ବାର୍ଥ ଡେ ପାର୍ଟି ବେଳେ ରେଷ୍ଟୁରାଣ୍ଟ ଭୁଶୁଡ଼ିଲା: ୨୯ ମୃତ

ବେଜିଂ,୩୦ା୮(ପି.ଟି.)- ଚାଇନାର ଶାଞ୍ଜି ପ୍ରଦେଶରେ ଏକ ରେଷ୍ଟୁରାଷ୍ଟ ଭୁଶୁଡ଼ିପଡ଼ିବାରୁ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ଜିଆଙ୍ଗଫେନ୍‌ କାଉଣ୍ଟିସ୍ଥିତ ଚେନଝୁଆଙ୍ଗ ଗ୍ରାମର ଜୁଜିଆନ୍‌ ରେଷ୍ଟୁରାଷ୍ଟରେ ଶନିବାର ସକାଳେ ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ଜନ୍ମଦିନ ପାର୍ଟି ଚାଲିଥିବାବେଳେ ଏହି ଅଭାବନୀୟ ଘଟଣା ଘଟିଛି। ୨ ମହଲା ବିଶିଷ୍ଟ ରେଷ୍ଟୁରାଷ୍ଟ ହଠାତ୍‌ ଭୁଶୁଡ଼ିପଡ଼ିବାରୁ ସେଠାରେ ୫୭ ଜଣ ଚାପିହୋଇଯାଇଥିଲେ। ରବିବାର ସକାଳ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ସେମାନଙ୍କ ମଧ୍ୟରୁ ୨୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜରୁରୀ ପରିଚାଳନା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରେଷ୍ଟୁରାଣ୍ଟ ଭୁଶୁଡ଼ିବାର କାରଣ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପାଣ୍ଡବ-ଭାଜପା କୌରବ, କହିଲେ ରାହୁଲ…

ଦ୍ୱାରକା, ୨୬।୨ : ଗୁଜରାଟର ଦ୍ୱାରକାଠାରେ କଂଗ୍ରେସ ପକ୍ଷରୁ ଆୟୋଜିିତ ଚିନ୍ତନ ଶିବିରରେ ରାହୁଲ ଗାନ୍ଧୀ ଯୋଗଦେଇ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ,...

ରାହୁଲଙ୍କୁ ଅଧ୍ୟକ୍ଷ କରିବା ଲାଗି ଛତିଶଗଡ଼ କଂଗ୍ରେସରେ ପ୍ରସ୍ତାବ ଗୃହୀତ

ରାୟପୁର/ନୂଆଦିଲ୍ଲୀ,୧୯।୯ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ସପ୍ତାହେ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଦଳର ମୁଖ୍ୟ କରିବା ଲାଗି ଛତିଶଗଡ଼ କଂଗ୍ରେସରେ ରବିବାର...

ସୁପ୍ରିମକୋର୍ଟ ଗଲେ ନିର୍ଭୟା ମାମଲାର ଦୋଷୀ ମୁକେଶ

ନୂଆଦିଲ୍ଲୀ,୨୫।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ମୁକେଶ କୁମାର ସିଂ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା...

୮୩% ଆତଙ୍କବାଦୀ ଟେକାମାଡ଼କାରୀ

ଶ୍ରୀନଗର,୩ା୮: ଜମ୍ମୁ-କଶ୍ମୀରରେ ଅସ୍ତ୍ର ଧରୁଥିବା ୮୩% ଆତଙ୍କବାଦୀ ପୂର୍ବରୁ ଟେକାମାଡ଼କାରୀ ଥିଲେ। ସେମାନେ ଆତଙ୍କବାଦୀ ସାଜିବା ପରେ ଅଧିକ ସମୟ ବଞ୍ଚତ୍ ପାରିବେ ନାହିଁ। ଦିନ...

ହସ୍ପିଟାଲରେ ଭର୍ତ୍ତି ହେଲେ ୟାସିନ ମଲିକ

ନୂଆଦିଲ୍ଲୀ,୨୭ ।୭: ତିହାର ଜେଲରେ ବନ୍ଦ ଥିବା ଜମ୍ମୁ-କଶ୍ମୀର ଲିବରେଶନ ଫ୍ରଣ୍ଟର ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି ।...

ବୋଡୋ ଚୁକ୍ତିନାମା ସ୍ବାକ୍ଷର

ନୂଆଦିଲ୍ଲୀ,୨୮ା୧(ପି.ଟି.): ବୋଡୋ ସମସ୍ୟାର ସମାଧାନ ଲାଗି ସରକାର ସୋମବାର ଆସାମର ଦୁଇ ଉଗ୍ରପନ୍ଥୀ ସଂଗଠନ ନ୍ୟାଶନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ଅଫ୍‌ ବୋଡୋଲ୍ୟାଣ୍ଡ (ଏନ୍‌ଡିଏଫ୍‌ବି) ଏବଂ ଅଲ୍‌...

ଟୁଇଟରରେ ଟ୍ରେଣ୍ଡ ହେଉଛି ହାର୍ଲେ ଡେଭିଡସନ ସୁପରବାଇକ ସହ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଫଟୋ

ନୂଆଦିଲ୍ଲୀ,୨୯।୬: ବାଇକ୍‌ରେ ସଉକ ରଖୁଥିବା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନିକଟରେ ପୂର୍ବରୁ ଏକ ବୁଲେଟ ଥିବା କଥା ସେ ଅତିତରେ ପ୍ରକାଶ...

ସାବଧାନ ! ଭାକ୍ସିନ୍‌ କେନ୍ଦ୍ରରୁ ନ ହେଉ ସଂକ୍ରମଣ…

ନୂଆଦିଲ୍ଲୀ,୬।୭: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ...

Advertisement
Archives

Model This Week