Posted inଜାତୀୟ

ସାଧାରଣ ବର୍ଗରେ ୩୫ ପ୍ରତିଶତ ଭୂମିହୀନ-୫.୮ କୋଟି ବିପିଏଲ, ଇଡବ୍ଲୁଏସ ସଂରକ୍ଷଣ ନେଇ ସୁପ୍ରିମ୍‌କୋର୍ଟରେ ସରକାରଙ୍କ ଜବାବ…

ନୂଆଦିଲ୍ଲୀ, ୨୨।୯ : ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗକୁ ଦିଆଯାଇଥିବା ୧୦ ପ୍ରତିଶତ ଇଡବ୍ଲୁଏସ ସଂରକ୍ଷଣକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସମ୍ପ୍ରତି ସୁପ୍ରିମକୋର୍ଟରେ ଏକ ଜୋରଦାର ବିତର୍କ ଚାଲିଛି। ଗୋଟିଏ ପଟେ ଏହି ସଂରକ୍ଷଣକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡିକରେ କୁହାଯାଇଛି ଯେ ଏହି ବ୍ୟବସ୍ଥା ସମ୍ବିଧାନର ବିରୋଧୀ।

ଏଥି ସହିତ ସରକାର କୋର୍ଟରେ କହିଛନ୍ତି ଯେ ସମ୍ବିଧାନର କୌଣସି ସ୍ଥାନରେ ଉଲ୍ଲେଖ ନାହିଁ ଯେ ସଂରକ୍ଷଣର ଆଧାର ଅଥନୈତିକ ହୋଇପାରିବ ନାହିଁ। କେବଳ ଏତିକି ନୁହେଁ, ବୁଧବାର ଏହି ପ୍ରସଙ୍ଗରେ ଜବାବ ଦେବାବେଳେ ଆଟର୍ନି ଜେନେରାଲ କେ.କେ. ଭେନୁଗୋପାଲ ଏବଂ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଏହି ସଂରକ୍ଷଣ ପାଇଁ ସମ୍ବିଧାନର ୧୦୩ ତମ ସଂଶୋଧନ ସଂପୂର୍ଣ୍ଣ ସଠିକ ଅଟେ।

 

ସେ କହିଛନ୍ତି ଯେ ସମ୍ବିଧାନର ଧାରା ୪୬ ଅନୁଯାୟୀ ଏହି ସଂଶୋଧନ କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ଲୋକଙ୍କ ଦୁର୍ବଳ ବର୍ଗର ଶିକ୍ଷାଗତ ତଥା ଅର୍ଥନୈତିକ ସ୍ବାର୍ଥ ପାଇଁ ସରକାର ପଦକ୍ଷେପ ନେବା ଉଚିତ। କେବଳ ଏତିକି ନୁହେଁ, ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀମାନେ କହିଛନ୍ତି ଯେ ଏସସି, ଏସଟି ଏବଂ ଓବିସି ବର୍ଗର ଲୋକମାନେ ଇଡବ୍ଲୁଏସ ସଂରକ୍ଷଣ ନେଇ କୌଣସି ସମସ୍ୟାର ସମ୍ମୁଖୀନ ହେବା ଉଚିତ ନୁହେଁ। ଏହା ସେମାନଙ୍କ ଉପରେ ପ୍ରଭାବ ପକାଇବ ନାହିଁ କାରଣ ସେମାନଙ୍କର ସଂରକ୍ଷଣ ପୂର୍ବପରି ଜାରି ରହିବ। ସେ କହିଛନ୍ତି ଯେ ସଂରକ୍ଷିତ ଆସନ ପାଇଁ ୫୦ ପ୍ରତିଶତ ମଧ୍ୟରୁ ଅର୍ଥନୈତିକ ଦୁର୍ବଳ ବିଭାଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ସରକାର ବଡ଼ ତଥ୍ୟ ଦେଇଥିଲେ ଏବଂ କହିଥିଲେ ଯେ ସାଧାରଣ ବର୍ଗର ୫.୮ କୋଟି ଲୋକ ଦେଶରେ ଦାରିଦ୍ର ସୀମାରେଖା(ବିପିଏଲ) ତଳେ ଅଛନ୍ତି। ଏହା ବ୍ୟତୀତ ସାଧାରଣ ବର୍ଗର ୩୫ ପ୍ରତିଶତ ଲୋକ ଅଛନ୍ତି, ଯେଉଁମାନେ ଭୂମିହୀନ ଏବଂ ଏହି ସଂରକ୍ଷଣ କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ । ସରକାର କହିଛନ୍ତି ଯେ ସାଧାରଣ ବର୍ଗରେ ଅନେକ ପିଲାଙ୍କୁ ପାଠ ପଢ଼ିବା ବୟସରେ ଚାଷ ଜମି ଏବଂ କାରଖାନାଗୁଡ଼ିକରେ କାମ କରିବାକୁ ପଡୁଛି। ଏହାର କାରଣ ହେଉଛି ଦାରିଦ୍ର୍ୟତା । ଏହାଯୋଗୁ ସେମାନେ ବିଦ୍ୟାଳୟକୁ ଯାଇପାରୁ ନାହାନ୍ତି।

ଏପରିସ୍ଥଳେ ସରକାର ସେମାନଙ୍କୁ ସାହାଯ୍ୟ କରିବାକୁ ବାଧ୍ୟ। ସୋଲିସିଟର ଜେନେରାଲ କହିଛନ୍ତି ଯେ ଦାରିଦ୍ର୍ୟକୁ ଦୃଷ୍ଟିରେ ରଖି ସରକାର ଏହାକୁ ଆଣିଛନ୍ତି। ଏହି ପରିପ୍ରେକ୍ଷୀରେ ଏହା କେବଳ ପରୀକ୍ଷା କରାଯିବା ଉଚିତ ଯେ ଏହା ସମ୍ବିଧାନର ମୌଳିକ ଢାଞ୍ଚାକୁ ଉଲ୍ଲଂଘନ କରୁଛି କି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?