Posted inଜାତୀୟ

ଦେଶର ସୁରକ୍ଷା ବ୍ୟବସ୍ଥା ତ୍ରୁଟିର ପର୍ଦ୍ଦାଫାଶ, ଗୋଳାବାରୁଦ କାରଖାନା କର୍ମଚାରୀ ଚୋରି କରୁଥିଲେ ବୋମା ଉପକରଣ …

ଜବଲପୁର, ୨୨।୯ : ଦେଶର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିର ପର୍ଦ୍ଦାଫାଶ ହୋଇଛି। ଜବଲପୁରର ଖାମରିଆରେ ଅବସ୍ଥିତଗୋଳାବାରୁଦ କାରଖାନାରେ ବୋମା ଉପକରଣ ଚୋରି ନେଇ ଏକ ବଡ ସୂଚନା ସମ୍ପର୍କରେ ଜଣାପଡ଼ିଛି। କାରଖାନାର ତିନିଜଣ କର୍ମଚାରୀଙ୍କ ଦ୍ୱାରା ଏଭଳି କରାଯାଇଥିବା ଅଭିଯୋଗ ହୋଇଛି।

ଦେଶର ନିରାପତ୍ତାରେ ସେନା ସହିତ ମିଳିତ ଭାବେ କାର୍ଯ୍ୟ କରୁଥିବା ଗୋଳାବାରୁଦ କାରଖାନାରେ ଏଭଳି ଅଘଟଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ତିନିଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଜେଲ ପଠାଯାଇଛି।

ସେପ୍ଟେମ୍ବର ୧୭ ରେ ଗୋଳାବାରୁଦ କାରଖାନାରେ ଚୋରିର ଏହି ଘଟଣା ବିଷୟରେ କାରଖାନା ପରିଚାଳନା ଜାଣିବାକୁ ପାଇଥିଲେ। ମ୍ୟାଙ୍ଗୋ ବୋମାରେ ବ୍ୟବହୃତ ଟଙ୍ଗଷ୍ଟନ ରଡ କାରଖାନାରୁ ଚୋରି ହୋଇଥିଲା। ଯେତେବେଳେ ତଦନ୍ତ କରାଯାଇଥିଲା, ଏହି କ୍ଷେତ୍ରରେ କାରଖାନା ପରିଚାଳନା ଏଫ୍‌-୩ ବିଭାଗରେ ପୋଷ୍ଟ ହୋଇଥିବା ସନ୍ତୋଷ ସିଂ ଗୌଡଙ୍କଠାରୁ ଟଙ୍ଗଷ୍ଟନ ଏବଂ ଷ୍ଟିଲ ରଡ ଜବତ ହୋଇଥିଲା। ଏହା ପରେ ମ୍ୟାନେଜମେଣ୍ଟ ତୁରନ୍ତ ଖାମରିଆ ପୋଲିସ ଷ୍ଟେଶନରେ ମାମଲା ରୁଜୁ କରିଥିଲା। ଏଫଆଇଆର୍‌ ରେଜିଷ୍ଟ୍ରେଶନ କରିବା ପରେ ଅଭିଯୁକ୍ତ ସନ୍ତୋଷ ସିଂଙ୍କୁ ଜେଲ ପଠାଯାଇଥିଲା।

ମାମଲା ଗମ୍ଭୀର ଏବଂ ବଡ ଥିଲା। ଏହା ଦେଶର ସୁରକ୍ଷା କ୍ଷେତ୍ରରେ ସିଧାସଳଖ ତ୍ରୁଟି ଥିଲା। ସନ୍ଦେହ ଥିଲା ଯେ ଚୋରିର ଏହି ବଡ ମାମଲାରେ ଅନେକ କର୍ମଚାରୀ ଜଡିତ ହୋଇପାରନ୍ତି। ତେଣୁ କାରଖାନା ପରିଚାଳନା ବ୍ୟାପକ ଅନୁସନ୍ଧାନ କରିଥିଲା। ବିଭାଗୀୟ ଅନୁସନ୍ଧାନରେ ଏକ ଆଶ୍ଚର୍ଯ୍ୟଜନକ ପ୍ରକାଶ ସାମ୍ନାକୁ ଆସିଥିଲା। ତିନିଜଣ କର୍ମଚାରୀଙ୍କ ସମଗ୍ର ମାମଲାରେ ଜଡ଼ିତ ଥିବା ସାମ୍ନାକୁ ଆସିଛି। ଜାଣିବାକୁ ମିଳିଛି ଯେ ଏହି ଚୋରିରେ କନସର୍ଜି ନରେଶ କୁମାର ମୀନା ଏବଂ ଅନ୍ୟ କର୍ମଚାରୀ କମଳକାନ୍ତ କୋରୀ ମଧ୍ୟ ସମ୍ପୃକ୍ତ ଥିଲେ।

ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଏହି ଉପକରଣଗୁଡିକ ତିନିଜଣ ଅଭିଯୁକ୍ତଙ୍କ ଦ୍ୱାରା ସତର୍କତାର ସହ କାରଖାନାରୁ ବାହାରକୁ ଅଣାଯାଉଥିଲା। ଏଫ୍‌-୩ ବିଭାଗରେ ପୋଷ୍ଟ ହୋଇଥିବା ସାନ୍ତୋଷ ସିଂ ଟୁଙ୍ଗଷ୍ଟେନ ରଡକୁ ଭିତରୁ ଚୋରି କରି ବାହାରକୁ ଆଣୁଥିଲେ। କନସର୍ଜି ନରେଶ କୁମାର ମୀନା ଫାଟକରେ ଅବସ୍ଥାପିତ ହୋଇଥିଲେ, ସେ ସେହି ଟୁଙ୍ଗଷ୍ଟେନ ରଡକୁ କାରଖାନାରୁ ସହଜରେ ବାହାର କରିବାରେ ସାହାଯ୍ୟ କରୁଥିଲେ। ଏଫ୍‌-୩ ବିଭାଗରୁ କାରଖାନାରୁ ବାହାରକୁ ଆଣିବା ପର୍ଯ୍ୟନ୍ତ କମଳକାନ୍ତ ସହାର୍ଯ୍ୟ କରୁଥିଲେ।

ତଦନ୍ତ ଚାଲିଛି କେବେଠାରୁ ଅଭିଯୁକ୍ତମାନେ ଏହି ଉପକରଣଗୁଡ଼ିକୁ ଚୋରି କରୁଥିଲେ ଏବଂ କେଉଁଠାରେ ଏସବୁକୁ ରଖାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri