ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ପରଲୋକ
ଭେଟେରାନ ଲେଖକ ତଥା ଚଳଚ୍ଚିତ୍ର ନିର୍ମାତା ସାଗର ସରହଦିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ନିଜ ମୁମ୍ବାଇସ୍ଥିତ ବାସଭବନରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସାଗର ସରହଦି…
ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାଙ୍କ ଜୀବନ: ମା’ ଗୁରୁତର
ଛେଣ୍ଡିପଦା,୨୨।୩(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା ଦୁର୍ଗାପୁର କୁଡା ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ ହୋଇଥିବା ବେଳେ ମା’ ଗୁରତର ଆହତ ହୋଇଛନ୍ତି । ମୃତକ ଜଣକ ବଟକୃଷ୍ଣ ବେହେରା…
ଅଣାୟତ୍ତ ମୁହାଁ କରୋନା: ୨୪ ଘଣ୍ଟାରେ ୪୬ ହଜାରରୁ ଅଧିକ ନୂଆ ଆକ୍ରାନ୍ତ
ନୂଆଦିଲ୍ଲୀ,୨୨।୩: ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛିି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୯୫୧ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ…
ହାତକୁ ଦି’ ହାତ ହେଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ ଅଭିନେତା ହରମନ ବାୱେଜା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଶଶା ରାମଚାନ୍ଦାନୀଙ୍କୁ ବିବାହ କରିଛନ୍ତି। ଶଶା ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ଭାବେ କାର୍ଯ୍ୟ କରନ୍ତି। ଗୁରୁଦ୍ୱାରରେ ଉଭୟ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଘୋଡାରେ ବସି ବିବାହ ସ୍ଥଳରେ…
ମହାରାଷ୍ଟ୍ର ସ୍ଥିତି ଅସମ୍ଭାଳ: ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଲା
ମୁମ୍ବାଇ,୨୨।୩: କରୋନାର ଦ୍ୱିତୀୟ ସଂକ୍ରମଣ ନେଇ ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦ ହଜାର ୫୩୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯ଜଣଙ୍କ…
ଚିଠିରୁ ହଟଚମଟ
ମୁମ୍ବାଇ,୨୨ା୩: ଫେବୃୟାରୀ ୨୫ରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ବାହାରେ ଏକ ଏସ୍ୟୁଭିରୁ ୨୦ ଜିଲାଟିନ୍ ଷ୍ଟିକ୍ ଜବତ ହୋଇଥିଲା। କିଛି ଦିନ ପରେ ଉକ୍ତ କାର୍ର ମାଲିକ ତଥା ଠାଣେର ବ୍ୟବସାୟୀ ମନ୍ସୁଖ୍ ହିରେନ୍ଙ୍କୁ ହତ୍ୟା…
ଫିଲିପାଇନ୍ସ ଜଳସୀମାରେ ୨୨୦ ଚାଇନା ଜାହାଜ
ମାନିଲା,୨୨।୩: ଦକ୍ଷିଣ ଚାଇନା ସାଗରର ବିବାଦୀୟ ଅଞ୍ଚଳରେ ଚାଇନାର ୨୨୦ ଜାହାଜ ପଇଁତରା ମାରିବା ଘଟଣାରେ ଫିଲିପାଇନ୍ସ ଉଦ୍ବେଗ ପ୍ରକାଶ କରିଛି। ମାର୍ଚ୍ଚ ୭ରେ ଏହି ଜାହାଜଗୁଡ଼ିକ ହ୍ବିସୁନ୍ ରିଫ୍ ନିକଟରେ ଲଙ୍ଗର ପକାଇଥିବା ଫିଲିପାଇନ୍ସ ତଟସୁରକ୍ଷା ବାହିନୀ ଦେଖିବାକୁ ପାଇଥିଲା।…
ଟଳି ପଡ଼ିଲେ ୩ ଆତଙ୍କବାଦୀ
ଶ୍ରୀନଗର,୨୨।୩: ଜମ୍ମୁ କଶ୍ମୀରରେ ସୋମବାର ଏକ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୋପିଆନ୍ ମନିହାଲରେ ହୋଇଥିବା ଏହି ଏନକାଉଣ୍ଟରରେ ନିହତ ନିହତ ଆତଙ୍କବାଦୀମାନେ ଲଶ୍କର-ଏ-ତାଇବା ସହିତ ଜଡିତ ଥିଲେ। ଏଥିସହ ଆଉ ଦୁଇଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ଘେରି ରହିଛନ୍ତି।…
ସମୁଦ୍ର କୂଳରେ ନଜର ଆସିଲେ ପ୍ରିୟଙ୍କା
ମୁମ୍ବାଇ: ହଲିଉଡ୍ରେ ବ୍ୟସ୍ତ ରହୁଥିବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍। ଏବେ ସେ ତାଙ୍କ ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି। ଯାହାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି। ଏବେ ପ୍ରିୟଙ୍କା ନିଜର କିଛି…
ରାଜଧାନୀରେ ପ୍ରଥମ ମୁକ୍ତାକାଶ ପାଠାଗାର
ଭୁବନେଶ୍ୱର, ୨୨।୩(ବ୍ୟୁରୋ):ବର୍ତ୍ତମାନର ଡିଜିଟାଲ୍ ଯୁଗରେ ଛାତ୍ରୀଛାତ୍ର ତଥା ଯୁବପିଢିଙ୍କ ଭିତରେ ପୁସ୍ତକ ପଠନ ଆଗ୍ରହକୁ ବଢାଇବା ପାଇଁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ପାର୍କରେ ଖୋଲିଛି ପ୍ରଥମ ମୁକ୍ତାକାଶ ପାଠାଗାର। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ…
ପଦକ୍ଷେପ ବଦଳରେ ଦୋଷୀକୁ ଦୟା
ଭୁବନେଶ୍ୱର, ୨୨ା୩(ବ୍ୟୁରୋ):ବଡ଼ଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମେଶରବାଗ ଅଞ୍ଚଳରେ ଏକ ନିର୍ମାଣାଧୀନ ସ୍ବେରେଜ ଲାଇନ୍ ଚାମ୍ବରରେ ଶ୍ୱାସରୁଦ୍ଧ ହୋଇ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଏହି ସ୍ବରେଜ ଲାଇନ୍ କାର୍ଯ୍ୟ ଓ୍ବାଟର କର୍ପୋରେଶନ ଅଫ୍ ଓଡିଶା(ଓ୍ବାଟକୋ) କରୁଥିବାବେଳେ ଲକ୍ଷ୍ମୀ କନଷ୍ଟ୍ରକ୍ସନ ଠିକା ନେଇଛି।…
ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଣୀ ଚିକିତ୍ସକ
ଭୁବନେଶ୍ୱର, ୨୨ା୩ (ବ୍ୟୁରୋ):କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ତୁରନ୍ତ ଆଇନ ପ୍ରଣୟନ ସମେତ ବିଭିନ୍ନ ଦାବି ନେଇ ସୋମବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ। ସଂଘ ଅଭିଯୋଗ କରିଛି ଯେ, ପ୍ରାଣୀଚିକିତ୍ସକମାନେ ବାକ୍ଶକ୍ତିହୀନ ପ୍ରାଣୀମାନଙ୍କର…

