ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାଙ୍କ ଜୀବନ: ମା’ ଗୁରୁତର

ଛେଣ୍ଡିପଦା,୨୨।୩(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା ଦୁର୍ଗାପୁର କୁଡା ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ ହୋଇଥିବା ବେଳେ ମା’ ଗୁରତର ଆହତ ହୋଇଛନ୍ତି । ମୃତକ ଜଣକ ବଟକୃଷ୍ଣ ବେହେରା ଓ ଗୁରୁତର ଜଣକ ହେଲେ ତାଙ୍କ ସ୍ତ୍ରୀ ରୁକ୍ମଣୀ ବେହେରା ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଦୁର୍ଗାପୁର ଗ୍ରାମର କୁଡାସାହିର ନାଥ ବେହେରା ଜଣେ ଗାଡି ଚାଳକ ବାହରେ କାମ କରନ୍ତି। ସେ ଗତକାଲି ଗ୍ରାମକୁ ଫେରିଥିଲେ। ସୋମବାର ସକାଳେ ପାରିବାରିକ ଘଟଣାକୁ ନେଇ ବାପ ପୁଅ ମଧ୍ୟରେ ଯୁକ୍ତିତର୍କ ହୋଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ନାଥ ବେହେରା ଏକ ଟାଙ୍ଗିଆରେ ବାପା ବଟକୃଷ୍ଣ ବେହେରାଙ୍କୁ ଆକ୍ରମଣ କରିଥିଲେ। ଏପରିକି ମା’ ରୁକ୍ମଣୀ ବେହେରା ପୁଅକୁ ବାରଣ କରିବାରୁ ଆକ୍ରୋଶର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ବଟକୃଷ୍ଣଙ୍କର ମୃତୃ୍ୟ ହୋଇଥିବାବେଳେ ମା’ ରୁକ୍ମଣୀ ବେହେରା ଗୁରୁତର ଆହତ ହୋଇଥିଲେ। ବାପର ମୃତ୍ୟୁ ହୋଇଯିବା ଦେଖି ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ଓ ସମ୍ପର୍କୀୟମାନେ ଆସି ୧୦୮ ଆମ୍ବୁଲାନସରେ ଗୁରୁତର ରୁକ୍ମଣୀଙ୍କୁ ଚିକିତ୍ସା ନିମନ୍ତେ ଅନୁଗୋଳ ଜିଲାମୁଖ୍ୟ ଚିକିତ୍ସାଳକୁ ପଠାଇ ଦେଇଥିଲେ। ଖବର ପାଇ ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଇସ ମିଲ୍‌ରେ ଆୟକର ଚଢ଼ାଉ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ହୁଣ୍ଡୁଳାସ୍ଥିତ ରାଇସ ମିଲ୍‌ରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛିି। ଆୟକର ଫାଙ୍କି ଅଭିଯୋଗରେ ଏହି...

ଲୁଣାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ: ୨ ଯୁବକ ମୃତ, ୨ ଆହତ

ନିଶ୍ଚିନ୍ତକୋଇଲି,୯।୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ତରତ୍‌ ହନୁମାନ ଗଡ଼ା ନିକଟରେ ଥିବା ଲୁଣାନଦୀରେ ବୁଡ଼ି ମଙ୍ଗଳବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଧୋଇବାକୁ...

୩୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ, ୩।୧୦: ଖୋର୍ଦ୍ଧା ଅବକାରୀ ବିଭାଗର କର୍ମଚାରୀମାନେ ବଡ଼ବେରଣା ଗଁାରୁ ଗୁରୁବାର ପୂର୍ବାହ୍ନରେ ଚଢ଼ାଉକରି ୩୨ ଗା୍ରମ ବ୍ରାଉନସୁଗାର ଜବତ କରିଛନ୍ତି। ଏହି ଘଟଣାରେ...

ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ

ଖଇରା, ୩୦।୭(ଡି.ଏନ.ଏ.)-ଖଇରା ବ୍ଲକ ଅଧୀନ ଆମ୍ବହତା କେନାଲରେ ବୁଡି ପ୍ରାଣ ହରାଇଥିବା ରଟିଣା ନୋଡାଲ ନୋଡାଲ ହାଇସ୍କୁର ଦୁଇ ଛାତ୍ରଙ୍କୁ ପରିବାରକୁ ପର୍ଯ୍ୟଟନ ଓ ସଂସ୍କୃତି...

ଗାଁ ମୁହାଁ ଗୋଠଛଡ଼ା ଦନ୍ତା

ବାରିପଦା ଅଫିସ,୨୦।୧୨: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ଫୁଲଝରୀ ଓ ଦଲକି ସଂରକ୍ଷିତ ଜଙ୍ଗଲରେ ୪୦ରୁ ଊର୍ଦ୍ଧ୍ୱ ଝାଡ଼ଖଣ୍ଡୀ ହାତୀପଲ ରହିଛନ୍ତି। ଦୁଇ ଦଳରେ ବିଭକ୍ତ...

୨୫ ରାଉଣ୍ଡ: ଭଦ୍ରକ ଲୋକ ସଭାରେ ବିଜେଡି ଆଗୁଆ

ଭଦ୍ରକ ଅଫିସ, ୨୩।୫ – ୨୫ ରାଉଣ୍ଡ ସୁଦ୍ଧା ଭଦ୍ରକ ଲୋକ ସଭାରେ ବିଜେଡି ଆଗରେ ରହିଛି। ବିଜେଡି ୨,୫୨, ୬୮୩, ଭାଜପା ୨,୩୫,୬୧୩ ଓ...

ଅକଥନୀୟ ଦୁର୍ଦ୍ଦଶା ଭୋଗିଲେ ଜନସାଧାରଣ

ସମ୍ବଲପୁର,୧୬ା୪(ବ୍ୟୁରୋ): ହନୁମାନ ଜୟନ୍ତୀ ଶୋଭାଯାତ୍ରା ଓ ବାଇକ୍‌ ରାଲି ସମୟରେ ଘଟିଥିବା ହିଂସା ଘଟଣାକୁ ନେଇ ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ସହରରେ କର୍ଫ୍ୟୁ ଲଗାଯାଇଛି।...

ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ

ରସୁଲପୁର,୧୫ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତର ଉନ୍ନୟନ କାର୍ଯ୍ୟକୁ ନେଇ ମଙ୍ଗଳବାର ଏକ ମାସିକିଆ ସମୀକ୍ଷା ବୈଠକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅରୁଣ କୁମାର...

Advertisement
Archives

Model This Week