ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାଙ୍କ ଜୀବନ: ମା’ ଗୁରୁତର

ଛେଣ୍ଡିପଦା,୨୨।୩(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା ଦୁର୍ଗାପୁର କୁଡା ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ ହୋଇଥିବା ବେଳେ ମା’ ଗୁରତର ଆହତ ହୋଇଛନ୍ତି । ମୃତକ ଜଣକ ବଟକୃଷ୍ଣ ବେହେରା ଓ ଗୁରୁତର ଜଣକ ହେଲେ ତାଙ୍କ ସ୍ତ୍ରୀ ରୁକ୍ମଣୀ ବେହେରା ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଦୁର୍ଗାପୁର ଗ୍ରାମର କୁଡାସାହିର ନାଥ ବେହେରା ଜଣେ ଗାଡି ଚାଳକ ବାହରେ କାମ କରନ୍ତି। ସେ ଗତକାଲି ଗ୍ରାମକୁ ଫେରିଥିଲେ। ସୋମବାର ସକାଳେ ପାରିବାରିକ ଘଟଣାକୁ ନେଇ ବାପ ପୁଅ ମଧ୍ୟରେ ଯୁକ୍ତିତର୍କ ହୋଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ନାଥ ବେହେରା ଏକ ଟାଙ୍ଗିଆରେ ବାପା ବଟକୃଷ୍ଣ ବେହେରାଙ୍କୁ ଆକ୍ରମଣ କରିଥିଲେ। ଏପରିକି ମା’ ରୁକ୍ମଣୀ ବେହେରା ପୁଅକୁ ବାରଣ କରିବାରୁ ଆକ୍ରୋଶର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ବଟକୃଷ୍ଣଙ୍କର ମୃତୃ୍ୟ ହୋଇଥିବାବେଳେ ମା’ ରୁକ୍ମଣୀ ବେହେରା ଗୁରୁତର ଆହତ ହୋଇଥିଲେ। ବାପର ମୃତ୍ୟୁ ହୋଇଯିବା ଦେଖି ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ଓ ସମ୍ପର୍କୀୟମାନେ ଆସି ୧୦୮ ଆମ୍ବୁଲାନସରେ ଗୁରୁତର ରୁକ୍ମଣୀଙ୍କୁ ଚିକିତ୍ସା ନିମନ୍ତେ ଅନୁଗୋଳ ଜିଲାମୁଖ୍ୟ ଚିକିତ୍ସାଳକୁ ପଠାଇ ଦେଇଥିଲେ। ଖବର ପାଇ ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଦିଗପହଣ୍ଡି ସହରର ବିକାଶ-ଡ୍ରେନେଜ୍‌ ବ୍ୟବସ୍ଥା: ୫୦ ବର୍ଷର ମାଷ୍ଟର ପ୍ଲାନ୍‌ ପାଇଁ ବ୍ରହ୍ମପୁର MPଙ୍କ ନିର୍ଦ୍ଦେଶ, ଗଠନ ହେଲା…

ଦିଗପହଣ୍ଡି, ୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଓ ସୁଦୃଢ଼…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri