ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଣୀ ଚିକିତ୍ସକ

ଭୁବନେଶ୍ୱର, ୨୨ା୩ (ବ୍ୟୁରୋ):କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ତୁରନ୍ତ ଆଇନ ପ୍ରଣୟନ ସମେତ ବିଭିନ୍ନ ଦାବି ନେଇ ସୋମବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ। ସଂଘ ଅଭିଯୋଗ କରିଛି ଯେ, ପ୍ରାଣୀଚିକିତ୍ସକମାନେ ବାକ୍‌ଶକ୍ତିହୀନ ପ୍ରାଣୀମାନଙ୍କର କଲ୍ୟାଣ, ଗ୍ରାମୀଣ କୃଷି ସମ୍ପ୍ରଦାୟର ଜୀବିକା, ଜନସ୍ବାସ୍ଥ୍ୟର ସୁରକ୍ଷା ତଥା ପ୍ରାଣୀ ସମ୍ପଦ ବିକାଶ ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ପାାଇଁ କଠିନ ପରିଶ୍ରମ କରୁଛନ୍ତି। ମାନବ ସମ୍ବଳ, ସାମଗ୍ରୀ ଓ ଭିତ୍ତିଭୂମି କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ସତ୍ତ୍ୱେ ନିଜର ଉତ୍ତର ଦାୟିତ୍ୱ ନିର୍ବାହ ପାଇଁ ପାରିବାରିକ ସମୟ ଓ ବ୍ୟକ୍ତିଗତ ସମ୍ପତ୍ତିକୁ ମଧ୍ୟ ଉପଯୋଗ କରିବାକୁ ଦ୍ୱିଧା କରନ୍ତି ନାହିଁ। ଅନେକ ସମୟରେ ସେମାନେ କାର୍ଯ୍ୟକ୍ଷେତ୍ରରେ ଆକ୍ରମଣର ଶିକାର ହେଉଛନ୍ତି। ନିକଟରେ ବୌଦ୍ଧ ଜିଲାର ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅମିତାଭ ପଣ୍ଡା ଏକ ଗାଈକୁ ଚିକିତ୍ସା ଯୋଗାଇ ଦେବାକୁ ଯାଇ ଅତ୍ୟନ୍ତ କଠିନ ପରିସ୍ଥିତିରେ ତା’ର ପ୍ରସବ କରାଉଥିବାବେଳେ ଅସାମାଜିକ ତଥା ଗୁଣ୍ଡାଙ୍କ ଆକ୍ରମଣର ଶିକାର ହୋଇଥିଲେ। ସେମାନେ ମଧ୍ୟ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ସଂଘ ଦୃଢ଼ ନିନ୍ଦା କରିବା ସହ ସୁରକ୍ଷା ଦାବି କରିଛି। ସେହିଭଳି ନିରନ୍ତର ଚିକିତ୍ସା ସେବା ଯୋଗାଇଦେବା ପାଇଁ ପ୍ରାଣୀ ଚିକିତ୍ସାଳୟଗୁଡ଼ିକରେ ସିଫ୍ଟରେ କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ଡାକ୍ତର ଓ କର୍ମଚାରୀ ନିୟୋଜିତ କରାଯାଉ, ପ୍ରାଣୀଚିକିତ୍ସକଙ୍କ ଶିକ୍ଷାଗତ ଯୋଗ୍ୟତା, ଚାକିରିର ପ୍ରକୃତି ଓ କାର୍ଯ୍ୟାବଳୀ ମେଡିକାଲ ଅଫିସରଙ୍କଠାରୁ ଭିନ୍ନ ହୋଇ ନ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ପ୍ରଣୟନ ଆଇନଙ୍କୁ ପ୍ରାଣୀ ଚିକିତ୍ସକଙ୍କ କ୍ଷେତ୍ରରେ ଲାଗୁ କରାଯାଉ। ଏଥିସହ ମେଡିକାଲ ଅଧିକାରୀଙ୍କ ଭଳି ସମାନ ଦରମା, କ୍ୟାରିୟର ପ୍ରୋଗ୍ରେଶନ, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଆଦି ନିଶ୍ଚିତ କରାଯାଉ ବୋଲି ସଂଘ ଦାବି କରିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri