Posted inଜାତୀୟ

ହାଇକମାଣ୍ଡଙ୍କ ଇଛା-ମୁଖ୍ୟମନ୍ତ୍ରୀ ପଦବୀ ମୋହରେ ଫଶି ରହିଛନ୍ତି ଗେହଲୋଟ…

ନୂଆଦିଲ୍ଲୀ, ୨୨।୯ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅଧିକ ଚର୍ଚ୍ଚା ହେଉଥିବା ରାଜ୍ୟ ହେଉଛି ରାଜସ୍ଥାନ। ଏହାର କାରଣ ହେଉଛି ଅଶୋକ ଗେହଲୋଟ ଜାତୀୟ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। କିନ୍ତୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭୂମିକାକୁ ନେଇ ସେ ଦ୍ୱନ୍ଦ୍ୱରେ ଅଛନ୍ତି। କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ଅଶୋକ ଗେହଲୋଟ ବୁଧବାର ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦବୀ ସମ୍ପର୍କରେ ନିଜର ଉଦବେଗ ପ୍ରକାଶ କରିଥିଲେ।

ଅଶୋକ ଗେହଲୋଟ କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ଫେବୃଆରୀ ସୁଦ୍ଧା ପରବର୍ତ୍ତୀ ବଜେଟ ଉପସ୍ଥାପିତ ନହେବା ପର୍ଯ୍ୟନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ ରହିବାକୁ ଅନୁମତି ଦିଆଯାଉ। ଅନ୍ୟଥା, ମୁଖ୍ୟନ୍ତ୍ରୀର ଚେୟାରକୁ ନିଜର ଜଣେ ବିଶ୍ୱସ୍ତ ନେତାଙ୍କୁ ହସ୍ତାନ୍ତର କରାଯିବା ଉଚିତ। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟଙ୍କୁ କୌଣସି ମୂଲ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଚେୟାରରେ ଦେଖିବାକୁ ଚାହାଁନ୍ତି ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଫଳରେ ହାଇକମାଣ୍ଡଙ୍କ ଇଛା-ମୁଖ୍ୟମନ୍ତ୍ରୀ ପଦବୀ ମୋହରେ ଏବେ ଗେହଲୋଟ ଫଶି ରହିଛନ୍ତି ।

ଏହି କାରଣରୁ ଅଶୋକ ଗେହଲୋଟ ବୁଧବାର ସକାଳେ କହିଥିଲେ ଯେ ମୁଁ ପାର୍ଟି ପାଇଁ ଗୋଟିଏ, ଦୁଇ କିମ୍ବା ତିନୋଟି ପୋଷ୍ଟ ରଖିପାରେ ଏବଂ କିଛି ଛାଡିପାରେ। ଗୋଟିଏ, ଦୁଇ କିମ୍ବା ତିନୋଟି ପଦବୀ ଧାରଣ କରିଥିବା ତାଙ୍କର ମନ୍ତବ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଜାରି ରଖିବାକୁ ଇଚ୍ଛା ସହିତ ଜଡିତ ଅଛି। ସୂଚନାନୁସାରେ, ଏହା ମଧ୍ୟ ବିଚାର କରାଯାଉଛି ଯେ ଅଶୋକ ଗେହଲୋଟଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବଦଳରେ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷଙ୍କ ଦାୟିତ୍ୱ ମଧ୍ୟ ଦିଆଯାଇପାରେ। ଫଳରେ ସେ ରାଜସ୍ଥାନର ମୁଖ୍ୟନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ ତୁଲାଇ ପାରିବେ। ଯଦି ଏପରି ଘଟେ, ତେବେ ଅଶୋକ ଗେହଲୋଟଙ୍କ ଇଚ୍ଛା ପୂରଣ ହୋଇପାରିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। କିନ୍ତୁ ବୋଧହୁଏ ହାଇ କମାଣ୍ଡ ଏହା ଚାହୁଁନାହାଁନ୍ତି। ସେଥିପାଇଁ ଅଶୋକ ଗେହଲୋଟ ତାଙ୍କ ସ୍ଥାନରେ ସିପି ଯୋଶୀଙ୍କ ନାମ ପ୍ରସ୍ତାବ ଦେଇଛନ୍ତି।

ସିପି ଯୋଶୀ କେନ୍ଦ୍ରରେ ମନ୍ତ୍ରୀ ରହିସାରିଛନ୍ତି ଏବଂ ବର୍ତ୍ତମାନ ରାଜ୍ୟ ବିଧାନସଭାରେ ବାଚସ୍ପତି ଅଛନ୍ତି। ସେ ରାଜ୍ୟର ଜଣେ ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ ଏବଂ ଯଦି ସେ ଏହି ପଦବୀ ପାଆନ୍ତି ତେବେ ଦଳରେ କମ ବିଦ୍ରୋହ ହେବ। ଗେହଲୋଟ କ୍ୟାମ୍ପ କେବଳ ତାଙ୍କୁ ସମର୍ଥନ କରିବ ନାହିଁ, ଅନ୍ୟ କେତେକ ବିଧାୟକ ମଧ୍ୟ ଯୋଶୀଙ୍କୁ ସମର୍ଥନ କରିବେ।

ସଚିନ ପାଇଲଟଙ୍କ ସମର୍ଥକମାନେ ସମୟ ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରିଆସୁଛନ୍ତି। ବର୍ତ୍ତମାନ ପୁଣି ଥରେ ପାଇଲଟଙ୍କ ସମର୍ଥନ ସକ୍ରିୟ ଅଛି। ତେବେ ସମର୍ଥକ ତଥା ରାଜନୈତିକ କଳ୍ପନା ଜଳ୍ପନାରେ ସଚିନ ପାଇଲଟ ଖୋଲାଖୋଲି ଭାବରେ କିଛି କହିବାକୁ ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?