ରାଜଧାନୀରେ ପ୍ରଥମ ମୁକ୍ତାକାଶ ପାଠାଗାର

ଭୁବନେଶ୍ୱର, ୨୨।୩(ବ୍ୟୁରୋ):ବର୍ତ୍ତମାନର ଡିଜିଟାଲ୍‌ ଯୁଗରେ ଛାତ୍ରୀଛାତ୍ର ତଥା ଯୁବପିଢିଙ୍କ ଭିତରେ ପୁସ୍ତକ ପଠନ ଆଗ୍ରହକୁ ବଢାଇବା ପାଇଁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ପାର୍କରେ ଖୋଲିଛି ପ୍ରଥମ ମୁକ୍ତାକାଶ ପାଠାଗାର। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ପାଠାଗାର ପରିଚାଳନା ପାଇଁ ବକୁଳ ଫାଉଣ୍ଡେଶନ ସହ ବିଡିଏର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଓ୍ବାଲର୍‌ଡ ପୋଏଟ୍ରି ଡେ’ ଅବସରରେ ରବିବାର ଏହି ପାଠାଗାରକୁ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର୍‌. ବାଲ୍‌କ୍ରିଷ୍ଣନ ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି, ଯୁବପିଢିଙ୍କ ମଧ୍ୟରେ ବହି ପଢିବା ଅଭ୍ୟାସ ଧୀରେ ଧୀରେ କମିବାକୁ ଲାଗିଲାଣି। ଏଭଳି କ୍ଷେତ୍ରରେ ବିଡିଏର ଏହି ପଦକ୍ଷେପ ନିଶ୍ଚିତପକ୍ଷେ ସ୍ବାଗତଯୋଗ୍ୟ। ଏହି ପାଠାଗାର ଛାତ୍ରୀଛାତ୍ର, ଯୁବପିଢୀ ଓ ବୟସ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ପାଇଁ ଉପାଦେୟ ହୋଇପାରିବ। ପାର୍କକୁ ଆସୁଥିବା ଲୋକେ ଶାନ୍ତ ତଥା ପ୍ରାକୃତିକ ପରିବେଶରେ ବହି ପଢିବାର ମଜା ଉଠାଇପାରିବେ। ଲୋକଙ୍କ ଭିତରେ ବହି ପଢିବା ଆଗ୍ରହକୁ ଏହା ବଢାଇ ପାରିବ ବୋଲି ଆର୍‌. ବାଲ୍‌କ୍ରିଷ୍ଣନ କହିଛନ୍ତି।
ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧାରୀ କହିଲେ, ପୁସ୍ତକ ପ୍ରେମୀଙ୍କ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ସବୁ ବର୍ଗର ଲୋକେ ବିଶେଷକରି ଯେଉଁମାନଙ୍କ ପାଖରେ ଦାମୀ ବହି କିଣିବାକୁ ପଇସା ନାହିଁ ସେମାନେ ପଢିବାର ସୁଯୋଗ ପାଇବେ। କିପରି ସମୟ ଉପଯୋଗୀ ତଥା ଭଲ ବହିର କଲେକସନ୍‌ ରହିବ ତାହାର ତଦାରଖ କରାଯିବ ବୋଲି ଚୌଧାରୀ କହିଥିଲେ। ଫାଉଣ୍ଡେଶନର ପ୍ରତିଷ୍ଠାତା ସେକ୍ରେଟାରୀ ସୁଜିତ୍‌ ମହାପାତ୍ର କହିଲେ, ପାଠାଗାରରେ ଜଣେ ଲାଇବ୍ରେରିଆନ୍‌ ରହି ପିଲାଙ୍କୁ ଗାଇଡ୍‌ କରିବେ। ବର୍ତ୍ତମାନ ଏଠାରେ ୨ହଜାର ପୁସ୍ତକ ରହିଛି। ଏଥିମଧ୍ୟରେ ଫିକ୍ସନ, ନନ୍‌ଫିକ୍ସନ, କ୍ଲାସିକ, ଟେକ୍ସଟ୍‌ବୁକ୍‌ ଓ ପିଲାଙ୍କ ପୁସ୍ତକ ରହିଛି। ଆଗକୁ ଅଧିକ ପୁସ୍ତକ ରଖାଯିବ। ସେହିପରି ପିଲାଙ୍କ ପାଇଁ ‘ଓ୍ବିମ୍ପି କିଡ୍‌ସ’, ‘ହାର୍ଡି ବଏଜ୍‌’, ‘ହ୍ୟାରି ପୋଟର’ ଭଳି ପୁସ୍ତକର ଉପଲବ୍ଧ ହେବ। ସୋମବାର ବ୍ୟତୀତ ପ୍ରତିଦିନ ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପାଠାଗାର ଖୋଲାରହିବ। ସେହିଭଳି ସପ୍ତାହରେ କେବଳ ସୋମବାର ଏହା ବନ୍ଦ ରହିବ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଡିଏର ସେକ୍ରେଟାରୀ ହରିଶ ଚନ୍ଦ୍ର ନାୟକ, ଚିଫ୍‌ ଇଞ୍ଜିନିୟର ରାଜେନ୍ଦ୍ର କୁମାର ନାୟକ, ଉଦ୍ୟାନ କୃଷିବିତ୍‌ ଅଶୋକ ଧର୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?