Posted inଖେଳ

ଏକଦା ନେହେରା ଦେଇଥିଲେ ଅଟୋଗ୍ରାଫ୍‌, ଏବେ ଦଳକୁ ଜିତାଇ ଚର୍ଚ୍ଚାରେ ଏହି କ୍ରିକେଟର; ଫଟୋ ଭାଇରାଲ ପରେ…

ନୂଆଦିଲ୍ଲୀ,୬।୩: ସୋସିଆଲ ମିଡିଆରେ ପ୍ରତିଦିନ କ୍ରିକେଟରମାନଙ୍କର ବିଗତ ଦିନର ଫଟୋ ଭାଇରାଲ ହୋଇଥାଏ। ଏବେ ସେଭଳି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ଆପଣ ଫଟୋରେ ଦେଖୁଥିବେ। ଯଦି ପଚରାଯାଏ ଚିହ୍ନନ୍ତୁ ନେହେରା ଅଟ୍ରୋଗ୍ରାଫ ଦେଇଥିବା ଏହି ଭାରତୀୟ କ୍ରିକେଟରଜଣଙ୍କ କିଏ, ତେବେ ହୁଏତ ଆପଣ ଚିହ୍ନି ନ ପାରନ୍ତି। ତେବେ ଆପଣଙ୍କୁ କହିଦେଉଛୁ ଫଟୋରେ ଦେଖାଯାଉଥିବା କୁନି ପିଲା ହେଉଛନ୍ତି ଉଇକେଟକିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ।

ପୂର୍ବ କ୍ରିକେଟର ଆକାଶ ଚୋପ୍ରା ପନ୍ତ ଏବଂ ନେହେରାଙ୍କ ଫଟୋକୁ ନେଇ ମଜାଦାର କମେଣ୍ଟ ଦେଇଛନ୍ତି। ଆମେ ଯୁବ କୋହଲିଙ୍କ ନେହେରାଙ୍କ ସହ ଏଭଳି ଏକ ଫଟୋ ଦେଖିଛୁ। ତେବେ ଅନୁମାନ କରନ୍ତୁ ସଫଳତାର ରହସ୍ୟ କଣ।
ତେବେ ଶୁକ୍ରବାର ରିଷଭ ଶତକୀୟ ପାଳି ଖେଳି ଭାରତକୁ ମଜଭୂତ ସ୍ଥିତିକୁ ଆଣିଥିଲେ। ସେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ୧୧୮ବଲ୍‌ରେ ୧୦୧ରନ୍‌ କରିଥିଲେ। ଏହା ତାଙ୍କର ଟେଷ୍ଟ କ୍ୟାରିୟରର ୩ୟ ଏବଂ ଭାରତରେ ପ୍ରଥମ ଶତକ ଥିଲା। ପନ୍ତଙ୍କ ବ୍ୟାଟିଂ ଯୋଗୁ ଦଳ ଇଂଲଣ୍ଡଠାରୁ ସହଜ ବିଜୟ ହାସଲ କରିବାରେ ସଫଳ ହୋଇଛି। ଏହାକୁ ନେଇ ଏବେ ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌କୁ ମାଗଣାରେ ଦେଖିପାରିବେ ଦର୍ଶକ, ଡିଜ୍‌ନୀ କଲା ବଡ଼ ଘୋଷଣା…

ନୂଆଦିଲ୍ଲୀ,୮।୫: ଆଗାମୀ ଟି୨୦ ବିଶ୍ୱକପ୍‌ ନେଇ ବଡ଼ ଘୋଷଣା କରିଛି ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର। ବ୍ୟବହାରକାରୀମାନେ ଏହି ମୋବାଇଲ ଆପ୍‌ରେ ମାଗଣାରେ ବିଶ୍ୱକପ୍‌କୁ ଉପଭୋଗ କରିପାରିବେ।...

ବଳାତ୍କାର ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୫: ଭାରତୀୟ ମୂଳ କ୍ରିକେଟର ନିଖିଲ ଚୌଧୁରୀ ଅଷ୍ଟ୍ରେଲିଆରେ ଖେଳନ୍ତି ଏବଂ ବିଗ ବାସ ଲିଗ (ବିବିଏଲ)ରେ ଏକ ଜଣାଶୁଣା ନାମ। ୨୮ ବର୍ଷୀୟ ନିଖିଲ...

ଏହି ଭାରତୀୟ କ୍ରିକେଟର୍‌ଙ୍କୁ ପସନ୍ଦ କରନ୍ତି ଅଷ୍ଟ୍ରେଲିଆ ଅଧିନାୟକ: ନା କରିବା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୫: ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ୟାଟ କମିନ୍ସଙ୍କ ଅଧିନାୟକ ସନରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।...

ଲାଇଭ୍‌ ମ୍ୟାଚ୍‌ରେ ସଞ୍ଜୁଙ୍କ ସହ ହେଲା ଧୋକା!ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୮।୫: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଏକ ଚମତ୍କାର ଇନିଂସ ଖେଳିଥିଲେ। ତେବେ ସଞ୍ଜୁ ରାଜସ୍ଥାନକୁ ନିଜ...

ଆଜି ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ

ପ୍ୟାରିସ୍‌, ୮ା୫ : ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଅଲିମ୍ପିକ୍ସ ମଶାଲ ଶେଷରେ ଫ୍ରାନ୍ସରେ ପ୍ରବେଶ କରିବାକୁ ଯାଉଛି। ବୁଧବାର ଫ୍ରାନ୍ସର ଦକ୍ଷିଣ ପଟରେ ଥିବା ମାର୍ସେଲେ...

ସୂର୍ଯ୍ୟ ୩ନଂ.ରେ ଖେଳିବା ଉଚିତ: ଲାରା

ନୂଆଦିଲ୍ଲୀ, ୮।୫ : ଆସନ୍ତା ମାସରେ ହେବାକୁ ଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସୂର୍ଯ୍ୟକୁମାର ଭାରତୀୟ ବ୍ୟାଟିଂ କ୍ରମରେ ୩ ନମ୍ବରରେ ଆସିବା ଉଚିତ ବୋଲି...

‘ଟି୨୦ ବିଶ୍ୱକପ୍‌ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ’

ମୁମ୍ବାଇ, ୮ା୫ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଟି୨୦ ବିଶ୍ୱକପ୍‌ ପୂର୍ବରୁ ବିଶ୍ରାମ ଆବଶ୍ୟକ ବୋଲି ମତ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ...

ଓଡ଼ିଶାର ଜୁଲି, ପ୍ୟାରୀ, ଲିନ୍‌ଡା ସାମିଲ

ନୂଆଦିଲ୍ଲୀ, ୮।୫: ତାସକେଣ୍ଟଠାରେ ମେ’ ୩୧ ଓ ଜୁନ୍‌ ୪ରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ଉଜ୍‌ବେକିସ୍ତାନ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri