ହନ୍ତା ଭାଇରସ୍ ସଂକ୍ରମଣରେ ଜଣେ ମୃତ
ବେଜିଂ,୨୫ା୩: ଚାଇନାର ଉହାନ ସହରରୁ ଚାରିଆଡ଼େ ବ୍ୟାପିଥିବା କରୋନା ଭାଇରସ୍ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାବେଳେ ଏବେ ଆଉ ଏକ ନୂଆ ଭୂତାଣୁ ଆସିଛି। ଏହାର ସଂକ୍ରମଣରେ ଚାଇନାର ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଭୂତାଣୁକୁ ହନ୍ତା ଭାଇରସ୍ ବୋଲି…
ବେଲଗାମ ହେଉଛି କରୋନା: ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା ୯୦୦ରୁ ଊର୍ଦ୍ଧ୍ୱ, ପାସେଞ୍ଜର ଟ୍ରେନ୍ ବାତିଲ୍
ଇସ୍ଲାମାବାଦ,୨୪।୩: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ବେଲଗାମ ହେଉଥିବା କରୋନା ଭାଇରସ୍ ଭାରତର ପଡୋଶୀ ଦେଶ ପାକିସ୍ତାନରେ ନିଜର ପ୍ରକୋପ ଜାରି ରଖିଛି। ମଙ୍ଗଳବାର ସୁଦ୍ଧା ପାକିସ୍ତାନରେ କରୋନା ଭାଇରସ୍ରେ ସଂକ୍ରମିତଙ୍କ ସଂଖ୍ୟା…
ସାରା ପୃଥିବୀରେ କରୋନା ଆତଙ୍କ: ଚାଇନାର ହୁବେଇରୁ ହଟିବ ଲକ୍ଡାଉନ୍
ବେଜିଂ,୨୪।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଥିବା ବେଳେ ଚାଇନାର ହୁବେଇରୁ ଦୀର୍ଘ ଦିନ ଧରି ଜାରି ରହିଥିବା ଲକ୍ଡାଉନ୍ ମଙ୍ଗଳବାର ରାତିରୁ ହଟାଇ ନିଆଯିବ। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଠାରେ ସ୍ଥିତି ଉପରେ ନିୟନ୍ତ୍ରଣ ଅଣାଯିବା ପରେ…
୨ ମାସରେ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ଛୁଇଁବା ଆଶଙ୍କା !
ଇସଲାମାବାଦ୍,୨୪।୩: କରୋନା ସଂକ୍ରମଣ ରୋକିବା ଲାଗି ପାକିସ୍ତାନ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏହା ଉପରେ ନିୟନ୍ତ୍ରଣ ଅଣା ନ ଗଲେ ଆସନ୍ତା ୨ ମାସ ମଧ୍ୟରେ ଜୁନ୍ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟାେ ୨କୋଟି ଛୁଇଁବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞ…
କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ୮ ଔଷଧ
ଓ୍ବାଶିଂଟନ,୨୪।୩: କରୋନା ସଂକ୍ରମିତଙ୍କ ଚିକିତ୍ସା କୌଣସି ଏକ ନିର୍ଦ୍ଦିଷ୍ଟ ଔଷଧରେ ସମ୍ଭବ ହୋଇପାରୁ ନାହିଁ। ଜଣକ ପାଇଁ ସଫଳ ରହିଥିବା ଔଷଧ ଅନ୍ୟ ଜଣେ ସଂକ୍ରମିତଙ୍କଠାରେ ବିଫଳ ରହୁଛି। ସମ୍ପ୍ରତି କରୋନା ସଂକ୍ରମିତଙ୍କ ପାଇଁ ଆଣ୍ଟିଭାଇରାଲ, ଆଣ୍ଟିବଡ଼ିଜ୍ ଏବଂ ଆଣ୍ଟି-ଇନଫ୍ଲାମାଟୋରୀ ଆଦି…
କରୋନା ପାଇଁ ଔଷଧ: ଲାଗିପାରେ ବର୍ଷେରୁ ଦେଢ଼ ବର୍ଷ; ଲକ୍ଡାଉନ୍ରେ ରହି ହେବ କି ଏତେ ଦିନ !
ଓ୍ବାଶିଂଟନ,୨୪।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କରୋନା ଭୂତାଣୁ ଭିନ୍ନ ଭିନ୍ନ ପରିବେଶରେ ଅଲଗା ଅଲଗା କ୍ରିୟାଶୀଳତା ଦେଖାଉଥିବାରୁ ଏହାକୁ ରୋକିବା ପାଇଁ ଔଷଧ ପ୍ରସ୍ତୁତିରେ ବର୍ତ୍ତମାନ ସୁଦ୍ଧା ସାରା ପୃଥିବୀର ବୈଜ୍ଞାନିକ ଅସଫଳ ରହିଛନ୍ତି।…
ଆମେରିକାରେ ଭାରତୀୟଙ୍କ ଦେବଦୂତ ସାଜିଛନ୍ତି ପ୍ରମିତ
ଓ୍ବାଶିଂଟନ,୨୪।୩: ଆମେରିକାର ଇଣ୍ଡୋୟୁଏସ୍ ହେଲ୍ଥ ଇନିସିଏଟିଭର କୋ-ଫାଉଣ୍ଡର ଭାରତୀୟ ମୂଳ ବାସିନ୍ଦା ପ୍ରମିତ ମାକୋଡେ ଆମେରିକାର କରୋନା ସହ ଲଢୁଥିବା ଭାରତୀୟଙ୍କ ପାଇଁ ଦେବଦୂତ ସାଜିଛନ୍ତି। ଇନ୍ଦୋରର ଏହି ମୂଳ ବାସିନ୍ଦା ଆମେରିକାର ବୋଷ୍ଟନରେ କିଛି ବର୍ଷ ହେବ ରହି ଆସୁଛନ୍ତି।…
‘ଖବରକାଗଜ ଦ୍ୱାରା କରୋନା ବ୍ୟାପେନି’
ଜେନିଭା, ୨୪ା୩: ଖବରକାଗଜ ଦ୍ୱାରା ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣକୁ କରୋନା ଭାଇରସ୍ ବ୍ୟାପେ ନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଡବ୍ଲ୍ୟୁଏଚ୍ଓ ଗାଇଡ୍ଲାଇନ୍ରେ ମଧ୍ୟ ଏହା ଉଲ୍ଲେଖ ରହିଛି। ଖବରକାଗଜ ପ୍ୟାକେଟ୍ ଗ୍ରହଣ କରିବା…
ଚାଇନା ସରକାର ନା ପ୍ରମାଣିକ ତଥ୍ୟ କିଏ ସତ: କରୋନା ମୃତ୍ୟୁ ସଂଖ୍ୟା କ’ଣ କୋଟିଏ ୫୦ ଲକ୍ଷ !
ବେଜିଂ,୨୩।୩: ଚାଇନାରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ୩,୨୬୮ ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ତେବେ କେତେକ ପ୍ରାମାଣିକ ତଥ୍ୟ ଅନୁସାରେ ଚାଇନା ସରକାର ମିଛ କହୁଥିବା ଅନୁମାନ କରାଯାଉଛି । ଏନେଇ ଏବେ ଚର୍ଚ୍ଚା ଆରମ୍ଭ ହେଉଛି। ଚାଇନାରେ…
ବାରମ୍ବାର ହାତ ଧୋଇଲେ ଦୂରେଇବ କରୋନା!
ଓ୍ବାଶିଂଟନ,୨୩।୩: କରୋନା ଭାଇରସ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ କିଛିଦିନ ତଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଥିଲା ବାରମ୍ବାର ହାତ ଧୋଇଲେ ଆମେ କରୋନାଠାରୁ ଅନେକାଂଶରେ ଦୂରେଇ ରହିପାରିବା। ଅବଶ୍ୟ ଏହା ଠିକ୍ ହେଲେ ହାତ ଧୋଇବା…
ଚାଇନାରେ ସୁସ୍ଥ ହୋଇଛନ୍ତି ୮୯ ପ୍ରତିଶତ କରୋନା ସଂକ୍ରମିତ ରୋଗୀ
ବେଜିଂ,୨୩।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ପ୍ରାୟ ୧୮୮ ଦେଶକୁ ବ୍ୟାପି ସାରିଲାଣି। ଚାଇନାରେ ଏହା ପ୍ରାୟ ୩ ହଜାର ୫ଶହ ମୁଣ୍ଡ ନେଇଥିବା ବେଳେ ଏବେ ଏହା ୟୁରୋପୀୟ ଦେଶରେ ତାଣ୍ଡବ ରଚିଛି। ଏବେ ଚାଇନାରେ ନୂଆ…
କରୋନା ସଂକ୍ରମିତଙ୍କ ଆଣ୍ଟିବଡିରୁ ଜାପାନ ପ୍ରସ୍ତୁତ କଲା ଟିଏକେ-୮୮୮ ଔଷଧ
ଟୋକିଓ,୨୩।୩: କରୋନା ସଂକ୍ରମଣ ଯୋଗୁ ସାରା ଦୁନିଆରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାକୁ କିପରି ରୋକା ଯିବ ସେ ନେଇ ଆମେରିକା ଏବଂ ଚାଇନା ଗବେଷଣା ଜାରି ରଖିଛନ୍ତି। ଆମେରିକା ପ୍ରତିଷେଧକ ଟୀକା ପ୍ରସ୍ତୁତି ନେଇ ଉଦ୍ୟମ ଅବ୍ୟାହତ ରଖିଛି।…
Archives


