ମହାରାଷ୍ଟ୍ର ସ୍ଥିତି ଅସମ୍ଭାଳ: ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଲା

ମୁମ୍ବାଇ,୨୨।୩: କରୋନାର ଦ୍ୱିତୀୟ ସଂକ୍ରମଣ ନେଇ ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦ ହଜାର ୫୩୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯ଜଣଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ରାଜ୍ୟରେ ଏହା ସର୍ବାଧିକ ରହିଛି। ମୁମ୍ବାଇରେ ଗୋଟିଏ ଦିନରେ ୩ ହଜାର ୭୭୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଫିଲ୍ମସିଟିର ୧୦ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି। ସୁରକ୍ଷା ଦୃଷ୍ଟିରୁ ମୁମ୍ବାଇର ବସ୍‌ ଷ୍ଟାଣ୍ଡ୍‌, ରେଲଷ୍ଟେଶନ ଏବଂ ମଲ୍‌ରେ ଆଣ୍ଟିଜେନ ପରୀକ୍ଷା ସୋମବାରଠାରୁ ଆରମ୍ଭ କରାଯାଇଛି। ଗତ ୪ ଦିନ ଧରି ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାରରୁ ଅଧିକ ରହୁଛି। ଏହାକୁୂ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାସ୍ତ୍ରୀ-ମୁଖାର୍ଜୀ -ଦିନ୍‌ଦୟାଲଙ୍କ ମୃତ୍ୟୁର ହେବନି ତଦନ୍ତ: ସରକାର

ନୂଆଦିଲ୍ଲୀ,୨୪।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀ, ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦିନ୍‌ଦୟାଲ୍‌ ଉପାଧ୍ୟାୟଙ୍କ ମୃତ୍ୟୁର ତଦନ୍ତ କରାଯିବ ନାହିଁ ବୋଲି...

ଅଗଷ୍ଟ ୨୦ ସୁଦ୍ଧା ଚନ୍ଦ୍ର କକ୍ଷରେ ପହଞ୍ଚତ୍ବ ଚନ୍ଦ୍ରୟାନ-୨

ଶ୍ରୀହରିକୋଟା,୨୫ା୭(ପି.ଟି.): ଚନ୍ଦ୍ରୟାନ-୨ ଜୁଲାଇ ୨୨ରେ ପୃଥିବୀ କକ୍ଷପଥରେ ଅବସ୍ଥାପିତ ହୋଇଥିବାବେଳେ ଏହା ଅଗଷ୍ଟ ୨୦ ସୁଦ୍ଧା ଚନ୍ଦ୍ରର କକ୍ଷପଥରେ ପହଞ୍ଚତ୍ବ ବୋଲି ଭାରତୀୟ ମହାକାଶ ଗବେଷଣା...

ଆସାମ-ମିଜୋରମ ବିବାଦକୁ ନେଇ ଶାହାଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୭ ।୭: ଆସାମ ଓ ମିଜୋରାମରେ ସୀମାକୁ ନେଇ ଲାଗିଥିବା ବିବାଦ ହିଂସାର ରୂପ ନେବାକୁ ଯାଉଛି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ...

ନେପାଳରୁ ତାଇଓ୍ବାନ ପାର୍ଯ୍ୟନ୍ତ ଟ୍ରେନ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କଲେ, କହିଲେ ‘ଭାରତରେ ଟ୍ରେନ ଦୁର୍ଘଟଣା ଦୁଃଖଦ’

ନୂଆଦିଲ୍ଲୀ,୩।୬: ଓଡ଼ିଶାର ବାଲେଶ୍ୱରରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ଏକ ବଡ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି। ଏଥିରେ ଏବେ ପର୍ଯ୍ୟନ୍ତ ୨୮୮ ଜଣଙ୍କ...

କୋର୍ଟ ପରିସରରେ ବାର କାଉନସିଲର ମୁଖ୍ୟଙ୍କୁ ହତ୍ୟା

ଆଗ୍ରା,୧୨।୬: ଦୁଇ ଦିନ ତଳେ ଉତ୍ତର ପ୍ରଦେଶ ବାର କାଉନସିଲର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିବା ଦରଭେଶ ଯାଦବଙ୍କୁ ବୁଧବାର ସର୍ବସମ୍ମୁଖରେ ଗୁଳି କରି ହତ୍ୟା...

ହର ଘର ତ୍ରିରଙ୍ଗା ଅଭିଯାନ: ୬୦୦ କୋଟିରୁ ଅଧିକ କାରବାର ଆଶା…

ନୂଆଦିଲ୍ଲୀ,୧୩।୮ : ଭାଜପାର ହର ଘର ତ୍ରିରଙ୍ଗା ଅଭିଯାନ ଯୋଗୁ ବଜାରରେ ୬୦୦ କୋଟିରୁ ଅଧିକ ଟଙ୍କା କାରବାର କରିବ ବୋଲି ଆକଳନ କରାଯାଇଛି। ଦେଶର...

ନବ ନିର୍ବାଚିତ ଏମ୍‌ପିଙ୍କୁ ଶୀଘ୍ର ମିଳିବ ସରକାରୀ ଘର: ପରାଜିତ ଏମ୍‌ପି ମାସକ ମଧ୍ୟରେ ଛାଡିବେ ଆବାସ

ନୂଆଦିଲ୍ଲୀ,୨୫।୫: ଦେଶର୧୭ତମ ଲୋକ ସଭା ନିର୍ବାଚନରେ ବିଜୟ ହାସଲ କରିଥିବା ଏମ୍‌ପିମାନଙ୍କୁ ଖୁବ୍‌ ଶୀଘ୍ର ସରକାରୀ ଘର ଯୋଗାଇ ଦିଆଯିବ। ଏଥିଲାଗି ପରାଜିତ ଏମ୍‌ପିମାନଙ୍କୁ ଏକମାସ...

ଯିଏ ୨୦୧୯ରେ ଅଜିତ ପାଓ୍ବାରଙ୍କ ବିଦ୍ରୋହକୁ କରିଥିଲେ ବିଫଳ, ଏବେ ତାଙ୍କୁ ଶରଦ ପାଓ୍ବାର ଦେଲେ ବଡ ଦାୟିତ୍ୱ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତିରେ ରାଜନୈତିକ ଝଡ ଲାଗି ରହିଛି। ଦୁଇ ଦଳର ମୁଖିଆ ନିଜ ଦଳର ମାଲିକାନା ନେଇ ପରସ୍ପରକୁ କାଦୁଅ ଫୋଫାଡିବାରେ ଲାଗିଛନ୍ତି। ତେବେ...

Advertisement
Archives

Model This Week