Posted inଜାତୀୟ

୧ କୋଟି ପ୍ରଭାବିତ, ୩ ଲକ୍ଷ ଘର ଭାଙ୍ଗିଲା

କୋଲକାତା,୨୭ା୫: ବଙ୍ଗୋପସାଗରରୁ ମାଡ଼ିଆସିଥିବା ସାମୁଦ୍ରିକ ଝଡ଼ ୟାସ୍‌ ଉତ୍ତର ଓଡ଼ିଶାର ଧାମରା ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁଛି। କିନ୍ତୁ ଏହାର ଦୌରାମତ୍‌ୟ ପଡ଼ୋଶୀ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି। ଏଥିରେ ଅନୂ୍ୟନ ୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ଓ ସମୁଦ୍ର ପାଣିରେ ୩ ଲକ୍ଷ ଘର ଭାଙ୍ଗିଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସୂଚନା ଦେଇଛନ୍ତି।
ପଶ୍ଚିମବଙ୍ଗରେ ଶକ୍ତିଶାଳୀ ସମୁଦ୍ରର ଉଚ୍ଚ ଢେଉ ସାଙ୍ଗକୁ ବର୍ଷା ଓ ପବନ ତାଣ୍ଡବ ରଚିଛି। ୟାସ୍‌ ଆସିବା ପୂର୍ବରୁ ୧୫,୦୪,୫୦୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ବାତ୍ୟା ସମୟରେ ଜଣେ ବ୍ୟକ୍ତି ସମୁଦ୍ରକୁ ମାଛ ଧରିବାକୁ ଯାଇ ପ୍ରାଣ ହରାଇଛନ୍ତି। ସର୍ବାଧିକ ପ୍ରଭାବିତ ଜିଲା ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ୨୪ ପ୍ରଗଣା ଜିଲାରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ପ୍ରକୃତ କ୍ଷୟକ୍ଷତି ଆକଳନ ପାଇଁ ୭୨ ଘଣ୍ଟା ଲାଗିବ । ସେହିପରି ଉପକୂଳ ଜିଲା ପୂର୍ବ ମେଦିନୀପୁରର ଦିଘାରେ ୟାସ୍‌ର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ସମୁଦ୍ର ଓ ବର୍ଷାପାଣିରେ ଘରଦ୍ୱାର ଭାଙ୍ଗିଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଧରାଶାୟୀ ହୋଇଯାଇଛି। ପର୍ଯ୍ୟଟନ ସହର ଦିଘାରେ ସମୁଦ୍ରରେ ୨ ମିଟର ଉଚ୍ଚତାର ଜୁଆର ଉଠିଥିଲା। ଏହାର ପ୍ରଭାବରେ ବିଦ୍ୟାଧାରୀ, ହୁଗ୍‌ଲି, ରୂପନାରାୟଣ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଶଙ୍କରପୁର ଉପକୂଳସ୍ଥିତ ଏକ ସ୍କୁଲ ଧୋଇହୋଇ ଯାଇଛି। ଫ୍ରାଜେରଗଞ୍ଜରେ ରାସ୍ତାରେ ପାଣି ଢେଉ ମାରୁଥିବାବେଳେ ଲୋକେ ନିଜ ତଥା ଗୋରୁଙ୍କ ଜୀବନ ବଞ୍ଚାଇବା ପାଇଁ ଧାଉଁଥିବା ଦେଖିବାକୁ ମିଳିଛି। ଖୁବ୍‌ ଜୋର୍‌ରେ ପବନ ବହିବାରୁ ବହୁ ଘରଦ୍ୱାର ଓ ସ୍କୁଲ ଛାତ ଉଡ଼ିଯାଇଛି। ସେନା, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌), ରାଜ୍ୟ ପୋଲିସ ଏବଂ ସ୍ବେଚ୍ଛାସେବୀମାନେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦାବି ଭାରତରେ ୫୦ ପ୍ରତିଶତ ନେଇଛନ୍ତି କରୋନା ଟିକାର ଦ୍ୱିତୀୟ ଡୋଜ

ନୂଆଦିଲ୍ଲୀ,୫ ।୧୨: କରୋନା ଲଢେଇରେ ଭାରତ ଆଉ ଏକ ଉପଲବ୍ଧି ନିଜ ନାଁରେ କରିଥିବା ଦାବି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ରବିବାର...

ଶାହାଙ୍କୁ ଭେଟିଲେ ସିନ୍ଧିଆ: ଭୋପାଳରେ ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ/ଭୋପାଳ,୧୩।୩(ପି.ଟି.): ଭାଜପାରେ ଯୋଗଦେବାର ଦିନକ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଥିଲେ। ତାଙ୍କର ଯୋଗଦାନ...

ବିଶ୍ୱର ପ୍ରଥମ ନାଜାଲ କୋଭିଡ୍‌ ଟିକାକୁ ମଞ୍ଜୁରୀ

ପୁଣେ,୨୯।୧୧:ଭାରତ ବାୟୋଟେକ୍‌ ପ୍ରସ୍ତୁତ ବିଶ୍ୱର ପ୍ରଥମ ଇଣ୍ଟରନାଜାଲ କୋଭିଡ୍‌ ଟିକା ଆଇଏନ୍‌ସିଓଭିଏସିସିକୁ ମଞ୍ଜୁରୀ ମିଳିଛି। ଜରୁରୀ ସ୍ଥିତିରେ ଏହି ଟିକାର ପ୍ରାଥମିକ ସିରିଜ୍‌ ଏବଂ ହେଟେରୋଲୋଜିଅସ୍‌...

ମହିଳାଙ୍କ ସୁରକ୍ଷାକୁ ନେଇ ଟୁଇଟ୍‌ କଲେ ଶିଳ୍ପା

ମୁମ୍ବାଇ,୮।୧୨: ଦେଶରେ ମହିଳାଙ୍କ ଉପରେ ବଢିଚାଲିଥିବା ଅପରାଧକୁ ଦେଖି ଏବେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି ବଲିଉଡ୍‌ ଫିଟ୍‌ କୁଇନ୍‌ ଶିଳ୍ପା ସେଟ୍ଟି। ପ୍ରଧାନମନ୍ତ୍ରୀ...

ମାଡିଆସୁଛି ବାତ୍ୟା ତାଉକ୍ତାଏ: ଏହି ରାଜ୍ୟରେ ରଚିପାରେ ତାଣ୍ଡବ

ଅହମ୍ମଦାବାଦ,୧୩।୫: ଭାରତରେ କରୋନା ମହାମାରୀ ମଧ୍ୟରେ ଗୁଜରାଟରେ ବାତ୍ୟା ଆଶଙ୍କା ରହିଛି। ଆଗାମୀ ଦିନରେ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା...

ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ,୯ ।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏ ନେଇ ଗୁରୁବାର...

ତେଜସ୍ବୀଙ୍କୁ ତାଗିଦ୍‌ କଲେ କୋର୍ଟ

ନୂଆଦିଲ୍ଲୀ,୧୮।୧୦: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ସ୍କାମ ମାମଲାରେ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ମଙ୍ଗଳବାର ଦିଲ୍ଲୀ...

ଦ୍ରୌପଦୀଙ୍କୁ ବିଜୟ ପ୍ରମାଣପତ୍ର ଦେଲେ ଇସି

ନୂଆଦିଲ୍ଲୀ,୨୩ା୭: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁକ୍ରବାର ନିର୍ବାଚନ କମିଶନ(ଇସି) ବିଜୟ ପ୍ରମାଣପତ୍ର ଦେଇଛନ୍ତି। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କ ସପକ୍ଷରେ ଫଳାଫଳ ଆସିଥିବା ନେଇ ରିଟର୍ନିଂ...

Advertisement
Archives

Model This Week