ଜାତୀୟ

ଆଜମଙ୍କୁ ଭେଟିଲେ ଏସ୍‌ପି ମୁଖ୍ୟ ଅଖିଳେଶ

ନୂଆଦିଲ୍ଲୀ,୧୬।୯: ସମାଜବାଦୀ ପାର୍ଟି(ଏସ୍‌ପି)ର ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଦଳର ବରିଷ୍ଠ ନେତା ଆଜମ ଖାନଙ୍କୁ ଭେଟିଛନ୍ତି। ଆଜମ ଖାନ ବର୍ତ୍ତମାନ ଦିଲ୍ଲୀର ସାର୍‌ ଗଙ୍ଗା ରାମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନିକଟରେ ଆଜମଙ୍କ ହୃଦ୍‌ଘାତ ହେବାରୁ ତାଙ୍କର…

ଅମାନତୁଲ୍ଲାହଙ୍କ ଘରେ ଏସିବି ଚଢ଼ାଉ: ବେଆଇନ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ,୧୬।୯: ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ଅମାନତୁଲ୍ଲାହ ଖାଁଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ଆଣ୍ଟି କରୋପସନ୍‌ ବ୍ୟୁରୋ(ଏସିବି)ର ଟିମ୍‌ ବିଧାୟକ ଅମାନତୁଲ୍ଲାହଙ୍କ ଅନେକ ସ୍ଥାନରେ ଚଢ଼ାଉ କରିଛି। ଅମାନତୁଲ୍ଲାହଙ୍କ ବାସଭବନ ସମେତ ଜାମିଆ, ଓଖଲା ଓ ଗଫୁର ନଗର ଭଳି…

ପଦ୍ମ ଧରିବେ କ୍ୟାପ୍ଟେନ ଅମରିନ୍ଦର: ଭାଜପା ସହ ମିଶିବ ପଞ୍ଜାବ ଲୋକ କଂଗ୍ରେସ

ନୂଆଦିଲ୍ଲୀ,୧୬।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଭାଜପାରେ ଯୋଗଦେବେ। ସେପ୍ଟେମ୍ବର ୧୯ରେ ଦିଲ୍ଲୀରେ ଅମରିନ୍ଦର ଭାଜପାର ସଦସ୍ୟତା ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଶୁକ୍ରବାର ଏନେଇ ଦଳର ମୁଖପାତ୍ର ପ୍ରୀତପାଲ ସିଂ…

ଏସସିଓ ସମ୍ମିଳନୀ: ମୋଦିଙ୍କ ଫଟୋକୁ ନେଇ ଆରମ୍ଭ ହେଲା ରାଜନୀତି

ନୂଆଦିଲ୍ଲୀ,୧୬ ।୯: ଉଜବେକିସ୍ତାନର ସମରକନ୍ଦରେ ଆରମ୍ଭ ହୋଇଛି ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଶିଖର ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଯୋଗ ଦେବାକୁ ଉଜବେକିସ୍ତାନ ପହଞ୍ଚିଛନ୍ତି । ଏବେ ଏହାର ଫଟୋକୁ ନେଇ ଭାରତରେ ରାଜନୀତି ଆରମ୍ଭ ହୋଇଯାଇଛି…

ରାଜଧାନୀରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ: ଦେଶରେ ସଂଖ୍ୟା ୧୩କୁ ବୃଦ୍ଧି

ନୂଆଦିଲ୍ଲୀ,୧୬।୯: ରାଜଧାନୀ ଦିଲ୍ଲୀରେ କରୋନା ପରେ ଏବେ ମଙ୍କିପକ୍ସ ଭାଇରସ୍‌ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟରେ ମଙ୍କିପକ୍ସ ଏବେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ…

ଏସ୍‌ସିଓ ବୈଠକରେ ମୋଦିଙ୍କ ସମ୍ବୋଧନ, ଏହି ୧୦ କଥା ଉପରେ ଦେଲେ ଗୁରୁତ୍ୱ

ସମରକନ୍ଦ,୧୬ା୯: ଉଜବେକିସ୍ତାନର ସମରକନ୍ଦ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ, ସ୍ବାସ୍ଥ୍ୟ ଏବଂ ଔଷଧ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କହିଛନ୍ତି।…

ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୧୬।୯: ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଛନ୍ତି। ଫୋର୍ବସ ରିଅଲ ଟାଇମ ବିଲିୟନେୟାର ଇଣ୍ଡେକ୍ସରେ ଆଦାନୀ ବର୍ନାର୍ଡ ଆର୍ନାଲ୍ଟଙ୍କୁ ଅତିକ୍ରମ କରି ଏହି ପଦବୀ ହାସଲ କରିଛନ୍ତି। ତେବେ ସେ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ତୃତୀୟ…

ଅବକାରୀ ନୀତି ଦୁର୍ନୀତି: ୪୦ ସ୍ଥାନରେ ଇଡି ଚଢାଉ

ନୂଆଦିଲ୍ଲୀ,୧୬।୯: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୪୦ଟି ସ୍ଥାନରେ ଚଢାଉ କରିଛି। ମଦ ବ୍ୟବସାୟୀ, ଡିଷ୍ଟ୍ରିବ୍ୟୁଟର୍‌ ଓ ସପ୍ଲାଏ ଚେନ ନେଟୱର୍କସ ସହ ଜଡିତ ଥିବା ଲୋକଙ୍କ ଠିକଣାରେ ଚଢାଉ କରାଯାଇଛି। ଆନ୍ଧ୍ର ପ୍ରଦେଶର…

ବେଗୁସରାଇ ଗୁଳିକାଣ୍ଡ ଘଟଣା: ୪ ଅଭିଯୁକ୍ତ ଗିରଫ

ପାଟନା,୧୬।୯: ବେଗୁସରାଇ ଗୁଳିକାଣ୍ଡ ଘଟଣାର ତିନି ଦିନ ପରେ ବିହାର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ହୃଦୟ ବିଦାରକ ଘଟଣାରେ ପୋଲିସ ସମସ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନାନୁସାରେ, ଶୁକ୍ରବାର ସକାଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ…

କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୬।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୨୯୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଜନ୍ମିତ ଶିଶୁଙ୍କୁ ମିଳିବ ସୁନା ମୁଦି, ବଣ୍ଟାଯିବ ୭୨୦ କିଲୋ ମାଛ

ଚେନ୍ନାଇ,୧୬।୯:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୧୭ରେ ୭୨ ବର୍ଷରେ ପଦାର୍ପଣ କରିବେ। ତାଙ୍କ ଜନ୍ମଦିନକୁ ନେଇ ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ରହିଛି। ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ବିଭିନ୍ନ ପ୍ରସ୍ତୁତି ଚାଲିଛି। ସେପଟେ ଭାଜପାର…

କାନ୍ଥ ଭୁଷୁଡିବା ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ସହୟତା ରାଶି ଘୋଷଣା

ଲକ୍ଷ୍ନୌ,୧୬।୯: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ହଜରତଗଞ୍ଜରେ ଏକ ନିର୍ମାଣଧୀନ କାନ୍ଥ ଭୁଷୁଡି ପଡିବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ମୃତକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?