ଆସୁଛି ଜାଗରଯାତ୍ରା: ଏକାଠି ଦୀପ ଜାଳିବେନି ଶ୍ରଦ୍ଧାଳୁ

ପୁରୁଣା ଭୁବନେଶ୍ୱର, ୭।୩(ଡି.ଏନ୍‌.ଏ.): ଆସନ୍ତା ୧୧ ତାରିଖରେ ମହାଶିବରାତ୍ରି ଓ ଜାଗରଯାତ୍ରା। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ଶୈବପୀଠଗୁଡ଼ିକରେ ଚଳିତ ବର୍ଷ ସାଧାରଣ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି। କେତେକ ପ୍ରମୁଖ ଶୈବପୀଠରେ ୧୪୪ ଧାରା ଜାରି ହେବା ସହିତ ପ୍ରଶାସନିକ ଅଧିକାରୀ, ସେବାୟତ ଓ ପୋଲିସ ସହାୟତାରେ ଜାଗର ପ୍ରସ୍ତୁତି ଚାଲିଛି। ତେବେ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ପାଇଁ କଟକଣାରେ କେତେକ କୋହଳ କରାଯାଇଛି। ପୂର୍ବରୁ କେବଳ ଆଡ଼କାଠ ନିକଟରେ ରହି ଶ୍ରଦ୍ଧାଳୁମାନେ ଦର୍ଶନ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଏବେ ଜାଗର ଜାଳିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଶନିବାର ମନ୍ଦିର ନିକଟ କୋରାପୁଟ ଭବନରେ ବିଭିନ୍ନ ନିଯୋଗ କର୍ମକର୍ତ୍ତାଙ୍କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ବୈଠକ ବସି ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହିଦିନ ବ୍ରତଧାରୀମାନେ ବିନ୍ଦୁସାଗର, ତଳବଜାର, ଲିଙ୍ଗରାଜ ହାଟ, ମନ୍ଦିର ସମ୍ମୁଖ, ବଢେଇବାଙ୍କ, ରଥଖଳା ଆଦି ସ୍ଥାନରେ ଏକାଠି ହୋଇ ଉଜାଗର ରହି ଦୀପ ଜାଳିଥାନ୍ତି। ଚଳିତବର୍ଷ ଏହା ଉପରେ ଅଙ୍କୁଶ ଲଗାଯାଇଛି। ଶ୍ରଦ୍ଧାଳୁମାନେ ଏକାଠି ଦୀପ ନ ଜାଳିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ସୁରୁଖୁରୁରେ ଜାଗର ଯାତ୍ରା ସମ୍ପନ୍ନ କରିବାକୁ ବିଭିନ୍ନ ନିଯୋଗର ସେବାୟତ, ପୋଲିସ, ପ୍ରତ୍ନତତ୍ତ୍ୱ ବିଭାଗ ଓ ଦେବୋତ୍ତର ବିଭାଗ କର୍ମଚାରୀଙ୍କ ସହ ସାମାଜିକ କାର୍ଯ୍ୟକର୍ତ୍ତାମାନେ ସୁଚାରୁରୂପେ ଦାୟିତ୍ୱ ସମ୍ପନ୍ନ କରିବେ। ଭିଡ଼ ଏଡ଼ାଇବାକୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ଆଡ଼କାଠ ନିକଟକୁ ଛଡ଼ାଯିବ। କେତେଜଣ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ ଓ କେତେ ସମୟ ମଧ୍ୟରେ ମନ୍ଦିରରୁ ପ୍ରସ୍ଥାନ କରିବାକୁ ଦିଆଯିବ ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ଦିଆଯାଇ ନାହିଁ।
ଅନ୍ୟପକ୍ଷରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ଶ୍ରଦ୍ଧାଳୁଙ୍କୁ ସିଂହଦ୍ୱାର ଦେଇ ଭିତରକୁ ଛଡ଼ାଯିବ। ପ୍ରତିବର୍ଷ ମହାଦୀପ ଉଠିବା ପରେ ଶ୍ରୀ ଲିଙ୍ଗରାଜ ମନ୍ଦିର ଦକ୍ଷିଣ ଦ୍ୱାର, ଉତ୍ତର ଦ୍ୱାର ଓ ସିଂହ ଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରିଥାନ୍ତି। ଏହି ସମୟରେ ଏସବୁ ଦ୍ୱାରରେ ପ୍ରବଳ ଭିଡ଼ ହୋଇଥାଏ। କିନ୍ତୁ ଚଳିତବର୍ଷ ଶ୍ରଦ୍ଧାଳୁଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖି ଧୀରେ ଧୀରେ ଛଡ଼ାଯିବ। ମହାଦୀପ ଉଠିବା ପରେ ସାହାଣ ମେଲା ଦର୍ଶନ ହେବନାହିଁ। ସେହିଭଳି ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଦ୍ୱାରା ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚଳିତବର୍ଷ ହେବା ନେଇ ସବୁଜ ସଂକେତ ମିଳିଛି। ଟ୍ରାଫିକ ନିୟନ୍ତ୍ରଣ ଓ ଭିଡ଼ ଏଡ଼ାଇବାକୁ ମନ୍ଦିରର ଐଶାନ୍ୟ କୋଣର ଅନତୀଦୂର ଶୌଚାଳୟ ନିକଟରେ ମଣ୍ଡପ ନିର୍ମାଣ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସାମନ୍ତରାପୁର, ଗ୍ୟାରେଜ ଛକ, କେଦାରଗୌରୀ ଛକ ଆଦି ବାଟଦେଇ ମନ୍ଦିର ନିକଟକୁ ଭାରିଯାନ ପ୍ରବେଶ କରିବ ନାହିଁ। ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ କରାଯିବା ନେଇ ସ୍ଥିର ହୋଇଥିବା ଶ୍ରୀ ଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି। ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ, ବିଭିନ୍ନ ଜୋନ୍‌ର ଏସିପି, ନିଯୋଗଗୁଡ଼ିକର ପ୍ରମୁଖ ସେବାୟତ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସମାଗମ

ବାଲୁଗାଁ,୨୧।୧୦(ଡି.ଏନ୍‌.ଏ.): ବାୟୁମଣ୍ଡଳକୁ ଶୀତ ସ୍ପର୍ଶ ନ କରୁଣୁ ଏସିଆର ସର୍ବବୃହତ ଲବଣାକ୍ତ ହ୍ରଦ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି। ଗତ ୨ସପ୍ତାହରୁ...

ରାଜଧାନୀରେ ଟିକାକରଣ: ୧୦୦% ଦାବିକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୧।୮ (ବ୍ୟୁରୋ): ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ ହୋଇଛି ବୋଲି ଶନିବାର ଭୁବନେଶ୍ୱର ମହାନଗର...

ଲଘୁଚାପଜନିତ ବର୍ଷା ବଢ଼ାଇଲା ଦୁର୍ଦ୍ଦଶା

କୁଜଙ୍ଗ,୨୦।୮(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକରେ ୫ ଦିନ ହେବ ଜଳବନ୍ଦୀ ଥିବା ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଗୁରୁବାର ରାତିରୁ ପୁନର୍ବାର ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଛି। ଏନେଇ...

ବାଘଛାଲ ର଼୍ୟାକେଟରେ ପୋଲିସ

ଭୁୁବନେଶ୍ୱର, ୩ା୭(ବ୍ୟୁରୋ): ଦେବଗଡ଼ ଜିଲା ବାରକୋଟ ଅଞ୍ଚଳରୁ କଲରାପତରିଆ ବାଘଛାଲ ଜବତ ଘଟଣାରେ ସମ୍ପୃକ୍ତ ର଼୍ୟାକେଟର ପର୍ଦ୍ଦାଫାଶ ହେବାରେ ଲାଗିଛି। ଏହି ର଼୍ୟାକେଟରେ କେତେଜଣ ପୋଲିସ...

ମୁମ୍ବାଇରେ ଫସିଛନ୍ତି ୬୮ସଂସ୍କୃତ ଛାତ୍ରୀଛାତ୍ର

ଖୋର୍ଦ୍ଧା ଅଫିସ,୧୩ା୫: କରୋନା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ମୁମ୍ବାଇ ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ(ଆରଏସଏସ) ବିଦ୍ୟା ବିହାରରେ ଫସି...

ଭିଜିଲାନ୍ସ ହାତରୁ ବଞ୍ଚିବା ପାଇଁ ଲାଟିନ୍‌ ପ୍ୟାନ୍‌ରେ ଟଙ୍କା ଫୋପାଡିଲେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟର ଅମିନ

କଣିହାଁ,୧।୧୦(ଡି.ଏନ.ଏ): ଅନୁଗୋଳ ଜିଲା କଣିହାଁ ଆର୍‌.ଆଇ ଅଫିସରେ କାର୍ଯ୍ୟରତ ଅମିନ ସୌମ୍ୟରଞ୍ଜନ ଦାସ ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କଣିହାଁ ବ୍ଲକ ତେଲସିଂହା...

ମହାନଦୀ ପଠାରେ ପ୍ୟାକିଂ, ଡମ୍ପିଂ ନେଇ ଅସନ୍ତୋଷ: ସାମାନ୍ୟ ବର୍ଷାରେ ଖସିିଲା ପଥର

ଖଣ୍ଡପଡ଼ା,୫ା୭(ସ୍ବ.ପ୍ର.)-କଣ୍ଟିଲୋ ମହାନଦୀ କୂଳରେ ଗତ ଜାନୁୟାରୀ ମାସରୁ ଆରମ୍ଭ ହୋଇଥିବା ପଥର ପ୍ୟାକିଂ, ଡମ୍ପିଂ ଓ ଲଚିଂ କାମ ସାମାନ୍ୟ ବର୍ଷାରେ ଦବି ଯାଇଥିବା ଓ...

ଆରମ୍ଭ ହେଲା ଘୋଷଯାତ୍ରା: ଭକ୍ତମୟ ପୁରୀ; ପହଣ୍ଡି ବିଜେରେ ଆସିଲେଣି ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ପଛରେ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ ଅଫିସ,୪।୭: ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। ଥିଲା ମହାପ୍ରଭୁଙ୍କୁ ଅପେକ୍ଷା। ଶେଷରେ ଅପେକ୍ଷାର ଅନ୍ତ ଘଟାଇ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି...

Advertisement
Archives

Model This Week