
ହଲିଉଡର ପ୍ରସିଦ୍ଧ ଅଭିନେତା ଚାଦ୍ୱିକ୍ ବୋସମ୍ୟାନ୍ଙ୍କ ଗତ ଅଗଷ୍ଟ ୨୯ରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡିତ ଥିଲେ। ଫିଲ୍ମ ‘ବ୍ଲାକ ପାନ୍ଥର୍’ର ଏହି ମୁଖ୍ୟ ଅଭିନେତାଙ୍କ ବିୟୋଗରେ ସାରା ବିଶ୍ୱରେ ଶୋକର ଲହରୀ ଖେଳିଯାଇଛି। ଚାଦ୍ୱିକ୍ ବୋସମ୍ୟାନ୍ କେମୋଥେରାପି ଏବଂ ଅସ୍ତ୍ରୋପଚାର ସମୟରେ ମଧ୍ୟ ସେ ତାଙ୍କ ଚଳଚ୍ଚିତ୍ରର ଶୁଟିଂ ଜାରି ରଖିଥିଲେ। ସାରା ବିଶ୍ୱରେ ଥିବା ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ତାଙ୍କ ଶେଷ ଟୁଇଟ୍ରେ ଏବେ ଏକ ରେକର୍ଡ ହାସଲ କରିଛି। ଟୁଇଟ୍ର ଇତିହାସରେ ସର୍ବାଧିକ ଲାଇକ୍ କରାଯାଇଥିବା ଟୁଇଟ୍ ମଧ୍ୟରେ ଏହା ପ୍ରଥମ ସ୍ଥାନ ହାସଲ କରିଛି। ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ଏହି ଟୁଇଟ କରାଯାଇଥିଲା। ଚାଦ୍ୱିକ୍ ବୋସମ୍ୟାନ୍ଙ୍କ ଆକାଉଣ୍ଟରୁ ଆସିଥିବା ଏହି ଟୁଇଟକୁ ଏପର୍ଯ୍ୟନ୍ତ ୭୦ ମିଲିୟନଥର ଲାଇକ୍ କରାଯାଇଛି। ୩୧ ଲକ୍ଷ ଲୋକ ଏହାକୁ ରିଟୁଇଟ୍ କରିଛନ୍ତି। ସେଠାରେ ୧.୬୦ ଲକ୍ଷ କମେଣ୍ଟ୍ ଦେଇଛନ୍ତି। ଏହି ଟୁଇଟ୍ରେ ବୋସ୍ମ୍ୟାନ୍ ହସୁଥିବାବେଳେ ତାଙ୍କୁ ନେଇ ଏକ ନୋଟ ଲେଖାଯାଇଛି। ଏହି ନୋଟ୍ ବୋସ୍ମ୍ୟାନ୍ ମୃତ୍ୟୁ ବିଷୟରେ ଉଲ୍ଲେଖ କରାଯାଇଛି। ୨୦୧୬ ତାଙ୍କୁ କ୍ୟାନ୍ସର ହୋଇଥିବା କଥା ଜଣାପଡିଥିଲା। ଗତ ୪ ବର୍ଷ ହେବ ସେ କ୍ୟାନ୍ସର ସହ ଲଢେଇ କରୁଥିଲେ।
Most liked Tweet ever.
A tribute fit for a King. #WakandaForever https://t.co/lpyzmnIVoP
— Twitter (@Twitter) August 29, 2020