। ସେହିପରି ମୃତକଙ୍କ ସଂଖ୍ୟା ୪,୧୫୭ ଛୁଇଁଥିଲା। ଗୁରୁବାର ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୧ ହଜାର ୨୯୮ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୩,୮୪୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଧିକ ସଂଖ୍ୟକ ଆକାନ୍ତଙ୍କ ମୃତ୍ୟୁ ଘଟୁ ଥିବାରୁ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଛି। ଶ୍ମଶାନ ଆଗରେ ଏବେ ବି ଧାଡ଼ିଧାଡ଼ି ମୃତଦେହ ରହିଥିବାର ଦେଖିବାକୁ ମିଳୁଛି। ମୃତକଙ୍କପରିବାର ସଦସ୍ୟଙ୍କୁ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ସ୍ଥିତିରେ ଆଶା ଜନକ ପରିବର୍ତ୍ତନ ହେଉ ନ ଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୨୦ କୋଟି ୨୬ ଲକ୍ଷ ୯୫ ହଜାର ୮୭୪ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୩ କୋଟି ୬୯ ଲକ୍ଷ ୬୯ ହଜାର ୩୫୨ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୧୫ ପୂର୍ବରୁ ବଡ଼ ଆକ୍ରମଣ ପାଇଁ ଯୋଜନା କରିଥିଲେ ଆତଙ୍କବାଦୀ

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏଟିଏସ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ଲିଙ୍କ ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ଅନସାର୍‌ ଗଜବନ୍‌-ଉଲ୍‌-ହିନ୍ଦ୍‌ ସହ...

ଉଦଘାଟନୀ ଉତ୍ସବରେ ଶାସକ ଦଳର ରାଜନୀତି, ଆଗଧାଡ଼ିରେ ଦେବଗୌଡ଼ା-ଜଗନମୋହନ…

ନୂଆଦିଲ୍ଲୀ,୨୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସଂସଦର ନୂତନ ଭବନକୁ ଉଦଘାଟନ କରିଛନ୍ତି। ଯଦିଓ ଏହିଐତିହାସିକ କାର୍ଯ୍ୟକ୍ରମ ପାର୍ଟି ରାଜନୀତିରୁ ରକ୍ଷା ପାଇପାରି ନାହିଁ...

୩୦ ହଜାର ତଳେ ଦୈନିକ ସଂକ୍ରମଣ, ସୁଧୁରୁନି କେରଳ ସ୍ଥିତି…

ନୂଆଦିଲ୍ଲୀ,୨୫।୯: କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେଲାଗିଛନ୍ତି। ଦୈନିକ ସଂକ୍ରମଣ ୩୦ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ...

୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜି ଉଦୟଗିରି ବଡ଼ସାହି ହେଲା କଣ୍ଟେନମେଣ୍ଟ ଜୋନ୍‌

ଜି ଉଦୟଗିରି, ୨।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି ଉଦୟଗିରି ସହରରେ କିଛିଦିନ ହେବ କଣ୍ଟେନମେଣ୍ଟ ଜୋନ୍‌ ହଟିଥିବା ବେଳେ ବୁଧବାର ପୁଣିଥରେ ସହରର ସବୁଠାରୁ ବଡ଼...

ବିଧାୟକ ମୋକିମ୍‌ଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୩୦।୭: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ସ୍ବତନ୍ତ୍ର ଲିଭ୍‌ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ୨୦୧୯ରେ ବାରାବାଟୀ-କଟକ ବିଧାନସଭା ଆସନରୁ ମୋକିମ୍‌ଙ୍କ ନିର୍ବାଚନକୁ ପୂର୍ବତନ...

୧୧,୫୦୦ ବିମାନ ଉଡ଼ାଣ ବାତିଲ, ଯାତ୍ରୀ ହଟହଟା…

ନ୍ୟୁୟର୍କ, ୨୮।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ସଙ୍କଟ ଦେଖାଦେଇଛି। ଦ୍ରୁତବେଗରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ପୁଣି ଆଣାୟତ୍ତ...

ମହାଯାତ୍ରା ଆରମ୍ଭ…

ମୁମ୍ବାଇ, ୬।୨ : ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଅନ୍ତିମ ସଂସ୍କାର ପାଇଁ ମହାଯାତ୍ରା ଆରମ୍ଭ ହୋଇଛି। ଲତାଙ୍କ ପାର୍ଥିବ ଶରୀର ଉପରେ ତ୍ରିରଙ୍ଗା ରଖାଯାଇ...

ଭଗବାନ ଶିବଙ୍କ ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ଶ୍ରୀନଗର,୧୫।୭: ଜମ୍ମୁକଶ୍ମୀରର ଡୋଡା ଜିଲାରେ ଭଗବାନ ଶିବଙ୍କ ମୂର୍ତ୍ତି ଭଙ୍ଗାଯିବା ଘଟଣା ସାମ୍ନାକୁ ଆସିଛି। କିଛି ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ଏକ ମନ୍ଦିରରେ ପ୍ରବେଶ...

Advertisement
Archives

Model This Week