ବାତ୍ୟା ଆଶଙ୍କାରେ ଉପକୂଳବାସୀ, ଜରୁରୀ ବୈଠକ ଡାକି ଆଲର୍ଟ କଲା ଜିଲା ପ୍ରଶାସନ

ମହାକାଳପଡ଼ା,୨୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୯୯୯ ମହାବାତ୍ୟା କରାଳ ଦୃଶ୍ୟ ଏବେବି ଉପକୂଳ ଅଞ୍ଚଳ ଲୋକଙ୍କର ମନେ ପଡ଼ିଯାଏ। ବିଶେଷକରି ପୂର୍ବ ଉପକୂଳ ଜଗତସିଂହପୁର ଏରସମାରେ ବାତ୍ୟା ସିଧା ସଳଖ ମାଡ଼ ହୋଇଥିଲା। ଏହାର ପ୍ରଭାବରେ ପଡ଼ୋଶୀ ଜିଲା କେନ୍ଦ୍ରାପଡ଼ା ବି ବର୍ତ୍ତି ପାରି ନ ଥିଲା। ସେ ସମୟରେ ଲୁଣା ହେନ୍ତାଳ ଜଙ୍ଗଲ ପରିମାଣ କମ୍‌ ଥିବାରୁ ପ୍ରଭାବିତ ହୋଇଥିଲା। ଆଜିକା ଦିନରେ କେନ୍ଦ୍ରାପଡ଼ା ଜିଲା ଉପକୂଳ ସମୁଦ୍ର ତଟ ଅଞ୍ଚଳରେ ପ୍ରଚୁର ପରିମାଣରେ ଲୁଣା ହେନ୍ତାଳ ଘଞ୍ଚ ଜଙ୍ଗଲ ସୁରକ୍ଷା ପାଚେରି ପାଲଟିଛି। ବିଶେଷ କରି ଭିତରକନିକା ସଂରକ୍ଷିତ ଜଙ୍ଗଲରେ ୭୭୨ ହେକ୍ଟର, ଗହୀର ମଥା ରେଞ୍ଜ ସଂରକ୍ଷିତ ଜଙ୍ଗଲ ରେ ୩୫ ହେକ୍ଟର ଓ ମହାକାଳପଡ଼ା ରେଞ୍ଜ ୧୨୪୦ ହେକ୍ଟର ରେ ପ୍ରଚୁର ପରିମାଣରେ ଲୁଣା ହେନ୍ତାଳ ଜଙ୍ଗଲରେ ଲକ୍ଷଲକ୍ଷ ଗଛ ରହିଛି। ସାମୁଦ୍ରିକ ବାତ୍ୟା ଆସିଲେ ପ୍ରଥମେ ଏହି ଘଞ୍ଚ ଜଙ୍ଗଲରେ ମାଡ଼ ନେବ। ଫଳରେ ବାତ୍ୟା ପବନର ଗତି ୩୦ ପ୍ରତିଶତ ହ୍ରାସ ପାଇବ ବୋଲି ଶିକ୍ଷାବିତ୍‌ ତଥା ପରିବେଶବିତ୍‌ ହେମନ୍ତ ରାଉତ ସୂଚନା ଦେଇଛନ୍ତି। ରାଉତ କହିବା କଥା ୧୯୭୧ରେ ବଡ଼ଧରଣର ସାମୁଦ୍ରିକ ବାତ୍ୟା ରାଜନଗର ପ୍ରହାରାଜପୁର ବିଜୁଳିଆ ଓ ପେଣ୍ଠ ଠାରେ ସିଧା ସଳଖ ମାଡ଼ ନେଇଥିଲା। ସେ ସମୟରେ ପେଣ୍ଠ ଜଙ୍ଗଲରେ ଲୁଣା ହେନ୍ତାଳ ଗଛ ୨୦/୨୫ ଫୁଟ ଉଚ୍ଚତା ଥିଲା। ଏହା ସତ୍ତ୍ୱେ ପବନ ସହିତ ସାମୁଦ୍ରିକ ଲୁଣା ଜୁଆର ରାଜନଗର ଅଞ୍ଚଳରେ ବିପୁଳ କ୍ଷତି ହୋଇଥିଲା । ଫଳରେ ରାଜନଗର ଓ ମହାକାଳପଡ଼ା ଅଞ୍ଚଳର ଦଶ ହଜାର ଲୋକଙ୍କ ଜୀବନ ଯାଇଥିଲା। ସେହିପରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ପ୍ରଭାତ ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ମାଡ଼ ନେବ ବୋଲି ଆକଳନ କରିଛ। ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମୁଦ୍ର କୁଳିଆ ଅଞ୍ଚଳ ଲୋକମାନଙ୍କୁ କୌଣସି ଗୁଜବରେ ଭୟଭୀତ ନ ହୋଇ ସତର୍କ ରହିବା ପାଇଁ କୁହାଯାଉଛି। ବ୍ଲକର ବତୀଘର, ଖରିନାସି, ରାମନଗର, ଜମ୍ବୁ, ସୁନୀତି, ନାରା ପଞ୍ଚାୟତ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରଭାବିତ ଆଶଙ୍କା ରହିଛି ବୋଲି କୁହାଯାଉଛି। ଚାଷଜମିରେ ଧାନ ଥୋଡ଼ ବାହାରିବା ସମୟ ହୋଇଥିବାରୁ ବାତ୍ୟାରେ ନଷ୍ଟ ହେବା ଆଶଙ୍କା ରହିଛି ବୋଲି ଚାଷୀମାନଙ୍କ ମଧ୍ୟରେ ହରି ଗୋଚ୍ଛାୟତ, ବିଶ୍ୱଜିତ୍‌ ମାଇତି , କ୍ଷିତୀଶ ମଣ୍ଡଳ, ସଦାଶିବ ରାଉତ, ବାବାଜି ରାଉତଙ୍କ ଅନେକ ଚାଷୀ କହିଛନ୍ତି। ଗଭୀର ସମୁଦ୍ରରେ ମାଛ ଧରାଳିମାନେ ତୁରନ୍ତ ଜେଠୀ ଘାଟକୁ ଫେରିବାକୁ କୁହାଯାଉଛି।

ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାରଙ୍କ ମତାମତ ନେବାରେ ଶନିବାର ପୂର୍ବାହ୍ନରେ ଜରୁରୀ ବୈଠକ ରହିଛି। ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନଙ୍କୁ ଆଲର୍ଟ କରାଯାଇଛି। ସମୁଦ୍ରରୁ ମାଛ ଧରାଳିମାନଙ୍କୁ ଫେରିବା ପାଇଁ ଆଲର୍ଟ କରାଯାଇଛି। ଜିଲା ପ୍ରଶାସନ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ଉପକୂଳ ଅଞ୍ଚଳ ବାସିନ୍ଦାମାନଙ୍କୁ ସ୍ବତନ୍ତ୍ର ଜନ ସଚେତନତା କରାଯାଉଛି ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?