Home

ପୂଣ୍ୟତିଥିରେ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି-ଶାହା-ସୋନିଆ-ମନମୋହନ-ରାହୁଲ

ନୂଆଦିଲ୍ଲୀ,୩୧।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୩୬ତମ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟୁଇଟ୍‌ କରି ଇନ୍ଦିରାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।…

ବେଙ୍ଗାଲୁରୁ ଫାର୍ମକୁ କ୍ଷତିପୂରଣ ଦେବା ପାଇଁ ଇସ୍ରୋକୁ ନିର୍ଦ୍ଦେଶ

ଓ୍ବାଶିଂଟନ,୩୧।୧୦: ଡେଭାସ ମଲ୍ଟିମିଡିଆ ନାମକ ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍‌କୁ ୧.୨ ବିଲିୟନ ଡଲାର କ୍ଷତିପୂରଣ ଦେବା ଲାଗି ଆମେରିକାର ଏକ ଅଦାଲତ ଇସ୍ରୋର ବ୍ୟବସାୟିକ ଶାଖା ଆଣ୍ଟ୍ରିକ୍ସ କର୍ପୋରେଶନକୁ ନିର୍ଦ୍ଦେଶ ଦେଇଛି। ୨୦୦୫ରେ ଉକ୍ତ ଷ୍ଟାର୍ଟଅପ୍‌ର ଏକ ସାଟେଲାଇଟ୍‌ ଚୁକ୍ତିନାମାକୁ ଆଣ୍ଟ୍ରିକ୍ସ…

ଇଭିଏମ୍‌ରୁ ଚିହ୍ନ ହଟାଇବା ଲାଗି ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୩୧।୧୦(ପି.ଟି.): ବାଲଟ ପେପର ଏବଂ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ରୁ ଦଳୀୟ ଚିହ୍ନ ହଟାଇ ତାହା ପରିବର୍ତ୍ତେ ପ୍ରାର୍ଥୀଙ୍କ ନାମ, ବୟସ, ଶିକ୍ଷାଗତ ଯୋଗ୍ୟତା ଓ ଫଟୋ ଲଗାଇବା ନିମନ୍ତେ ନିର୍ଦ୍ଦେଶ ଦେବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି…

୧୮% ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା

ଗାନ୍ଧୀନଗର, ୩୧ା୧୦: ଗୁଜରାଟର ୮ ବିଧାନସଭା ଆସନ ଲାଗି ୩ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ମଇଦାନରେ ଥିବା ୮୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ଜଣ ଅର୍ଥାତ୍‌ ୧୮% ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ସତ୍ୟପାଠରେ ଦର୍ଶାଯାଇଛି। ୭ ଜଣଙ୍କ ବିରୋଧରେ…

ଷ୍ଟାର ପ୍ରଚାରକ ତାଲିକାରୁ କମଲନାଥ ବାଦ୍‌

ନୂଆଦିଲ୍ଲୀ, ୩୧ା୧୦: ଷ୍ଟାର ପ୍ରଚାରକ ତାଲିକାରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥଙ୍କୁ ନିର୍ବାଚନ ଆୟୋଗ ବାଦ୍‌ ଦେଇଛନ୍ତି। ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଏଭଳି ପଦକ୍ଷେପ ନିଆଯାଇଛି। ୨୮ ବିଧାନସଭା ଆସନ ଲାଗି ୩ରେ…

ଗତ ମାସରେ ଟ୍ୟୁନିସିଆରୁ ଆସିଥିଲେ ଆତଙ୍କବାଦୀ

ପ୍ୟାରିସ୍‌,୩୧ା୧୦(ଆଇଏଏନ୍‌ଏସ୍‌): ଫ୍ରାନ୍ସର ନିସ୍‌ସ୍ଥିତ ନୋର୍ଟେ ଡେମ୍‌ ଚର୍ଚ୍ଚରେ ଛୁରାମାଡ଼ କରି ୩ ଜଣଙ୍କ ଜୀବନ ନେଇଥିବା ଆତଙ୍କବାଦୀ ଜଣେ ଟ୍ୟୁନିସିଆ ନାଗରିକ। ୨୧ ବର୍ଷୀୟ ଇବ୍ରାହିମ୍‌ ଔଇସାଓଉଇ ଆକ୍ରମଣ ବେଳେ ପୋଲିସର ଗୁଳିମାଡ଼ରେ ଗୁରୁତର ଅଛନ୍ତି। ତାଙ୍କୁ ଏକ ହସ୍ପିଟାଲରେ ଚିକିତ୍ସା…

