ଜାତୀୟ

ବିବାହ କରିବାକୁ ମନା କରିଦେବାରୁ ଏସିଡ୍‌ ମାଡ଼

ବେଙ୍ଗାଲୁରୁ,୧୧।୬: ବିବାହ ପ୍ରସ୍ତାବକୁ ମନା କରିଦେବାରୁ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ତାଙ୍କ ପୁରୁଷ ସହକର୍ମୀ ଏସିଡ୍‌ ମାଡ଼ କରିଥିବା ଜଣାପଡିଛି। ମହିଳା ଜଣକ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ବିପଦମୁକ୍ତ ଥିବା ବେଳେ ଭଲ…

ପଶ୍ଚିମବଙ୍ଗରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥରମାଡ଼

କୋଲକାତା,୧୧।୬: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦିଆଯାଇଥିବା ବିବାଦୀୟ ବୟାନକୁ ନେଇ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ଘଟିବା ସହ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପଥରମାଡ଼ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଶନିବାର ପୁଣି ପଶ୍ଚିମବଙ୍ଗର ହାଓ୍ବାଡାରେ…

ରାଞ୍ଚିରେ ଇଣ୍ଟରନେଟ ସେବା ବନ୍ଦ, ୧୪୪ ଧାରା ଲାଗୁ

ରାଞ୍ଚି,୧୧।୬: ଝାଡ଼ଖଣ୍ଡର ରାଞ୍ଚିରେ ଶୁକ୍ରବାର ଦେଖାଦେଇଥିବା ହିଂସା ପ୍ରଦର୍ଶନ ପରେ ସହରରେ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ରବିବାର ଅର୍ଥାତ୍‌ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ଉପରେ…

୨୪ ଘଣ୍ଟାରେ ୮ ହଜାର ଛୁଇଁଲା ସଂକ୍ରମଣ

ନୂଆଦିଲ୍ଲୀ,୧୧।୬: ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮,୩୨୯ ଜଣ ପଜିଟଭ୍‌ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କର ଜୀବନ ନେଇଛି କରୋନା। ତେବେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୪ ହଜାର…

‘ବିଧାନସଭା ନିର୍ବାଚନରେ ଭାଜପା ସମଦଶା ଭୋଗିବ’

ଜୟପୁର,୧୧।୬: ରାଜସ୍ଥାନରୁ ରାଜ୍ୟ ସଭାକୁ କଂଗ୍ରେସରୁ ୩ଜଣ ନିର୍ବାଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ଭାଜପା ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ହାରିଯାଇଥିବାରୁ ଗୈରିକ ଦଳର ଘୋଡ଼ାବେପାର ଉଦ୍ୟମ ବିଫଳ ହୋଇଥିବା ସେ କହିଛନ୍ତି। ଭାଜପା…

ପଶୁଙ୍କ ପାଇଁ ଆସିଲା କୋଭିଡ୍‌ ଟିକା

ନୂଆଦିଲ୍ଳୀ,୧୧।୬: ହରିୟାଣାର ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲ୍‌ଚର ରିସର୍ଚ୍ଚ (ଆଇସିଏଆର୍‌) ଏବଂ ନ୍ୟାଶନାଲ ରିସର୍ଚ୍ଚ ସେଣ୍ଟର (ଏନ୍‌ଆର୍‌ସି) ମିଳିତ ଭାବେ ପଶୁଙ୍କ ପାଇଁ କରୋନା ଭାକ୍ସିନ ‘ଏନୋକୋଭାକ୍ସ’ ଆବିଷ୍କାର କରିଛନ୍ତି। କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଦ୍ୱାରା ଏହି ଟିକାକୁ…

ହାରିଗଲେ ସୁଭାଷ ଚନ୍ଦ୍ରା

ଜୟପୁର,୧୧।୬: ରାଜସ୍ଥାନରୁ ରାଜ୍ୟ ସଭା ପାଇଁ ଲଢ଼ୁଥିବା ଭାଜପା ସମର୍ଥତ୍ତ ସ୍ବାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ହାରିଯାଇଛନ୍ତି। ବିଜୟ ପାଇଁ ୪୧ ଭୋଟ ଆବଶ୍ୟକ ଥିବାବେଳେ ତାଙ୍କୁ ଭାଜପାରୁ ୨୭ ଓ ଆର୍‌ଏଲ୍‌ପିରୁ ୩ ଭୋଟ ମିଳିଥିଲା। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ…

ଶୁକ୍ରବାର ନମାଜ ପରେ କିଛି ରାଜ୍ୟରେ ବ୍ୟାପିଛି ହିଂସା, ହାୱଡାରେ ଇଣ୍ଟରନେଟ ବନ୍ଦ

କୋଲକାତା,୧୧ ।୬: ପ୍ରଫେଟ ମହମ୍ମଦଙ୍କୁ ନେଇ ନୁପୁର ଶର୍ମା ଦେଇଥିବା ଟିପ୍ପଣିକୁ ବିରୋଧ କରି ଏବେ ସାରା ଦେଶରେ ହିଂସା ପରିସ୍ଥିତି ଉପୁଜିଛି । ଭାଜପାରୁ ନିଲମ୍ବିତ ନୁପୁର ଶର୍ମାଙ୍କ ଗିରଫ ଦାବି କରି କିଛି ରାଜ୍ୟରେ ମୁସଲମାନ ସମ୍ପ୍ରଦାୟର ଲୋକେ…

ରାଞ୍ଚି ହିଂସାରେ ଆହତ ୨ବ୍ୟକ୍ତିଙ୍କ ଜୀବନ ଗଲା

ରାଞ୍ଚି,୧୧।୬: ପ୍ରଫେଟ ମହମ୍ମଦ ବିରୋଧରେ ବିବାଦୀୟ ବୟାନ ଦେଇ ବିବାଦ ଘେରରେ ରହିଥିବା ଭାଜପାର ୨ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମା ଓ ନବୀନ କୁମାର ଜିନ୍ଦଲଙ୍କୁ ଗିରଫ କରିବା ପାଇଁ ସାରା ଦେଶରେ ଉତ୍ତେଜନା ତେଜିବାରେ ଲାଗିଛି। ଇତିମଧ୍ୟରେ ଶୁକ୍ରବାର ଝାଡ଼ଖଣ୍ଡ…

ବିଭ୍ରାନ୍ତିକର ବିଜ୍ଞାପନ ରୋକିବାକୁ କେନ୍ଦ୍ରର ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୧୧।୬: ବିଭ୍ରାନ୍ତିକର ବିଜ୍ଞାପନ ରୋକିବା ଲାଗି କେନ୍ଦ୍ର ସରକାର ଶୁକ୍ରବାର ଏକ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏଥିରେ ସରୋଗେଟ୍‌ ବା ପରୋକ୍ଷ ବିଜ୍ଞାପନକୁ ନିଷେଧ କରାଯାଇଛି। ଗ୍ରାହକଙ୍କୁ ପ୍ରଲୋଭିତ କରୁଥିବା ବ୍ୟବସାୟିକ ବିଜ୍ଞାପନକୁ ନିୟନ୍ତ୍ରଣ କରିବା ଲାଗି କେତେକ ସର୍ତ୍ତ ରଖାଯାଇଛି।…

ଲଦାଖ ସୀମାରେ ଚାଇନାର ୨୫ ଫ୍ରଣ୍ଟଲାଇନ ଜେଟ୍‌

ନୂଆଦିଲ୍ଲୀ,୧୧।୬: ପୂର୍ବ ଲଦାଖ ସେକ୍ଟର ନିକଟ ହୋଟନ ଏୟାରବେସ୍‌ରେ ଚାଇନା ବାୟୁସେନା ୨୫ଟି ଫ୍ରଣ୍ଟଲାଇନ ଯୁଦ୍ଧବିମାନ ମୁତୟନ କରିଥିବା ଜଣାପଡ଼ିଛି। ସେଥିରେ ଜେ-୧୧ ଏବଂ ଜେ-୨୦ ଯୁଦ୍ଧବିମାନ ସାମିଲ ଅଛି। ପୂର୍ବରୁ ଉକ୍ତ ଏୟାରବେସ୍‌ରେ ଚାଇନା ମିଗ୍‌-୨୧ ଶ୍ରେଣୀର ଲଢ଼ୁଆ ବିମାନ…

ଦିନକରେ ୭,୫୮୪ କୋଭିଡ୍‌ ସଂକ୍ରମିତ

ନୂଆଦିଲ୍ଲୀ,୧୧।୬: କୋଭିଡ୍‌ ସଂକ୍ରମଣ ପୁଣି ବଢ଼ିବା ସହ ଆଉ ଏକ ଲହର ଆସିବା ଆଶଙ୍କା ସୃଷ୍ଟି ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୫୮୪ ନୂଆ ମାମଲା ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୦୫,୧୦୬ରେ ପହଞ୍ଚିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri