୧୨ ବର୍ଷ ପରେ ମା’ ସହିତ ହେଲା ଭେଟ…

ବର୍ଲିନ୍‌, ୩୦।୮: ମା’ର ମମତା ଅନ୍ୟ କେହି ଦେଇପାରିବେ ନାହିଁ। ମଣିଷ ହେଉ ଅବା ପ୍ରାଣୀ କେହି ମା’କୁ କେବେ ମଧ୍ୟ ଭୁଲି ପାରିବେ ନାହିଁ। ଜମାର୍ନୀର ଏକ ଚିଡ଼ିଆଖାନାରେ ୧୨ ବର୍ଷ ପରେ ମା’ ହାତୀ ପୁଅ ହାତୀକୁ ଭେଟିଛି। ପୁଅ ହାତୀର ଝିଅ ସହିତ ମଧ୍ୟ ମା’ ହାତୀର ସାକ୍ଷାତ୍‌ ହୋଇଛି। ମା’ ସ୍ନେହରେ ପୁଅ ହାତୀର ଶୁଣ୍ଢକୁ ଜାବୋଡ଼ି ଧରିଛି। ପୁଅ ହାତୀର ଆବେଗ ଚିଡ଼ିଆଖାନା କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଏତେ ଦିନ ପରେ ପରସ୍ପରକୁ ଭେଟି ମା’ ଏବଂ ପୁଅ ହାତୀର ଆଖି ଛଳଛଳ ହୋଇ ଉଠିଛି। ଏଠାରେ ଉପସ୍ଥିତ ଥିବା ଜଣେ ଫଟୋଗ୍ରାଫର ମା’ ପୁଅଙ୍କ ଭେଟର ଫଟୋ ଏଠାଇ ଏହାକୁ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ଏବେ ଏହି ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୩୯ ବର୍ଷର ମା’ ହାତୀ ପୋରେକୁ ମଧ୍ୟ ଜର୍ମାନୀର ହଲ୍ଲେ ସହରରେ ଥିବା ବର୍ଗ ଚିଡ଼ିଆ ଖାନାକୁ ସ୍ଥାନାନ୍ତର କରାଯାଇଛି। ଏଠାରେ ମା’ ହାତୀ ୧୯ ବର୍ଷର ପୁଅ ହାତୀ ତାନା ଏବଂ ୪ ବର୍ଷର ନାତୁଣୀ ହାତୀ ତାମିକାକୁ ଭେଟିଛି। ମା’ ହାତୀ ପୋରେ ୧୯୮୧ରେ ଆଫ୍ରିକାର ଜଙ୍ଗଲରେ ଜନ୍ମଗ୍ରହଣ କରିଥିଲା। ପରେ ତାକୁ ଜର୍ମାନୀର ମଗଡେବର୍ଗ ଚିଡ଼ିଆଖାନାରେ ରଖାଯାଇଥିଲା। ୨୦୦୧ରେ ସେ ପୁଅ ତାନାକୁ ଜନ୍ମ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ କାହିଁକି ରଖାଯାଏ ଲାଫିଂ ବୁଦ୍ଧ, କ’ଣ ରହିଛି ଏହାର ବିଶେଷତ୍ତ୍ୱ

ଲୋକମାନେ ନିଜ ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ବିଭିନ୍ନ ପ୍ରକାରର ଶୁଭ ଜିନିଷ ରଖିଥାନ୍ତି। ହିନ୍ଦୁ ଧର୍ମ ଅନୁସାରେ ଶୁଭ ପ୍ରତୀକକୁ ଘରେ ରଖିଲେ...

୭୧ ବର୍ଷରେ ଭାରତୀୟ ସମ୍ବିଧାନ:୨ ବର୍ଷ ୧୧ ମାସ ୧୮ ଦିନରେ ହୋଇଥିଲା ପ୍ରସ୍ତୁତି

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ସମ୍ବିଧାନ ପ୍ରସ୍ତୁତିକୁ ଇତିମଧ୍ୟରେ ୭୧ ବର୍ଷ ପୂରିଛି। ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ କମିଟି ଅଧ୍ୟକ୍ଷ ଡ. ଭୀମରାଓ ଆମ୍ବେଡକର ଏହାକୁ ଦାଖଲ...

ପାକିସ୍ତାନରେ ଖାଦ୍ୟ ସଙ୍କଟ ଅଧିକ ଗୁରୁତର ହେବ: ଜାତିସଂଘ…

ଜେନେଭା,୧।୬ : ଜାତିସଂଘର ହଙ୍ଗର ହଟସ୍ପଟ ଗୁରୁତର ଖାଦ୍ୟ ନିରାପତ୍ତା ଉପରେ ପ୍ରାରମ୍ଭିକ ଚେତାବନୀ ଶୀର୍ଷକ ଏକ ରିପୋର୍ଟରେ ଚେତାବନୀ ଦିଆଯାଇଛି ପାକିସ୍ତାନର ବର୍ତ୍ତମାନର ଖାଦ୍ୟ...

ପ୍ରଥମ ପାରିଶ୍ରମିକ ଟଙ୍କା ଠାକୁରଙ୍କ ପାଖେ ରଖିଥିଲି: ଚିତ୍ରଶିଳ୍ପୀ ତଥା ଲେଖିକା ସ୍ନିଗ୍ଧା ସାହୁ

କଟକର ପାରେଶ୍ୱର ସାହିରେ ମୋର ଜନ୍ମ। ଯୋବ୍ରା ଉଚ୍ଚବିଦ୍ୟାଳୟରୁ ୧୯୮୬ରେ ମାଟ୍ରିକ୍‌ ପାସ୍‌ କରିବା ପରେ ରେଭେନ୍‌ଶା କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି...

‘ଭାରତ-ରୁଷିଆ ସମ୍ପର୍କ ଖରାପ ହେବ ନାହିଁ’

ଭିଏନା,୪ା୧:  ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି। ନୂତନ ବିଶ୍ୱ ଶୃଙ୍ଖଳା,...

ପୁଟିନ୍‌ଙ୍କ ବିରୋଧରେ ବାଇଡେନ୍‌ଙ୍କ କଡ଼ା ପଦକ୍ଷେପ, ରୁଷିଆରୁ ତୈଳ ଆମଦାନୀ ବନ୍ଦ ନିଷ୍ପତ୍ତି…

ଓ୍ବାଶିଂଟନ,୮।୩ : ରୁଷିଆ ସୈନ୍ୟ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କୁ ବଡ଼ ଝଟକା...

ଶାନ୍ତି ହେଉଛି ଭାରତର ସମୃଦ୍ଧ ଇତିହାସର ମୂଳଦୁଆ: ରୁଚିରା କାମ୍ବୋଜ

ନ୍ୟୁୟର୍କ,୧୫।୯: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ମହାତ୍ମା ଗାନ୍ଧୀଙ୍କୁ ଅହିଂସାର ଚାମ୍ପିଅନ ବୋଲି ବର୍ଣ୍ଣନା କରିଛନ୍ତି। ଆମେରିକାର ନ୍ୟୁୟର୍କରେ ଏକ ଶାନ୍ତି...

ବ୍ରିଟେନରେ ପିଲାଙ୍କୁ ବିରଳ ରୋଗ

ଲଣ୍ଡନ,୨୯ା୪: କିଛିଦିନ ହେଲା ଆମେରିକା, ଇଟାଲୀ ଓ ସ୍ପେନରେ କରେନା (କୋଭିଡ୍‌-୧୯) ସଂକ୍ରମଣର ସ୍ଥିତିରେ ଧୀରେ ଧୀରେ ସୁଧାର ହେଉଥିବା ଲକ୍ଷ୍ୟ କରାଯାଉଥିବାବେଳେ ବ୍ରିଟେନରେ ଏହି...

Advertisement
Archives

Model This Week