ଦ୍ୱିତୀୟ ଲହରରେ ୫୭୭ ଶିଶୁ ଅନାଥ

ନୂଆଦିଲ୍ଲୀ,୨୭ା୫: କୋଭିଡ୍‌-୧୯ର ଦ୍ୱିତୀୟ ଲହର ପ୍ରଥମଠାରୁ ଅଧିକ ଘାତକ ହୋଇଛି। ଏହି ଲହର ଆସିବା ପରେ ଦେଶର ବିଭିନ୍ନ ଭାଗରେ ୫୭୭ ଶିଶୁ ସେମାନଙ୍କ ମା’ବାପାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ଏହା ସରକାରୀ ତଥ୍ୟଠାରୁ ପ୍ରକୃତ ସଂଖ୍ୟା ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପାଖରେ ଏପ୍ରିଲରୁ ଏଯାଏ ଉପଲବ୍ଧ ତଥ୍ୟ ଅନୁସାରେ ଦ୍ୱିତୀୟ ଲହରରେ ୫୭୭ ଶିଶୁ ଅନାଥ ହୋଇଛନ୍ତି। ଏହି ଶିଶୁମାନେ ଏବେ ସେମାନଙ୍କ ନିକଟ ସମ୍ପର୍କୀୟଙ୍କ ସହିତ ରହୁଛନ୍ତି। ସେମାନଙ୍କ ଆବଶ୍ୟକତା ଓ ସୁରକ୍ଷା ପ୍ରତି ସରକାର ସଚେତନ ରହିଛନ୍ତି। ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି, ୨୦୨୧ ଏପ୍ରିଲ ୧ରୁ ବୁଧବାର ଅପରାହ୍ନ ୨ଟା ସୁଦ୍ଧା ୫୭୭ ଶିଶୁ କୋଭିଡ୍‌-୧୯ରେ ନିଜ ମା’ ଓ ବାପାଙ୍କୁ ହରାଇଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଇତିମଧ୍ୟରେ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ସରକାର ଏହି ଶିଶୁମାନଙ୍କ କଲ୍ୟାଣ ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନାରେ ପ୍ରତି ଜିଲାକୁ ୧୦ ଲକ୍ଷ ଟଙ୍କା ଲେଖାଏ ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଗୁ ମିଳିଲାନି ଗନ୍‌ କ୍ୟାରେଜ, ଭ୍ୟାନରେ ଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୧।୯: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କିଛିଦିନର ଅସୁସ୍ଥତା ପରେ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ରେନ୍‌ ସର୍ଜରୀ ସହ କରୋନାରେ ଆକ୍ରାନ୍ତ...

‘କାଳିଆ’କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ: ଓଡ଼ିଶା ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୩ା୭(ପି.ଟି.) : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ‘କାଳିଆ’ ଯୋଜନାକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ କରିଛନ୍ତି। ଏହାସହ ନିର୍ବାଚନ ପୂର୍ବରୁ କ୍ଷୁଦ୍ର ଓ...

ଜେଏମ୍‌ଏମ୍‌ ପରେ ଦ୍ରୌପଦୀଙ୍କୁ ସମର୍ଥନ କରିବ ଜେଡି(ଏସ୍‌)

ବେଙ୍ଗାଲୁରୁ,୧୬।୭: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରତି ବଢୁଛି ରାଜନୈତିକ ଦଳର ସମର୍ଥନ। ନିକଟରେ ଜେଏମ୍‌ଏମ୍‌ ଦ୍ରୌପଦୀଙ୍କୁ ସମର୍ଥନ କରିଥିବା ବେଳେ ଏବେ ଜେଡି(ଏସ୍‌)...

ଅକ୍ସିଜେନ୍‌ ସଙ୍କଟ ଯୋଗୁ ୨୪ ଘଣ୍ଟାରେ ଗଲା ୨୫ ରୋଗୀଙ୍କ ଜୀବନ

ନୂଆଦିଲ୍ଲୀ,୨୩।୪: ସାରା ଦେଶରେ କରୋନା ପରିସ୍ଥିତି ବିଗିଡିବାରେ ଲାଗିଛି। ଅମ୍ଳଜାନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ଦେଶର ରାଜଧାନୀ ଦିଲ୍ଲୀରେ ଅମ୍ଳଜାନର ସଙ୍କଟ ସର୍ବାଧିକ...

ଶିବସେନା ନେତାଙ୍କୁ ଗୁଳିକରିଥିବା ଅଭିଯୁକ୍ତ ଗିରଫ

ଚଣ୍ଡିଗଡ଼,୪।୧୧: ପଞ୍ଜାବ ଅମୃତସରରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରାଯାଇଛି। ସୁରୀଙ୍କୁ ୨ଟି ଗୁଳି ବାଜିଥିବା ବେଳେ ତୁରନ୍ତ ତାଙ୍କୁ...

‘ଫିଲ୍ମ ଇଣ୍ଡଷ୍ଟ୍ରିକୁ ଭୋଗିବାକୁ ପଡ଼ିବ’

ମୁମ୍ବାଇ,୨୦।୧୦: ହାଇ ପ୍ରୋଫାଇଲ ପ୍ରକୃତି କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କରାଯାଉଛି। ଏଥିଲାଗି ବଲିଉଡ୍‌କୁ ପାଉଣା ଦେବାକୁ ପଡ଼ିବ। ଏଭଳି କହିଛନ୍ତି ଜଣାଶୁଣା ଲିରିସିଷ୍ଟ ଜାଭେଦ...

ଜାମିନ ସତ୍ତ୍ୱେ ମୁକୁଳି ପାରୁନାହାନ୍ତି ଗରିବ ବନ୍ଦୀ: ରାଷ୍ଟ୍ରପତିଙ୍କ ଉଦ୍‌ବେଗ ପରେ ଜେଲକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧୧(ପି.ଟି.): ଜାମିନ ସତ୍ତ୍ୱେ ମାମୁଲି ଅପରାଧରେ ଜେଲରେ ଥିବା ଗରିବ ଆଦିବାସୀ ମୁକୁଳି ପାରୁନାହାନ୍ତି। ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆବେଗଭରା ଉଦ୍‌ବୋଧନ ପରେ ସୁପ୍ରିମକୋର୍ଟ...

ଟିକା ନେବା ପରେ ବି ୧୪ ଡାକ୍ତର କରୋନା ପଜିଟିଭ୍‌

ରୋହତକ,୧।୪: କରୋନାର ଦୋହରା ମାଡ଼ରେ ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ହରିୟାଣାରେ ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ରୋହତକ ପିଜିଆଇଏମ୍‌ଏସ୍‌ ହସ୍ପିଟାଲରେ ୨୨...

Advertisement
Archives

Model This Week