୬୫ ବର୍ଷରେ ଦ୍ୱିତୀୟ ବିବାହ କରିବେ ଦେଶର ପ୍ରଖ୍ୟାତ ଓକିଲ
ପୂର୍ବତନ ସଲିସିଟର ଜେନେରାଲ ତଥା ଦେଶର ଜଣାଶୁଣା ଓକିଲ ହରିଶ ସାଲଭେ ଆସନ୍ତା ସପ୍ତାହରେ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସାଲଭେଙ୍କୁ ଏବେ ୬୫ ବର୍ଷ। ୩୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଗତ ମାସରେ ସ୍ତ୍ରୀ…
ସଡ଼କ ଦୁର୍ଘଟଣାରେ ୨ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ପାଟଣା,୨୫।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ଶିଶୁ ମନ୍ଦିର ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ…
ନୀତିଶଙ୍କୁ ଜେଲ୍ ପଠାଇଦେବାକୁ ଧମକ ଦେଲେ ଚିରାଗ
ପାଟନା,୨୫।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଭୋଟରଙ୍କୁ ହାତେଇବା ପାଇଁ ସମସ୍ତ ଦଳ ଉଦ୍ୟମ କରୁଛି। ରବିବାର ଏକ ରାଲିରେ ପ୍ରଚାର ବେଳେ ଲୋକଜନଶକ୍ତି ପାର୍ଟି (ଏଲଜେପି) ସଭାପତି ତଥା ଏମ୍ପି ଚିରାଗ ପାଶୱାନ କହିଛନ୍ତି, କ୍ଷମତାକୁ…
ଧୋନୀ ଦେଲେ କୋହଲିଙ୍କୁ ଝଟ୍କା
ଦୁବାଇ,୨୫।୧୦: ଆଇପିଏଲର ୪୪ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଉଇକେଟ୍ରେ ପରାସ୍ତ କରିଛି। ବେଙ୍ଗାଲୁରୁ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବେଙ୍ଗାଲୁରୁ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଉଇକେଟ…
ଭୁବନେଶ୍ୱରରୁ ଆଜି ଆଉ ୧୨୨ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୫।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ୧୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୪୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୭୯ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୨୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ…
ଆର୍ବିଆଇ ଗଭର୍ନରଙ୍କୁ କରୋନା
ନୂଆଦିଲ୍ଲୀ,୨୫।୧୦: ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଆର୍ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେ ହୋମ ଆଇସୋଲେସନରେ ରହି ନିଜ କାର୍ଯ୍ୟ ଜାରି…
ପିତାଙ୍କ ଖବର ଶୁଣି ଏମିତି ପଡିଆକୁ ଓହ୍ଲାଇଲେ ଏହି ଖେଳାଳି
ଆଇପିଏଲର ୪୩ତମ ମୁକାବିଲାରେ କିଙ୍ଗସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପଞ୍ଜାବ ମ୍ୟାଚ ଜିତି ଥିଲା ସତ, କିନ୍ତୁ ଦଳର ଜଣେ ଖେଲାଳି ବେଶ୍ ଦୁଃଖି ଥିଲେ। ସେ ହେଉଛନ୍ତି ଓପନିଂ ବ୍ୟାଟ୍ସମ୍ୟାନ୍ ମନଦୀପ ସିଂ।…
ଦ୍ୱିଶତକ ପୂରଣ କଲେ ବିରାଟ କୋହଲି
ଦୁବାଇ,୨୫।୧୦: ଚଳିତ ଆଇପିଏଲର ୪୪ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ୍। ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ କୋହଲି ଏକ ବିରାଟ ରେକର୍ଡ ହାସଲ କରିଛନ୍ତି। ସେ ଆଇପିଏଲର ପଞ୍ଚମ ବ୍ୟାଟ୍ସମ୍ୟାନ୍ ଭାବେ…
ଡ୍ରଗ୍ସ କିଣୁଥିବାବେଳେ ଏନ୍ସିବି ହାତରେ ଧରାପଡିଲେ ଟେଲି ଅଭିନେତ୍ରୀ ପ୍ରୀତିକା ଚୌହାନ
ମୁମ୍ବାଇ,୨୫।୧୦-ବଲିଉଡରେ ଡ୍ରଗ୍ସ କାରବାର ମାମଲାର ତଦନ୍ତ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)। ଗତକାଲି ମୁମ୍ବାଇ ଏନ୍ସିବିର ଅଧିକାରୀମାନେ ମୁମ୍ବାଇର ଭର୍ସୋଭାରେ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛନ୍ତି। ଗିରଫଙ୍କ ମଧ୍ୟରେ ଟେଲିଭିଜନ ଅଭିନେତ୍ରୀ ପ୍ରୀତିକା ଚୌହାନ ରହିଥିବା ଜଣାପଡିଛି।…
ସ୍ବପ୍ନର ଘର କିଣିଲେ ବଲିଉଡ ଅଭିନେତା ହ୍ରିତିକ୍ ରୋଶନ: ରହିଛି ଏସବୁ ସୁବିଧା
ମୁମ୍ବାଇ,୨୫।୧୦-ମୁମ୍ବାଇର ଜୁହୁ-ଭର୍ସୋଭା ଲିଙ୍କ ରୋଡରେ ଦୁଇଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି ବଲିଉଡ ଅଭିନେତା ହ୍ରିତିକ ରୋଶନ। ଏହାର ମୂଲ୍ୟ ୯୭.୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଆପାର୍ଟମେଣ୍ଟଟି ଆରବ ସାଗରର ନିକଟରେ ରହିଛି। ୩୮ ହଜାର ବର୍ଗଫୁଟ ଉପରେ…
ହସ୍ପିଟାଲରେ ଭର୍ତ୍ତି ହେଲେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ
ଭୁବନେଶ୍ୱର,୨୫।୧୦(ବ୍ୟୁରୋ)-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ମଲ୍ଲିକ କହିଛନ୍ତି, ମୁଁ ନିଜର କୋଭିଡ ଟେଷ୍ଟ କରାଇଥିଲି, ଯେଉଁଥିରେ ରିପୋର୍ଟ ପଜିଟିଭ ଆସିଛି।…
ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର
ଚିତ୍ରକୋଣ୍ଡା,୨୫ା୧୦(ଡି.ଏନ୍.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଏବଂ ଯୋଡ଼ାମ୍ବ ଭଳି ବିଭିନ୍ନ ସ୍ଥାନରେ ରବିବାର ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସମିତି ପକ୍ଷରୁ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ମାଓବାଦୀମାନେ ବିପ୍ଳବ ନାଁରେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି। ସେମାନଙ୍କ ମୁଖା…
Archives


