ଚାଇନାକୁ ବୁଦ୍ଧି ଶିଖାଇବାକୁ ଭାରତ, ଜାପାନ, ଅଷ୍ଟ୍ରେଲିଆ ସହ କଥା ହେବ ଆମେରିକା!

ଓ୍ବାଶିଂଟନ,୩୦।୮: ଦକ୍ଷିଣ ଚୀନ୍‌ ସାଗରେ ଚାଇନା ତା’ର ଶକ୍ତି ବୃଦ୍ଧି କରି ଚାଲିଥିବା ବେଳେ ଆମେରିକା ଏହାର ମୁକାବିଲା କରିବାକୁ ଏବେଠାରୁ ପ୍ରସ୍ତୁତ ହେଲାଣି। ଏଥିପାଇଁ ଆମେରିକା ଖୁବ୍‌ଶୀଘ୍ର ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ସହ କଥା ହେବ ବୋଲି ଜଣାପଡିଛି। ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଓ ବ୍ରାୟନ କହିଛନ୍ତି ସେପ୍ଟେମ୍ବର ଓ ଅକ୍ଟୋବରରେ ଆମେରିକା ଚାଇନା ପ୍ରସଙ୍ଗକୁ ନେଇ ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ସହ କଥା ହୋଇପାରେ। ଏଥିରେ ଚାଇନାକୁ କିପରି ବୁଦ୍ଧି ଶିଖାଇ ହେବ ସେ ସମ୍ପର୍କରେ ଆଲୋଚନା କରାଯିବ। ବ୍ରାୟନ କହିଛନ୍ତି ଚାଇନା ବେଳକୁ ବେଳେ ଆକ୍ରମକ ସ୍ଥିତିକୁ ଚାଲି ଯାଉଛି ହେଲେ ଆମେରିକାକୁ ବି ଜଣାଅଛି କେମିତି ଏହାର ସାମ୍ନା କରିବାକୁ ପଡିବ। ସେ କହିଛନ୍ତି ଏସବୁ ଦେଶର ଅଧିକାରୀଙ୍କ ସହ କଥା ହେବା ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ଭାରତ, ଜାପାନ ଓ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ସେ କହିଛନ୍ତି ହିନ୍ଦ ସାଗରରେ ଚାଇନାର ବଢୁଥିବା ପ୍ରଭାବ ଅସହ୍ୟ ହେଲାଣି। ତେବେ ଆଗକୁ ଆମେରିକା କୂଟନୀତି, ସେନା ଓ ଆର୍ଥିକ ସ୍ତର ବୁଦ୍ଧି ଲଗାଇ ଚାଇନାକୁ ସାମ୍ନା କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ,…

କରାଚି,୧୪।୭: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଚାଇନା ଇଞ୍ଜିନିୟର ଏବଂ ସୈନ୍ୟ ବାହିନୀଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ପ୍ରଚଣ୍ଡ ବିସ୍ଫୋରଣ...

୯୦ ବର୍ଷ ପରେ ବଡ଼ ମାନ୍ଦାବସ୍ଥା

ଓ୍ବାଶିଂଟନ,୧୬।୧୦:ଗତ ବର୍ଷ ଶେଷ ଆଡ଼କୁ ଆସିଥିବା କରୋନା ଭୂତାଣୁ ମହାମାରୀ ରୂପ ନେଇ ସାରା ବିଶ୍ୱ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଛି। ଏହି ଭାଇରସ୍‌ କେବଳ...

କରୋନା ଟିକା ବଞ୍ଚାଇଛି ୨ କୋଟି ଲୋକଙ୍କ ଜୀବନ, ତାଲିକାରେ ୪୨ ଲକ୍ଷରୁ ଅଧିକ ଭାରତୀୟ …

ଓ୍ବାଶିଂଟନ, ୨୪।୬ : କରୋନା ମହାମାରୀକୁ ରୋକିବା ପାଇଁ ପ୍ରସ୍ତୁତ ଟିକା ଭାରତ ସହିତ ଅନ୍ୟାନ୍ୟ ଦେଶ ପାଇଁ ଜୀବନ ରକ୍ଷାକାରୀ ବୋଲି ପ୍ରମାଣିତ ହୋଇଛି।...

କରୋନା ଟୀକା ପ୍ରସ୍ତୁତି ଲାଗି ୨୦ ବିକଶିତ ଦେଶ ଦିଅନ୍ତୁ ୮ ଶହ କୋଟି ଡଲାର: ୧୬୫ ଜଣ ବିଶିଷ୍ଟ ବ୍ୟକ୍ତି ଲେଖିଲେ ଚିଠି

ଓ୍ବାଶିଂଟନ,୮।୪: ସାରା ପୃଥିବୀରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ଟୀକା ପ୍ରସ୍ତୁତି ଲାଗି ୨୦ ବିକଶିତ ଦେଶକୁ...

ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ଗଲା ପରିବାରର ୧୦ ଜୀବନ

କାବୁଲ,୩୦ା୮: କାବୁଲ ବିମାନବନ୍ଦରରେ ଆଇଏସ୍‌-ଖୋରାସାନ୍‌ର ବିସ୍ଫୋରଣ ଉଦ୍ୟମ ପଣ୍ଡ କରିବାକୁ ଯାଇ ରବିବାର ଆମେରିକା କରିଥିବା ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ୧୦ ଆଫ୍‌ଗାନ୍‌ଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ...

ମାଛର ଦାମ୍‌ ୭୨ ଲକ୍ଷ: ରାତାରାତି ଲକ୍ଷପତି ପାଲଟିଲେ ଧୀବର …

କରାଚି,୩୧।୫: ଗୋଟିଏ ମାଛ ବିକ୍ରି କରି ଜଣେ ଧୀବର ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। ପାକିସ୍ତାନର ଧୀବର ସାଜିଦ୍‌ ହାଜି ଅବାବକର ୪୮ କିଲୋଗ୍ରାମ୍‌ର ବୃହତକାୟ...

କ୍ୱିଭ୍ ଉପରେ ଆକ୍ରମଣ ସମୟରେ ରୁଷିଆ ଖବରଦାତାଙ୍କ ମୃତ୍ୟୁ

କ୍ୱିଭ,୨୪ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହେବାକୁ ଯାଉଛି । ହେଲେ ଗୋଟିଏ ପଟେ ରୁଷିଆ ତା’ର ଜିଦରେ ଅଟଳ ରହିଥିବା ବେଳେ...

ଏହା କୌଣସି ମେଳାର ଚିତ୍ର ନୁହେଁ, ଆଫଗାନିସ୍ତାନ ଏୟାରପୋର୍ଟର ଅବସ୍ଥା

କାବୁଲ୍‌,୧୬ା୮: ଆଫଗାନିସ୍ତାନକୁ ତାଲିବାନ ସମ୍ପୂର୍ଣ୍ଣ କବ୍‌ଜା କରିବା ପରେ ଲୋକେ ନିଜ ନିଜର ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ସୋମବାର ସକାଳେ କାବୁଲ ଏୟାରପୋର୍ଟର...

Advertisement
Archives

Model This Week