‘ଫରାସୀଙ୍କୁ ହତ୍ୟା କରିପାରିବେ ମୁସଲମାନ’

କୁଆଲାଲମ୍ବୁର,୩୧ା୧୦: ନିସ୍‌ ଆକ୍ରମଣର କିଛି ସମୟ ପରେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ଟୁଇଟର୍‌ରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ ଲକ୍ଷ ଫରାସୀଙ୍କୁ ହତ୍ୟା କରିବା ଅଧିକାର ମୁସଲମାନମାନଙ୍କର ରହିଛି। ଏହାକୁ ନେଇ ଫ୍ରାନ୍ସ ଓ…

ମଇଦାନରେ ୪୯୫ କୋଟିପତି

ପାଟନା, ୩୧ା୧୦: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ୩ରେ ହେବାକୁ ଥିବାବେଳେ ଏହି ପର୍ଯ୍ୟାୟରେ ମଇଦାନକୁ ଓହ୍ଲାଇଥିବା ୧,୪୬୩ ପ୍ରାର୍ଥୀଙ୍କ ମଧ୍ୟରୁ ୩୪% ଅର୍ଥାତ୍‌ ୪୯୫ ପ୍ରାର୍ଥୀ କୋଟିପତି ବୋଲି ଜଣାପଡ଼ିଛି। ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା…

କୋଭିଡ୍‌ ଟିକା ପରିଚାଳନା ଲାଗି କମିଟି ଗଠନ କର

ନୂଆଦିଲ୍ଲୀ,୩୧।୧୦(ପି.ଟି.): କୋଭିଡ୍‌-୧୯ ଟିକା ଯେପରି ସୁବିଧାରେ ଉପଯୁକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚତ୍ପାରିବ ସେ ଦିଗରେ ସମନ୍ବୟ ରଖିବା ଓ ଟିକାକରଣର ତଦାରଖ ଲାଗି କମିଟି ଗଠନ କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଟିକାକରଣ ଅଭିଯାନ ବେଳେ ନିୟମିତ ସ୍ବାସ୍ଥ୍ୟସେବା…

ଆରୋଗ୍ୟ ବନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩୧ା୧୦(ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତରେ ଯାଇ ଶୁକ୍ରବାର କଓ୍ବେଡିଆଠାରେ ବିଭିନ୍ନ ସମନ୍ବିତ ବିକାଶ ପରିଯୋଜନାର ଉଦ୍‌ଘାଟନ କରିଛନ୍ତି। ଆରୋଗ୍ୟ ବନ, ଆରୋଗ୍ୟ କୁଟୀରର ସେ ଶୁଭ ଉଦ୍‌ଘାଟନ କରିବା ସହ ଏକତା ମଲ୍‌ ଓ ଶିଶୁ ପୋଷଣ…

ତୁର୍କୀ, ଗ୍ରୀସ୍‌ରେ ଭୂକମ୍ପ ପରେ ସୁନାମି

ଇସ୍ତାନବୁଲ/ଏଥେନ୍ସ,୩୧।୧୦: ଗ୍ରୀସ୍‌ ଓ ତୁର୍କୀରେ ଶୁକ୍ରବାର ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ଶତାଧିକ ଆହତ ହୋଇଛନ୍ତି। ବହୁ ବିଲ୍ଡିଂ ଧୂଳିସାତ୍‌ ହୋଇଯାଇଛି। ଭୂମିକମ୍ପ ପରେ ସୁନାମି ଆସିବାରୁ ତୁର୍କୀର ଇଜ୍‌ମିର୍‌ ରିସର୍ଟ…

ତେଜୁଛି ମାକ୍‌ରଁ ବିରୋଧୀ ବିକ୍ଷୋଭ

ନୂଆଦିଲ୍ଲୀ/ପ୍ୟାରିସ୍‌,୩୧ା୧୦: ତଥାକଥିତ ଇସ୍‌ଲାମ ବିରୋଧୀ ଆଭିମୁଖ୍ୟକୁ ନେଇ ଫ୍ରାନ୍ସକୁ ନିନ୍ଦିତ ହେବାକୁ ପଡ଼ିଛି। ବିଶେଷକରି ମୁସଲମାନ ବହୁଳ ରାଷ୍ଟ୍ରଗୁଡ଼ିକରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କୁ କଡ଼ା ବିରୋଧ କରାଯାଇଛି। ଏପରି କି ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ ମାକ୍‌ରଁଙ୍କ କୁଶ ପୁତ୍ତଳିକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri