ଦ୍ୱିତୀୟ ଡୋଜ୍‌ ପରେ ବି ସଂକ୍ରମଣ

ଅହମଦାବାଦ/ନାଗପୁର, ୭।୩: କରୋନା ମହାମାରୀରେ ଭାରତରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଟିକା ଆସିଗଲେ ମହାମାରୀରୁ ରକ୍ଷା ମିଳିବ ବୋଲି ସମସ୍ତେ ଆଶା କରିଥିଲେ। ଏଥିପାଇଁ କୋଭିଡ୍‌ ଟିକାକୁ ଦୀର୍ଘଦିନ ଧରି ପ୍ରତୀକ୍ଷା କରାଯାଇଥିଲା। ସରକାର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ର କୋଭାକ୍ସିିନ ଟିକାକୁ ବ୍ୟବହାର ପାଇଁ ମଞ୍ଜୁରୀ ଦେବା ପରେ ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଟିକା ନେଇସାରିଲେଣି। ଅଧିକାଂଶ ସ୍ବାସ୍ଥ୍ୟ କର୍ମଚାରୀ ଟିକାର ଦୁଇଟିଯାକ ଡୋଜ୍‌ ନେଇଥିବାବେଳେ ସେମାନେ ଆଉ ସଂକ୍ରମିତ ହେବେନି ବୋଲି ବିଶ୍ୱାସ କରାଯାଉଥିଲା। ତେବେ ଗୁଜରାଟ ଓ ମହାରାଷ୍ଟ୍ରରେ ଉଭୟ ଡୋଜ୍‌ ନେଇଥିବା ସ୍ବାସ୍ଥ୍ୟ କର୍ମଚାରୀ ପୁନର୍ବାର ସଂକ୍ରମିତ ହେବା ପରେ ଦେଶବାସୀଙ୍କ ଆଶା ମଉଳିଯାଇଛି। କୋଭିଡ୍‌ ଟିକାର ଫଳପ୍ରଦତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗୁଜରାଟର ଜଣେ ସ୍ବାସ୍ଥ୍ୟ ଅଧିକାରୀ କୋଭିଡ୍‌ ଟିକାର ଦୁଇଟି ଡୋଜ୍‌ ନେବା ପରେ କରୋନା ପଜିଟିଭ୍‌ ଥିବା ପରୀକ୍ଷାରୁ ଜଣାପଡିଛି। ଗାନ୍ଧୀନଗରର ଡେହଗାମ୍‌ ତାଲୁକ୍‌ର ଏହି ସ୍ବାସ୍ଥ୍ୟ ଅଧିକାରୀ କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌ ଜାନୁୟାରୀ ୧୬ ଏବଂ ଦ୍ୱିତୀୟ ଡୋଜ୍‌ ଫେବୃୟାରୀ ୧୫ରେ ନେଇଥିଲେ। ତାଙ୍କୁ ଜ୍ୱର ହେବାରୁ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି ବୋଲି ଗାନ୍ଧୀନଗର ମୁଖ୍ୟ ସ୍ବାସ୍ଥ୍ୟାଧିକାରୀ ଡ. ଏମ୍‌.ଏଚ୍‌. ସୋଲାଙ୍କି କହିଛନ୍ତି। ତାଙ୍କୁ ହୋମ୍‌ ଆଇସୋଲେଶନରେ ରଖାଯାଇଛି।
ସେହିପରି ମହାରାଷ୍ଟ୍ରର ନାଗପୁର ଜିଲାରେ ଜଣେ ନର୍ସ ଦୁଇଟି ଡୋଜ୍‌ ନେବା ପରେ ସଂକ୍ରମିତ ହୋଇଛନ୍ତି। ସେ ଜାନୁୟାରୀ ୧୬ରେ କୋଭିଶିଲ୍ଡର ପ୍ରଥମ ଡୋଜ୍‌ ଏବଂ ଫେବୃୟାରୀ ୧୮ରେ ଦ୍ୱିତୀୟ ଡୋଜ୍‌ ନେଇଥିଲେ। ସେ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କଠାରେ ସଂକ୍ରମଣର ଲକ୍ଷଣ ଦେଖାଯିବାରୁ ମାର୍ଚ୍ଚ ୨ରେ ରାପିଡ୍‌ ଆଣ୍ଟିଜେନ୍‌ ଏବଂ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଇଥିଲା। ସେଥିରୁ ନର୍ସଙ୍କ ସମେତ ୪ ଜଣଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡ. ଦୀପକ ସେଲୋକର କହିଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ କେତେଜଣ ଟିକା ନେବା ପରେ ସଂକ୍ରମିତ ହୋଇଥିଲେ ହେଁ ତାହା ଗଣମାଧ୍ୟମକୁ ଆସିପାରି ନାହିଁ।
ଅନ୍ୟପକ୍ଷରେ ଟିକାର ଦୁଇଟି ଡୋଜ୍‌ ନେବା ପରେ ଶରୀରରେ ଆଣ୍ଟିବଡ଼ି ବିକଶିତ ହେବାକୁ ପାଖାପାଖି ୪୫ ଦିନ ସମୟ ନେଇଥାଏ। ତେଣୁ ଟିକା ନେବା ପରେ ବି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ଜରୁରୀ ବୋଲି ଗାନ୍ଧୀନଗର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

କୋଭିଡ୍‌ ପରୀକ୍ଷା, ଟିକାକରଣ ବଢ଼ାଅ
ଭାରତର ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିବା ସହ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ସହିତ ପରୀକ୍ଷା ଓ ଟିକାକରଣ ବଢ଼ାଇବା ଲାଗି ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସମେତ ହରିୟାଣା, ଆନ୍ଧ୍ରପ୍ରଦେଶ, ଗୋଆ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ସକ୍ରିୟ ମାମଲା ସଂଖ୍ୟା ବଢ଼ିଚାଲିଛି। ଉପରୋକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୬୩ ଜିଲା ସର୍ବାଧିକ ସଂକ୍ରମିତ। ସେଥିରେ ଓଡ଼ିଶାର ୧୦ ଜିଲା ରହିଛି। ଏହି ଜିଲାଗୁଡ଼ିକରେ କମ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯିବା ସହ ସାପ୍ତାହିକ ପଜିଟିଭ୍‌ ସଂଖ୍ୟା ଅଧିକ ରହୁଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଫଳରେ ଏହି ଜିଲାଗୁଡ଼ିକ ପଡୋଶୀ ରାଜ୍ୟ ପାଇଁ ବିପଦ ସୃଷ୍ଟି କରିଛନ୍ତି।
ପ୍ରତି ପଜିଟିଭ୍‌ କେସ୍‌ ପାଇଁ ଅନୂ୍ୟନ ୨୦ ଜଣଙ୍କୁ କଣ୍ଟାକ୍ଟ ଟ୍ରେସିଂ କରାଯିବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ କହିଛି। ମୋଟାମୋଟି ଭାବେ ପରୀକ୍ଷା ବଢ଼ାଇବା ସହିତ ଉପଲବ୍ଧ ଟିକାର ସର୍ବୋତ୍କୃଷ୍ଟ ବ୍ୟବହାର କରିବା ଏବଂ ଗମ୍ଭୀର ସ୍ଥିତିରେ ଥିବା ଜିଲାଗୁଡ଼ିକୁ ଫୋକସରେ ରଖିବା ଲାଗି କେନ୍ଦ୍ର ପରାମର୍ଶ ଦେଇଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବମାନଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ ନୀତି ଆୟୋଗ ସ୍ବାସ୍ଥ୍ୟ ସଦସ୍ୟ ବିନୋଦ କେ. ପାଉଲଙ୍କ ବୈଠକ ପରେ ଏହି ପରାମର୍ଶ ଦିଆଯାଇଛି।
ମହାରାଷ୍ଟ୍ର ଏବଂ ପଞ୍ଜାବରେ ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଇଥିବାରୁ ଉକ୍ତ ରାଜ୍ୟକୁ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ସ୍ବାସ୍ଥ୍ୟସେବା ଟିମ୍‌ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri