ଅନ୍ତର୍ଜାତୀୟ

ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଉଡ଼ାଣ ଉପରେ ରୋକ ଲଗାଇଲା ଆମେରିକା

ଓ୍ବାଶିଂଟନ,୨୪।୬: କରୋନା ମହାମାରୀ ସଙ୍କଟ ସମୟରେ ବିଦେଶରେ ଅଟକିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ସ୍ବତନ୍ତ୍ର ବିମାନ ଉଡ଼ାଣ କରାଯାଉଛି। ତେବେ ଆମେରିକା ଏୟାର ଇଣ୍ଡିଆର ସ୍ବତନ୍ତ୍ର…

କରୋନା ବିଷୟରେ ଆଲୋଚନା କରୁଥିବା ସମୟରେ ହୋଇଥିଲା ବିମାନ ଦୁର୍ଘଟଣା: ପାକିସ୍ତାନ ବିମାନ ଚଳାଚଳ ମନ୍ତ୍ରୀ

ଇସଲାମାବାଦ୍‌,୨୪।୬: ଗତ ମେ ୨୨ରେ ପାକିସ୍ତାନରେ ହୋଇଥିବା ଏ-୩୨୦ ବିମାନ ଦୁର୍ଘଟଣାର ରିପୋର୍ଟ ବୁଧବାର ପ୍ରକାଶ ପାଇଛି। ଏହା ମନୁଷ୍ୟକୃତ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରଓ୍ବାର ଖାଁ ସୂଚନା ଦେଇଛନ୍ତି। ଲ୍ୟାଣ୍ଡିଂ ସମୟରେ ଦୁଇ ପାଇଲଟ ପରସ୍ପର…

ରୁଷ୍‌ର ୭୫ ତମ ବିଜୟ ଦିବସ: ଯୋଗଦେଲେ ରାଜନାଥ, ଚାଇନା ସୈନ୍ୟଙ୍କ ସହିତ ପରେଡ କଲେ ଭାରତୀୟ ସେନା

ମସ୍କୋ,୨୪।୬: ରୁଷ୍‌ର ୭୫ ତମ ବିଜୟ ଦିବସରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇଛନ୍ତି। ଏହି ଉତ୍ସବରେ ଭାରତ ଚାଇନା ସମେତ ୧୯ଟି ଦେଶର ପ୍ରତିନିଧି ଯୋଗଦେଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତ ରୁଷ୍‌ର ବିଜୟ ଉପଲେକ୍ଷ ପାଳିତ…

ପୃଥିବୀ ଆଡ଼କୁ ମାଡ଼ିଆସୁଛି ୧୦୧୭ ଫୁଟ ଲମ୍ବ ଉଲକାପିଣ୍ଡ

ଓ୍ବାଶିଂଟନ,୨୪।୬: ପୃଥିବୀରେ କରୋନା ଆତଙ୍କ ଦେଖାଦେଇଥିବାବେଳେ ଏବେ ମହାକାଶରୁ ବିରାଟକାୟ ଉଲକାପିଣ୍ଡ ୨୦୧୦-ଏନ୍‌ଓ୍ବାଇ-୬୫ ମାଡ଼ି ଆସୁଛି। ଜୁନ ୨୪ରେ ଏହା ପୃଥିବୀର ନିକଟ ଦେଇ ଗତି କରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହା ଘଣ୍ଟାପ୍ରତି ୪୬ ହଜାର ୫ ଶହ…

ଟ୍ରମ୍ପଙ୍କ ନୂଆ ଭିଜା କଟକଣା

ଓ୍ବାଶିଂଟନ, ୨୪ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ନୂଆ ଭିଜା କଟକଣା ଲଗାଇଛନ୍ତି। ପ୍ରଚଳିତ ଏଚ୍‌-୧ବି ଭିଜା ସମେତ ଅନ୍ୟ ଭିଜାକୁ ସେ ଅସ୍ଥାୟୀ ଭାବେ ରଦ୍ଦ କରିଛନ୍ତି। ଫଳରେ ବିଦେଶରେ ରହୁଥିବା ଅନେକ ଲୋକ ଏହାଦ୍ୱାରା ପ୍ରଭାବିତ…

ମଧ୍ୟସ୍ଥତା ଲାଗି ମନାକଲା ରୁଷିଆ

ମସ୍କୋ,୨୪ା୬(ପି.ଟି.): ଗଲଓ୍ବାନ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଲାଗିରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ମଧ୍ୟସ୍ଥତା କରିବାକୁ ରୁଷିଆ ମନାକରିଦେଇଛି। ଦୁଇଦେଶ ସେମାନଙ୍କ ବିବାଦର ସମାଧାନ ପାଇଁ ମସ୍କୋଠାରୁ କୌଣସି ପ୍ରକାର ସହାୟତା ଚାହୁଁ ନାହାନ୍ତି ବୋଲି ମଙ୍ଗଳବାର ରୁଷିଆ…

ଆକ୍ରମଣ ଲାଗି ଚାଇନା ଦେଇଥିଲା ନିର୍ଦ୍ଦେଶ

ଓ୍ବାଶିଂଟନ, ୨୪ା୬: ଗଲଓ୍ବାନ୍‌ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପଛର କାରଣ ଏବେ ଜଣାପଡ଼ିଛି। ଚାଇନା ସେନାର ନେତୃତ୍ୱ ନେଉଥିବା ଜଣେ ବରିଷ୍ଠ ଜେନେରାଲ ଭାରତୀୟ ସେନା ଉପରେ ଆକ୍ରମଣ ଲାଗି ନିର୍ଦ୍ଦେଶ ଦେଇଥିଲେ ବୋଲି ଆମେରିକା ଗୋଇନ୍ଦା…

ଦୋହଲିଲା ମେକ୍ସିକୋ: ୭.୪ ତୀବ୍ରତାର ଭୂକମ୍ପ, ସୁନାମୀ ଚେତାବନୀ

ମେକ୍ସିକୋ,୨୪।୬: ମେକ୍ସିକୋ ସିଟିରେ ୭.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି। ପାଖାପାଖି ୧୪୦ ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପରେ ଅନେକ ବଡ ବଡ କୋଠା ଭୁଶୁଡି ପଡିଛି।…

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରହିବ ଆଜୀବନ ଶାରୀରିକ ସମସ୍ୟା

ଇଂଲଣ୍ଡ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଇଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିମଧ୍ୟରୁ ମଧ୍ୟ କେତେକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା…

ପିପିଇ କିଟ୍‌ ଅଭାବରୁ କରୋନା ସଂକ୍ରମଣରେ ୪୨ ଡାକ୍ତର ମୃତ!

ଇସ୍‌ଲାମାବାଦ,୨୩।୬: କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ପାକିସ୍ତାନର ସ୍ଥିତି ମଧ୍ୟ ଉଦ୍‌ବେଗଜନକ ରହିଛି। ମିଳିଥିବା ଖବରରୁ ଜଣାପଡିଛି କି ପାକିସ୍ତାନରେ କରୋନାର ଆଗଧାଡିର ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ମଧ୍ୟ ଏଥିରୁ ନିସ୍ତାର ମିଳୁନାହିଁ।…

ଗାଈ ଆଣ୍ଟିବଡ଼ିରୁ କରୋନା ଔଷଧ

ଓ୍ବାଶିଂଟନ, ୨୩।୬: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଥମିବାର ନାଁ ଧରୁନି। ଏପରିସ୍ଥଳେ ଆମେରିକାର ଏକ କମ୍ପାନୀ ଗାଈ ଆଣ୍ଟିବଡ଼ିରୁ କରୋନା ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛି। ଏହାର ପ୍ରୟୋଗ ମଣିଷଙ୍କ ଉପରେ ଆସନ୍ତା ମାସରୁ ଆରମ୍ଭ ହେବ…

କରୋନା ପ୍ରଭାବ: ବିଦେଶୀଙ୍କୁ ହଜ୍‌ ଯାତ୍ରା ମନା

ଅବୁଧାବି, ୨୩।୬: ଚଳିତ ବର୍ଷ ବିଦେଶୀଙ୍କ ପାଇଁ ହଜ୍‌ ଯାତ୍ରାକୁ ସୌଦି ସରକାର ମନା କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ଏନେଇ ସୌଦି ହଜ୍‌ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେଶର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri