Posted inଜାତୀୟ

ବଳାତ୍କାର ଅଭିଯୋଗ ଆଣିଲେ ମା’

ଶାହାଜହାନପୁର, ୭ା୩: ପୁଅ ବାପାଙ୍କ ପରିଚୟ ମାଗିବା ପରେ ବଳାତ୍କାରର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ମା’। ଉତ୍ତରପ୍ରଦେଶର ଶାହାଜହାନପୁରଠାରେ ଏଭଳି ଘଟଣା ସାମ୍‌ନାକୁ ଆସିଛି। ପ୍ରାୟ ୨୭ ବର୍ଷ ପରେ ଏ ନେଇ ୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ମହିଳା ଜଣକ ୧୨ ବର୍ଷର ହୋଇଥିବାବେଳେ ତାଙ୍କ ଭଉଣୀ ଭିଣୋଇଙ୍କ ପାଖରେ ରହୁଥିଲେ। ଏକଦା ଘରେ କେହି ନ ଥିବାର ସୁଯୋଗ ନେଇ ନାକି ହାସନ ନାମକ ଜଣେ ଯୁବକ ଓ ନାକିଙ୍କ ସାନ ଭାଇ ଗୁଡୁ ତାଙ୍କୁ ବଳାତ୍କାର କରିଥିଲେ। ମହିଳା ଜଣକ ଅନେକ ଥର ଉଭୟଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିଲେ। ୧୩ ବର୍ଷର ହୋଇଥିବାବେଳେ ସେ ଗର୍ଭବତୀ ହୋଇଥିଲେ। ୧୯୯୪ରେ ସେ ଜଣେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ନବଜାତକକୁ ପଡୋଶୀ ଉଦ୍ଧାମପୁର ଗ୍ରାମରେ ଜଣେ ସମ୍ପର୍କୀୟଙ୍କୁ ଦେଇ ପୀଡ଼ିତା ତାଙ୍କ ଭଉଣୀ ଭିଣୋଇଙ୍କ ସହ ରାମପୁର ପଳାଇଆସିଥିଲେ। ପରେ ଗାଜିପୁର ଜିଲାରେ ମହିଳାଙ୍କ ବିବାହ ହୋଇଥିଲା। ବାହାଘରର ୧୦ ବର୍ଷ ପରେ ମହିଳା ଜଣକ ବଳାତ୍କାରର ଶିକାର ହୋଇଥିବା ଜାଣିବା ପରେ ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହା ପରେ ମହିଳା ଜଣକ ଉଦ୍ଧାମପୁର ଫେରି ଆସିଥିଲେ। ସେଠାରେ ଛୋଟ ବେଳୁ ଥିବା ତାଙ୍କ ପୁଅ ମା’ଙ୍କ ପରିଚୟ ପାଇଥିଲେ। ମା’ଙ୍କୁ ବାପାଙ୍କ ବିଷୟରେ ପଚାରିବାରେ ସେ ପୂର୍ବରୁ ବଳାତ୍କାରର ଶିକାର ହୋଇଥିବା ପୁଅଙ୍କୁ ଜଣାଇଥିଲେ। ଏ ନେଇ ସଦର ବଜାର ପୋଲିସ ଷ୍ଟେଶନରେ ମହିଳା ଜଣକ ଅଭିଯୋଗ କରିଥିଲେ। ପୋଲିସ ପ୍ରଥମେ ଅଭିଯୋଗ ନ ରଖିବାରୁ ମହିଳା ଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଘଟଣାରେ ୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ମହିଳାଙ୍କଠାରୁ ଜନ୍ମ ନେଇଥିବା ୨୭ ବର୍ଷୀୟ ପୁଅଙ୍କ ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri